Posted inଭଦ୍ରକ

କେବଳ ପୂଜାପର୍ବ ପାଇଁ ଘୂରୁଛି କୁମ୍ଭାର ଚକ

ଆରଡ଼ି,୨୬।୬(ଡି.ଏନ.ଏ.): ଦିନ ଥିଲା ହାଣ୍ଡି ମାଠିଆ ଗଢ଼ି ଚଳୁଥିଲା ପରିବାର। ଗଁାରେ ରହିଥିଲା ଏହାର ଚାହିଦା। ମାଟିରେ ତିଆରି ହାଣ୍ଡି, ମାଠିଆ, ସୁରେଇ, ପଲମ, ମାଢିଆ, ଉଠାଚୁଲି, ପୂଜା କଳସ, ସରା ଆଦି ଦୈନନ୍ଦିନ ଜୀବନରେ ଦରକାରୀ ଥିଲା। ଏସବୁ ଗଢ଼ି କୁମ୍ଭକାର ପରିବାର ଜୀବିକା ନିର୍ବାହ କରୁଥିଲେ। ମାତ୍ର ଏବେ ନା ଅଛି ମାଟି ସାମଗ୍ରୀର ଚାହିଦା, ନା ଅଛି ସରକାରୀ ପ୍ରୋତ୍ସାହନ। ତଥାପି ପୁରୁଷ ପୁରୁଷ ଧରି ଏହି କୌଳିକ ବୃତ୍ତିକୁ ଆଦରି ନେଇ ନିଜ ଭିଟାମାଟିରେ ଦୁଃଖକଷ୍ଟକୁ ସାଥି କରି ପଡ଼ିରହିଛନ୍ତି କେତେକ କୁମ୍ଭକାର ପରିବାର।
ଜିଲା ଚାନ୍ଦବାଲି ବ୍ଲକ ଅଧୀନ ସୁନ୍ଦରପୁର ପଞ୍ଚାୟତର ଦୋହରାପାଟଣା ଗଁାରେ ପ୍ରାୟ ୨୨ କୁମ୍ଭକାର ପରିବାର ବସବାସ କରୁଛନ୍ତି। ଏବେ ବିଜ୍ଞାନ ଯୁଗରେ ଆଉ ମାଟିରେ ତିଆରି ସାମଗ୍ରୀର ଚାହିଦା ନାହିଁ। ପୂର୍ବ ପରି ଶସ୍ୟ ସାଇତି ରଖିବାକୁ ବଡ଼ ଘୁମା, ଧାନ ଭିଜେଇବାକୁ ମାଢିଆ, ପିଠା କରିବାକୁ ପଲମ ଆଉ ଆବଶ୍ୟକ ପଡୁନି। ଏହାର ବିକଳ୍ପ ଭାବେ ଆଲୁମିନିୟମ, ଲୁହା ଓ ଅନ୍ୟାନ୍ୟ ଧାତୁରେ ତିଆରି ସାମଗ୍ରୀକୁ ଲୋକେ ଆପଣାଇ ନେଇଛନ୍ତି। ଏବେ କେବଳ ପୂଜା ପର୍ବ ପାଇଁ କୁମ୍ଭାର ଚକ ଘୂରୁଛି। ପୂଜା, ବିବାହ, ବ୍ରତ, ଗୃହ ପ୍ରତିଷ୍ଠା ଯଜ୍ଞ, ଅନ୍ତ୍ୟେଷ୍ଟି କ୍ରିୟାରେ ମାଟି ନିର୍ମିତ ସାମଗ୍ରୀର ଆଦର ରହିଛି। ମା’ଙ୍କ ପୀଠରେ ମାନସିକଧାରୀଙ୍କ ମାଟିଘୋଡ଼ାର ମଧ୍ୟ କେତେକାଂଶରେ ଦରକାର ପଡୁଛି। ସେହିପରି ପରମ୍ପରା ଅନୁସାରେ ବାବା ଆଖଣ୍ଡଳମଣିଙ୍କ ପୀଠରେ ବିଭିନ୍ନ ଉତ୍ସବରେ ସମସ୍ତ ଉପକରଣ ଏହି କୁମ୍ଭକାର ସମ୍ପ୍ରଦାୟ ଯୋଗାଇଥାନ୍ତି। ବହୁ ପୁରାତନ କାଳରୁ ଶୈବପୀଠରେ ମହାଶିବରାତ୍ରରେ ମାଟି ନିର୍ମିତ ମହାଦୀପ ହିଁ ଏହି କୁମ୍ଭକାର ସମ୍ପ୍ରଦାୟ ତିଆରି କରିଥାନ୍ତି। ତେବେ ମାଟି ସାମଗ୍ରୀ ବିକି ପରିବାର ଚଳାଇବା ଏବେ ସମ୍ଭବ ନୁହେଁ ବୋଲି ଏହି କୁମ୍ଭକାର ପରିବାର କହିଛନ୍ତି। ଏହାବ୍ୟତୀତ ସାମ୍ପ୍ରତିକ ପରିସ୍ଥିତିରେ କରୋନା ମହାମାରୀ ସମୟରେ ସରକାରୀ ସାହାଯ୍ୟ ଆବଶ୍ୟକ। ସମସ୍ତ କୁମ୍ଭକାର ପରିବାରକୁ ମାସିକ ସହାୟତା ରାଶି ଦିଆଯିବା ଆବଶ୍ୟକ ବୋଲି ମତ ପ୍ରକାଶ କରିଛନ୍ତି କୃଷ୍ଣ ମୁଦୁଲି। ମାଟି ହାଣ୍ଡି ଗଢ଼ିବା ଏତେ ସହଜ କଥା ନୁହେଁ। ଏହା ଏକ ପାରମ୍ପରିକ କଳା କୌଶଳ। ତେବେ ଦୋହରାପାଟଣାରେ ଏବେବି ଏହି ପାରମ୍ପରିକ ବୃତ୍ତିକୁ ଆପଣେଇ ଯେଉଁମାନେ ଜୀବିକା ନିର୍ବାହ କରୁଛନ୍ତି, ସେମାନଙ୍କୁ ସରକାରୀ ପ୍ରୋତ୍ସାହନ ମିଳିବା ନିହାତି ଦରକାର ବୋଲି ପୂର୍ବତନ ସରପଞ୍ଚ କିଶୋର ନାୟକ ଦାବି କରିଛନ୍ତି। ଏହି କୁମ୍ଭକାର ପରିବାରକୁ ମାସିକ ୧୦ ହଜାର ଟଙ୍କା ସହାୟତା ମିଳିଲେ ସେମାନଙ୍କ ପରିବାର ଠିକ୍‌ରେ ଚଳିପାରନ୍ତା ବୋଲି ଆଖଣ୍ଡଳମଣି ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଜୟନ୍ତ ଗୋସ୍ବାମୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରା ଚାଲୁଥିବା ବେଳେ ଘରେ ପଶି ଲୁଟ: ଉତ୍ତମମଧ୍ୟମ ଦେଇ ପୋଲିସକୁ ହସ୍ତାନ୍ତର କଲେ ଗ୍ରାମବାସୀ

ଭଦ୍ରକ,୧୧।୨(ସନାତନ ରାଉତ): ଅପେରା ଚାଲୁଥିବାବେଳେ ଘରେ ପଶି ଲୁଟ। ଧରାପଡି ନିର୍ଧୁମ ଛେଚା ଖାଇବା ପରେ ପୋଲିସକୁ ୪ ଯୁବକଙ୍କୁ ହସ୍ତାନ୍ତର କଲେ ଗ୍ରାମବାସୀ l ଏପରି…

ପେଟ୍ରୋଲ ପକାଉ ଥିବାବେଳେ ହଠାତ୍‌ ଜଳିଗଲା ବାଇକ୍‌

ବାସୁଦେବପୁର,୯।୧: ରାସ୍ତାରେ ଜଳିଗଲା ବାଇକ। ଭଦ୍ରକ ଜିଲା ବାସୁଦେବପୁରର ବ୍ଲକ ରୋଡରୁ ସୁଦର୍ଶନ ପୁରକୁ ସଂଯୋଗ କରୁଥିବା ରାସ୍ତାର ଗୋପାଳପୁର ଛକଠାରେ ସୋମବାର  ପୂର୍ବାହ୍ନ ସାଢ଼େ ୧୨ଟାବେଳେ…

ପ୍ରେମ କରୁଥିଲେ ଝିଅ; ମାଡ଼ ଖାଇଲେ ମା’-ମାଉସୀ

ଭଦ୍ରକ,୯।୨(ସନାତନ ରାଉତ):ପ୍ରେମ ବିବାହକୁ ବିରୋଧ କରିବାରୁ ଝିଅର ଶାଶୁଘର ଲୋକଙ୍କଠାରୁ ମାଡ଼ ଖାଇଲେ ମା’ ଓ ମାଉସୀ। ଅକ୍ରମଣରେ ମା’, ମାଉସୀଙ୍କ ସମେତ ୪ଜଣ ଆହତ ହୋଇଛନ୍ତି।…

 ୭୨ ବର୍ଷୀୟ ବୃଦ୍ଧଙ୍କ ନାଁରେ ଅସଦାଚରଣ ଅଭିଯୋଗ: କୋର୍ଟ ଚାଲାଣ ପରେ ଥାନା ଘେରିଲେ ଗ୍ରାମବାସୀ 

ତିହିଡ଼ି,୧।୨(ସଞ୍ଜିତ ବଳ): ତିହିଡି଼ ଥାନା ମୁକୁନ୍ଦପୁର ପଞ୍ଚାୟତ ଅଧୀନ ଆରସା ଗ୍ରାମର ଶତାଧିକ ଅଧିବାସୀ ରବିବାର ପୂର୍ବାହ୍ନରେ ଥାନା ଘେରାଉ କରିଛନ୍ତି l ଗ୍ରାମର ଜଣେ ବୃଦ୍ଧଙ୍କୁ…

ଆଜି ଓଡ଼ିଶା ବନ୍ଦ: ଜାତୀୟ ରାଜପଥ ଅବରୋଧ, ଗାଡି ଚଳାଚଳ ଠପ୍‌

ଭଦ୍ରକ, ୨୮।୧(ସନାତନ ରାଉତ): ଭଦ୍ରକରେ ବନ୍ଦ ପାଳନ ଜୋରଦାର ହେଉଛି । ୧୬ ନମ୍ବର ଜାତୀୟ ରାଜପଥ ବନ୍ଦ ରହିଥିବାବେଳେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି…

ଧାନ କିଣାରେ ବିଭ୍ରାଟ : ବିଷ ବୋତଲ ଧରି ଧାରଣାରେ ବସିଲେ ଚାଷୀ

ବାସୁଦେବପୁର , ୨୭।୧(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜଗନ୍ନାଥପୁର ପଞ୍ଚାୟତର ବଛାଦା ସେବା ସମବାୟ ସମିତିରେ ଧାନ କିଣାରେ ବିଭ୍ରାଟ ନେଇ ମଙ୍ଗଳବାର ବିଷ ବୋତଲ…

ଘରକୁ ଫେରୁଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ୨ ବାଇକ୍ ଆରୋହୀ ମୃତ

ବାସୁଦେବପୁର,୨୭।୧ (ନାରାୟଣ ପ୍ରସାଦ ବାରିକ/କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ଧାମରା ରାସ୍ତାର ପାରପୋଖରି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସୋମବାର ରାତି ପ୍ରାୟ…

ବନ୍ତ କପ୍‌ କ୍ରିକେଟ ଟୁର୍ନାମେଣ୍ଟ: ସେମିରେ ଇଷ୍ଟକୋଷ୍ଟ ରେଲୱେ ଭଦ୍ରକ

ବନ୍ତ,୨୬।୧(ହରି ନାରାୟଣ ମହାନ୍ତି): ଓଡ଼ିଶା କ୍ରିକେଟ ଆସୋସିଏଶନ ଏବଂ ଭଦ୍ରକ ଜିଲା କ୍ରିକେଟ ଆସୋସିଏଶନର ମିଳିତ ସହଯୋଗରେ ଶାନ୍ତି ୟୁଥ୍‌ ଆସୋସିଏଶନ ଆନୁକୂଲ୍ୟରେ ଭଦ୍ରକ ଜିଲା ବନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri