ଖଣି ଖାଦାନ ମଧ୍ୟରେ ପ୍ରାକୃତିକ ସୌନ୍ଦର୍ଯ୍ୟର ସମ୍ଭାର

ନରେଶ ଚନ୍ଦ୍ର ପଟ୍ଟନାୟକ
କେନ୍ଦୁଝର,୧୦ା୧: ବଣପାହାଡ଼ ଘେରା କେନ୍ଦୁଝର ଜିଲାରେ ଅଗଣିତ ଜଳପ୍ରପାତ ରହିଛି। ପ୍ରାକୃତିକ ପରିବେଶ ମଧ୍ୟରେ ଏହା ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଏଭଳି ଏକ ଜଳପ୍ରପାତ ହେଉଛି ଯୋଡ଼ା ବ୍ଲକ୍‌ ବଲାଣି ନିକଟରେ ଥିବା ଝିଙ୍କ୍‌ରୀ ଜଳପ୍ରପାତ। ଖଣି ଖାଦାନ ଯୋଗୁ ଏହାର ବିକାଶ ହୋଇପାରୁ ନ ଥିବା ବେଳେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ପର୍ଯ୍ୟଟନସ୍ଥଳର ମାନ୍ୟତା ପାଇ ନ ଥିଲେ ହେଁ ଦୈନିକ ହଜାରରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ ବଣଭୋଜି କରିବାକୁ ଆସିଥାନ୍ତି। ପର୍ଯ୍ୟଟକଙ୍କ ଆଗମନକୁ ଦେଖି ସ୍ଥାନୀୟ ବଲାଣି ଆଦିବାସୀ ବିକାଶ ସମିତି ଏହାର ବିକାଶ ଓ ସୁରକ୍ଷା କରୁଥିବା ମୁଖ୍ୟ ପରିଚାଳକ ଅଶୋକ ସୋରେନ କହିଛନ୍ତି।
ବଲାଣି ଖଣି ଲିଜ୍‌ ଅଞ୍ଚଳରେ ଥିବା ଉକ୍ତ ଝିଙ୍କ୍‌ରା ନାଳର ପାଣି ଦେଢ଼ଶହରୁ ଊର୍ଦ୍ଧ୍ୱ ଉଚ୍ଚ ପାହାଡ଼ ଉପରୁ ସିଧାସଳଖ ଖସି ମନୋରମ ପରିବେଶ ସୃଷ୍ଟି କରୁଛି। ପୂର୍ବାହ୍ନ ସମୟରେ ସୂର୍ଯ୍ୟାଲୋକ ପଡ଼ି ଭାସମାନ ଇନ୍ଦ୍ରଧନୁର ଦୃଶ୍ୟ ପର୍ଯ୍ୟଟକଙ୍କୁ ବିମୋହିତ କରିଥାଏ। ବର୍ଷାଦିନରେ ପାଣିର ସ୍ରୋତ ପ୍ରଖର ହୋଇଥାଏ। ଉଚ୍ଚରୁ ପାଣି ପଡୁଥିବାରୁ ପାଖରୁ ଦେଖିଲେ କେଉଁଠୁ ପାଣି ପଡୁଛି ଦୃଶ୍ୟମାନ ହୋଇ ନ ଥାଏ। ଯେପରି ସ୍ବର୍ଗରୁ ସିଧାସଳଖ ତଳକୁ ପାଣି ଖସୁଥିବା ଭ୍ରମ ସୃଷ୍ଟି ହୋଇଥାଏ। ଜଳପ୍ରପାତ ନିକଟକୁ ଯିବା ପାଇଁ ଆଦିବାସୀ ବିକାଶ ସମିତି ପକ୍ଷରୁ ପଥର ରାସ୍ତା ନିର୍ମାଣ କରାଯାଇଥିବା ବେଳେ ଗାଡ଼ି ପାର୍କିଂ, ବଣଭୋଜିି ଆୟୋଜନ ପାଇଁ ବ୍ୟବସ୍ଥା କରାଯାଇଛି। ଜିଲାର ସବୁଠାରୁ ଉଚ୍ଚ ଖଣ୍ଡାଧାର ଜଳପ୍ରପାତଠାରୁ ମଧ୍ୟ ଏହା ଉଚ୍ଚ ବୋଲି ପର୍ଯ୍ୟଟକ ତଥା ପରିବେଶବିତ୍‌ ଡ. ବିମ୍ବାଧର ବେହେରା କହିଛନ୍ତି। ତେଣୁ ଏହାର ବିକାଶ ଖଣି କମ୍ପାନୀ କିମ୍ବା ପର୍ଯ୍ୟଟନ ବିଭାଗ କରିବା ଜରୁରୀ ବୋଲି ସେ ମତ ରଖିଥିଲେ। ଖଣି ଖାଦନ ମଧ୍ୟରେ ରହିଯାଉଥିବାରୁ ଏହାର ବିକାଶ କରାଯିବା ସହ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ମିଳିଲେ ପର୍ଯ୍ୟଟକ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେଇପାରିବେ। ଏଥିସହ ଅଞ୍ଚଳର ବିକାଶ ହେବା ସହ ଅଧିବାସୀ ବିଶେଷକରି ଆଦିବାସୀମାନେ ଉପକୃତ ହୋଇପାରିବେ ବୋଲି ସ୍ଥାନୀୟ ପରିବେଶପ୍ରେମୀ ଶିବାଶିଷ ନନ୍ଦ କହିଛନ୍ତି।
ପୂର୍ବତନ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏହି ସ୍ଥାନକୁ ଗସ୍ତକରି ଗୁରୁତ୍ୱ ଉପଲବ୍ଧି କରିଥିଲେ। ଏହା ବଲାଣି ଖଣି ଲିଜ୍‌ ଅଞ୍ଚଳରେ ରହିଥିବାରୁ ସେଲ୍‌ ଏହାର ବିକାଶ କରିବାକୁ ସେ ଦାବି କରିଥିଲେ। ନଚେତ୍‌ ସ୍ଥାନକୁ ଲିଜ୍‌ ଅଞ୍ଚଳରୁ ବାଦ୍‌ ଦେଇ ସରକାରଙ୍କୁ ହସ୍ତାନ୍ତର କଲେ ସରକାରଙ୍କ ପର୍ଯ୍ୟଟନ ବିଭାଗ ବିକାଶ କରିବ ବୋଲି ସେ ସମୟରେ କହିଥିଲେ। ପର୍ଯ୍ୟଟନ ବିଭାଗ ସହକାରୀ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ନାୟକ କହିଛନ୍ତି, ଏହାକୁ ପୂର୍ବରୁ ସେ ପର୍ଯ୍ୟଟନ ମନ୍ତ୍ରୀଙ୍କ ସହ ଯାଇ ଅନୁଧ୍ୟାନ କରିଛନ୍ତି। ଏହାର ବିକାଶ ଓ ମାନ୍ୟତା ଦେବା ପାଇଁ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?