ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ପାଓ୍ବାର ପ୍ଲାଣ୍ଟ

ଆନନ୍ଦପୁର,୬।୧୦(ସ୍ବ.ପ୍ର.)-କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକର ଦରଗଡ଼ିଶୀଳା ଏବଂ ସିଂନାଳୀର ମଧ୍ୟ ସ୍ଥଳରେ କାର୍ଯ୍ୟକ୍ଷମ ହେବାକୁ ଥିବା ବୈତରଣୀ ପାଓ୍ବାର ପ୍ରୋଜେକ୍ଟ ପାଇଁ ଅଞ୍ଚଳର ଗରିମା ବୃଦ୍ଧି ପାଇବାକୁ ଯାଉଛି। ଶୀତ ଦିନେ ଏହା ଆକର୍ଷଣୀୟ ପର୍ଯ୍ୟଟନସ୍ଥଳ ଭାବେ ପରିଗଣିତ ହେବା ସହିତ ପର୍ଯ୍ୟଟକଙ୍କ ଭିଡ଼ ମଧ୍ୟ ଜମିବାର ଅବକାଶ ରହିଛି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଆଗନ୍ତୁକଙ୍କ ଭିଡ଼ ସ୍ଥାନୀୟ ଲୋକଙ୍କ ଆୟର ପନ୍ଥା ବୃଦ୍ଧି ପାଇବାର ସମ୍ଭାବନା ମଧ୍ୟ ସୃଷ୍ଟି ହୋଇଛି। ଚିରସ୍ରୋତା ବୈତରଣୀ ନଦୀ ତଟରେ ନିର୍ମାଣ ହୋଇଥିବା ୨୪ ମେଗାଓ୍ବାଟ୍‌ ବିଦ୍ୟୁତ୍‌ ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ହାଇଦ୍ରାବାଦ ସ୍ଥିତ ଆରପିପି ଗ୍ରୁପର ମୁଖ୍ୟ ଓ୍ବାଇଭି ସୁବାରାଙ୍କ ଉଦ୍ୟମରେ ରାଜ୍ୟ ସରକାରଙ୍କ ସହିତ ୨।୮।୨୦୦୬ରେ ଏକ ଦ୍ୱିପାକ୍ଷିକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା। ପରେ ବୈତରଣୀ ନଦୀ ତଟର ସିଂନାଳୀଠାରେ ପାଓ୍ବାର ପ୍ରୋଜେକ୍ଟ କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରାଥମିକସ୍ତରରେ ଏହାର ଅଟକଳ ମୂଲ୍ୟ ୨୪୩ କୋଟି ଟଙ୍କା ରହିଥିବା ବେଳେ ଶେଷ ପର୍ଯ୍ୟାୟରେ ଏହା ୪୧୯.୪୩ କୋଟିରେ ପହଞ୍ଚତ୍ଛି। ଆନନ୍ଦପୁର ସଦରମହକୁମାଠାରୁ ଏହି ସ୍ଥାନ ମାତ୍ର ୩୨କି.ମି. ଦୂର ହୋଇଥିବା ବେଳେ ୨୦ ନଂ. ଜାତୀୟ ରାଜପଥ କୋଳିମାଟିର କୁମୁଡ଼ ଛକରୁ ୧୫ କି.ମି. ଜଙ୍ଗଲ ରାସ୍ତା ଅତିକ୍ରମ କରିବା ପରେ ଏହି ପ୍ରକଳ୍ପର ମନୋରମ ଦୃଶ୍ୟ ଦେଖିବାକୁ ମିଳିବ।
ପ୍ରକଳ୍ପର ନିର୍ମାଣ ସମୟରେ ସ୍ଥାନୀୟ ଦରଗଡ଼ିଶୀଳା, କାଦବାହାଳୀ, ସିଂହନାଳୀ ଗ୍ରାମରେ ବିଭିନ୍ନ ବର୍ଗର ଅଧିବାସୀମାନଙ୍କୁ ଏକତ୍ରିତ କରାଯିବା ସହିତ ସେମାନଙ୍କ ସହିତ ସମନ୍ବୟ ରକ୍ଷା କରାଯାଇ ନିର୍ମାଣ କାର୍ଯ୍ୟ ଆଗକୁ ବଢ଼ିଥିଲା। ସରକାରଙ୍କ ବିଭିନ୍ନ ବିଭାଗ ସହିତ ସୁସମ୍ପର୍କ ରକ୍ଷା କରାଯିବା ସହିତ ଶାନ୍ତି ଶୃଙ୍ଖଳା ପରିସ୍ଥିତି ପାଇଁ ପୋଲିସ ବିଟ୍‌ ହାଉସ୍‌ , ବିଭିନ୍ନ ଯନ୍ତ୍ରପାତି ପାଇଁ ଆବଶ୍ୟକ ଘର, ଟେଲିଫୋନ୍‌ ଟାଓ୍ବାର ନିର୍ମାଣ, ଯାନାବାହନର ଇନ୍ଧନ ପାଇଁ ପେଟ୍ରୋଲ ପମ୍ପ ଆଦି ସଫଳତାର ସହିତ ବ୍ୟବସ୍ଥା କରାଯାଇଥିଲା। କର୍ମଚାରୀଙ୍କ ରହିବା ପାଇଁ ବାସଗୃହ ନିର୍ମାଣ, ଆଗନ୍ତୁକଙ୍କ ପାଇଁ ଅତିଥିଶାଳା, ଖାଦ୍ୟର ବ୍ୟବସ୍ଥା ପାଇଁ କ୍ୟାଣ୍ଟିନ ବ୍ୟବସ୍ଥା କରାଯାଇଥିଲା।
ପ୍ରକଳ୍ପର ସୁପରିଚାଳନା ଦ୍ୱାରା ୨୩୦ ମିଟର ଲମ୍ବର କଙ୍କ୍ରିଟ ବ୍ୟାରେଜ, ଦୀର୍ଘ ୧ କି.ମି. ଲମ୍ବ, ୧୦ ଫୁଟ ବ୍ୟାସାର୍ଦ୍ଧର ଭୂତଳ ସୁଡ଼ଙ୍ଗ, ଜଳ ନିଷ୍କାସନ ପାଇଁ ଟେଲରେସର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ପାଓ୍ବାର ହାଉସରେ ୩ଟି ଟରବାଇନ୍‌ ସ୍ଥାପନା କରାଯାଇଛି। ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଥିବାବେଳେ ଲୋକାର୍ପଣ ଉତ୍ସବ ପରେ ବିଦ୍ୟୁତ୍‌ ଉତ୍ପାଦନ କାର୍ଯ୍ୟ ତ୍ୱରାନ୍ବିତ କରାଯାଇ ଆନନ୍ଦପୁରର ଶାଳପଡା ଗ୍ରୀଡ୍‌ ଷ୍ଟେଶନକୁ ଟାଓ୍ବାର ମାଧ୍ୟମରେ ବିଦ୍ୟୁତ୍‌ ଯୋଗାଇଦେବାର ବ୍ୟବସ୍ଥା କରାଯିବ। ଏହି ବିଦ୍ୟୁତ୍‌ ଆନନ୍ଦପୁର ଉପଖଣ୍ଡର ସମସ୍ତ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ସହିତ ଘଟଗାଁ ଅଞ୍ଚଳର କେତେକ ସ୍ଥାନକୁ ମଧ୍ୟ ବିଦ୍ୟୁତ୍‌ ଯୋଗାଣ କରାଯିବ। ଏହି ପ୍ରକଳ୍ପର ଲୋକାର୍ପଣ ପର୍ବ ପରେ ଜିଲାର ଏହା ଏକ ଗୁରୁତ୍ୱପୁର୍ଣ୍ଣ ପର୍ଯ୍ୟଟନସ୍ଥଳ ଭାବେ ବିବେଚନା ହେବା ସହିତ ଜିଲାର ଗୌରବ ବୃଦ୍ଧି କରିବାରେ ସହାୟକ ହେବ ବୋଲି ଜଣାପଡ଼ିଛି। ଏହା ସହିତ ବଣପାହାଡ଼ ଘେରା, ବୈତରଣୀ ନଦୀ ତଟ ପର୍ଯ୍ୟଟକମାନଙ୍କୁ ବେଶ ଆକୃଷ୍ଟ କରିବ। ସାଧାରଣତଃ ଶୀତ ଦିନେ ପ୍ରାକୃତିକ ପରିବେଶ ଭରା ସିଂନାଳୀ ଅଞ୍ଚଳରେ ଭୋଜି ଭାତର ଆସର ଜମି ଥାଏ। ତେବେ ପ୍ରକଳ୍ପର ସୁନ୍ଦରତା ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବ ବୋଲି ସ୍ଥାନୀୟବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri