ଖଣି ଖାଦାନ ମଧ୍ୟରେ ପ୍ରାକୃତିକ ସୌନ୍ଦର୍ଯ୍ୟର ସମ୍ଭାର

ନରେଶ ଚନ୍ଦ୍ର ପଟ୍ଟନାୟକ
କେନ୍ଦୁଝର,୧୦ା୧: ବଣପାହାଡ଼ ଘେରା କେନ୍ଦୁଝର ଜିଲାରେ ଅଗଣିତ ଜଳପ୍ରପାତ ରହିଛି। ପ୍ରାକୃତିକ ପରିବେଶ ମଧ୍ୟରେ ଏହା ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଏଭଳି ଏକ ଜଳପ୍ରପାତ ହେଉଛି ଯୋଡ଼ା ବ୍ଲକ୍‌ ବଲାଣି ନିକଟରେ ଥିବା ଝିଙ୍କ୍‌ରୀ ଜଳପ୍ରପାତ। ଖଣି ଖାଦାନ ଯୋଗୁ ଏହାର ବିକାଶ ହୋଇପାରୁ ନ ଥିବା ବେଳେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ପର୍ଯ୍ୟଟନସ୍ଥଳର ମାନ୍ୟତା ପାଇ ନ ଥିଲେ ହେଁ ଦୈନିକ ହଜାରରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ ବଣଭୋଜି କରିବାକୁ ଆସିଥାନ୍ତି। ପର୍ଯ୍ୟଟକଙ୍କ ଆଗମନକୁ ଦେଖି ସ୍ଥାନୀୟ ବଲାଣି ଆଦିବାସୀ ବିକାଶ ସମିତି ଏହାର ବିକାଶ ଓ ସୁରକ୍ଷା କରୁଥିବା ମୁଖ୍ୟ ପରିଚାଳକ ଅଶୋକ ସୋରେନ କହିଛନ୍ତି।
ବଲାଣି ଖଣି ଲିଜ୍‌ ଅଞ୍ଚଳରେ ଥିବା ଉକ୍ତ ଝିଙ୍କ୍‌ରା ନାଳର ପାଣି ଦେଢ଼ଶହରୁ ଊର୍ଦ୍ଧ୍ୱ ଉଚ୍ଚ ପାହାଡ଼ ଉପରୁ ସିଧାସଳଖ ଖସି ମନୋରମ ପରିବେଶ ସୃଷ୍ଟି କରୁଛି। ପୂର୍ବାହ୍ନ ସମୟରେ ସୂର୍ଯ୍ୟାଲୋକ ପଡ଼ି ଭାସମାନ ଇନ୍ଦ୍ରଧନୁର ଦୃଶ୍ୟ ପର୍ଯ୍ୟଟକଙ୍କୁ ବିମୋହିତ କରିଥାଏ। ବର୍ଷାଦିନରେ ପାଣିର ସ୍ରୋତ ପ୍ରଖର ହୋଇଥାଏ। ଉଚ୍ଚରୁ ପାଣି ପଡୁଥିବାରୁ ପାଖରୁ ଦେଖିଲେ କେଉଁଠୁ ପାଣି ପଡୁଛି ଦୃଶ୍ୟମାନ ହୋଇ ନ ଥାଏ। ଯେପରି ସ୍ବର୍ଗରୁ ସିଧାସଳଖ ତଳକୁ ପାଣି ଖସୁଥିବା ଭ୍ରମ ସୃଷ୍ଟି ହୋଇଥାଏ। ଜଳପ୍ରପାତ ନିକଟକୁ ଯିବା ପାଇଁ ଆଦିବାସୀ ବିକାଶ ସମିତି ପକ୍ଷରୁ ପଥର ରାସ୍ତା ନିର୍ମାଣ କରାଯାଇଥିବା ବେଳେ ଗାଡ଼ି ପାର୍କିଂ, ବଣଭୋଜିି ଆୟୋଜନ ପାଇଁ ବ୍ୟବସ୍ଥା କରାଯାଇଛି। ଜିଲାର ସବୁଠାରୁ ଉଚ୍ଚ ଖଣ୍ଡାଧାର ଜଳପ୍ରପାତଠାରୁ ମଧ୍ୟ ଏହା ଉଚ୍ଚ ବୋଲି ପର୍ଯ୍ୟଟକ ତଥା ପରିବେଶବିତ୍‌ ଡ. ବିମ୍ବାଧର ବେହେରା କହିଛନ୍ତି। ତେଣୁ ଏହାର ବିକାଶ ଖଣି କମ୍ପାନୀ କିମ୍ବା ପର୍ଯ୍ୟଟନ ବିଭାଗ କରିବା ଜରୁରୀ ବୋଲି ସେ ମତ ରଖିଥିଲେ। ଖଣି ଖାଦନ ମଧ୍ୟରେ ରହିଯାଉଥିବାରୁ ଏହାର ବିକାଶ କରାଯିବା ସହ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ମିଳିଲେ ପର୍ଯ୍ୟଟକ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେଇପାରିବେ। ଏଥିସହ ଅଞ୍ଚଳର ବିକାଶ ହେବା ସହ ଅଧିବାସୀ ବିଶେଷକରି ଆଦିବାସୀମାନେ ଉପକୃତ ହୋଇପାରିବେ ବୋଲି ସ୍ଥାନୀୟ ପରିବେଶପ୍ରେମୀ ଶିବାଶିଷ ନନ୍ଦ କହିଛନ୍ତି।
ପୂର୍ବତନ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏହି ସ୍ଥାନକୁ ଗସ୍ତକରି ଗୁରୁତ୍ୱ ଉପଲବ୍ଧି କରିଥିଲେ। ଏହା ବଲାଣି ଖଣି ଲିଜ୍‌ ଅଞ୍ଚଳରେ ରହିଥିବାରୁ ସେଲ୍‌ ଏହାର ବିକାଶ କରିବାକୁ ସେ ଦାବି କରିଥିଲେ। ନଚେତ୍‌ ସ୍ଥାନକୁ ଲିଜ୍‌ ଅଞ୍ଚଳରୁ ବାଦ୍‌ ଦେଇ ସରକାରଙ୍କୁ ହସ୍ତାନ୍ତର କଲେ ସରକାରଙ୍କ ପର୍ଯ୍ୟଟନ ବିଭାଗ ବିକାଶ କରିବ ବୋଲି ସେ ସମୟରେ କହିଥିଲେ। ପର୍ଯ୍ୟଟନ ବିଭାଗ ସହକାରୀ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ନାୟକ କହିଛନ୍ତି, ଏହାକୁ ପୂର୍ବରୁ ସେ ପର୍ଯ୍ୟଟନ ମନ୍ତ୍ରୀଙ୍କ ସହ ଯାଇ ଅନୁଧ୍ୟାନ କରିଛନ୍ତି। ଏହାର ବିକାଶ ଓ ମାନ୍ୟତା ଦେବା ପାଇଁ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା ତୋରଣ ଭଙ୍ଗା ଘଟଣା: ଜନପ୍ରିୟ ସରକାରକୁ ବଦନାମ କରିବାକୁ ଚାଲିଛି ଚକ୍ରାନ୍ତ,ବରଗଡ଼ ଏମପି…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା ସବୁଠି ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାର ତୁରନ୍ତ ଭିଜିଲାନ୍ସ ତଦନ୍ତ କରିବା ପାଇଁ ବରଗଡ଼…

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

ଉତ୍କଟ ପାନୀୟ ଜଳ ସମସ୍ୟା: ଗରା-ମାଠିଆ ଧରି ୨୦ କିଲୋମିଟର ପଦଯାତ୍ରା କଲେ ଶତାଧିକ ମହିଳା,ପ୍ରତିବାଦ…

ବଲାଙ୍ଗିର, ୨୬।୫ (ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଏବେ ଉତ୍କଟ ରୂପ ଧାରଣ କରିଛି। ପିଇବା ପାଣି…

କଂଗ୍ରେସର ବଡ଼ ନିଷ୍ପତ୍ତି: ୧୭ କର୍ମୀଙ୍କ ନିଲମ୍ବନ ପ୍ରତ୍ୟାହାର, ଚିଠି ଲେଖିଲେ ରାଜ୍ୟ ସଭାପତି

ଦାରିଙ୍ଗବାଡି, ୨୬।୫ (ଅରୁଣ ସାହୁ): କନ୍ଧମାଳ ଜିଲା ପ୍ରଦେଶ କଂଗ୍ରେସ କମିଟିର ଜିଲ୍ଲା ସଭାପତି ଚନ୍ଦ୍ରଶେଖର ପରିଡା ଗତ କିଛି ଦିନ ପୁର୍ବରୁ ଦାରିଙ୍ଗବାଡି ଏବଂ ରାଇକିଆ…

କେସିଙ୍ଗା ଝିଅଙ୍କ କମାଲ: OAS ପରୀକ୍ଷାରେ ରଖିଛନ୍ତି ୪ର୍ଥ ର଼୍ୟାଙ୍କ, ଛୁଟୁଛି ଶୁଭେଚ୍ଛାର ସୁଅ

କେସିଙ୍ଗା, ୨୬।୫ (ତୁମେଶ୍ୱର ସାହୁ): ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (OCS) ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏହି…

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ନୀଳକଣ୍ଠେଶ୍ଵର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ: ଶତରୁଦ୍ର ମହାଯଜ୍ଞରେ ପୂଜାର୍ଚ୍ଚନା କଲେ ଖଣି ମନ୍ତ୍ରୀ

ଦିଗପହଣ୍ଡି,୨୬।୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା  ଦିଗପହଣ୍ଡି ସହର ଉପକଣ୍ଠ  କୁଶପଡ଼ା ଗ୍ରାମ ନିକଟ କମାପଡିଆ ସ୍ଥିତ ନୀଳକଣ୍ଠେଶ୍ଵର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଓ ଶତରୁଦ୍ର ମହାଯଜ୍ଞର…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri