ଟିଟାନ୍‌ରେ ଜୀବର ସମ୍ଭାବନା

ଟିଟାନ୍‌ ହେଉଛି ଶନିର ବୃହତ୍ତମ ଉପଗ୍ରହ। ଏହାର ବ୍ୟାସ ହେଉଛି ୫୧୫୦ କିମି ଏବଂ ଏହା ହେଉଛି ସୌରଜଗତର ଦ୍ୱିତୀୟ ବୃହତ୍ତମ ଗ୍ରହ। ସୌରଜଗତର ବୃହତ୍ତମ ଉପଗ୍ରହ ହେଉଛି ବୃହସ୍ପତିର ଉପଗ୍ରହ ଗାନିମିଡ୍‌, ଯାହାର ବ୍ୟାସ ଟିଟାନଠାରୁ ମାତ୍ର ୧୧୨ କିମି ଅଧିକ। ଟିଟାନ୍‌କୁ ହଲାଣ୍ଡର ବୈଜ୍ଞାନିକ କ୍ରିଷ୍ଟିୟାନ ହିଉଜେନସ ୧୬୫୫ ମସିହାରେ ଆବିଷ୍କାର କରିଥିଲେ। ଏହା ହେଉଛି ଶନିର ପ୍ରଥମ ଆବିଷ୍କୃତ ଉପଗ୍ରହ (ଏ ପର୍ଯ୍ୟନ୍ତ ଶନିର ୮୨ଟି ଉପଗ୍ରହ ଆବିଷ୍କୃତ ହୋଇଛି) ଏବଂ ପୃଥିବୀ ବାହାରେ ପଞ୍ଚମ ଜଣା ଉପଗ୍ରହ। ଏହା ପୂର୍ବରୁ ଇଟାଲୀ ବୈଜ୍ଞାନିକ ଗାଲିଲିଓ ବୃହସ୍ପତିର ଚାରୋଟି ଉପଗ୍ରହକୁ ଆବିଷ୍କାର କରିଥିଲେ। ବୁଧ ଗ୍ରହଠାରୁ ଟିଟାନ୍‌ ହେଉଛି ବଡ।
ଟିଟାନ୍‌ ପୃଷ୍ଠର ତାପମାତ୍ରା ହେଉଛି ବିଯୁକ୍ତ ୧୭୮ ଡିଗ୍ରୀ ସେଲସିୟସ। ଏହି ତାପମାତ୍ରାରେ ଜଳ ପଥର ଭଳି ଟାଣ ବରଫରେ ପରିଣତ ହୋଇଥାଏ। ବାସ୍ତବରେ ଟିଟାନ୍‌ ପୃଷ୍ଠରେ ଥିବା ଅଧିକାଂଶ ପଥର ହେଉଛି ଜଳୀୟ ବରଫ। ଏହା ମୁଖ୍ୟତଃ ଜଳୀୟ ବରଫ ଓ ଶିଳାଯୁକ୍ତ ବରଫରୁ ଗଠିତ।
ନିକଟରେ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ର ବୈଜ୍ଞାନିକମାନେ ଟିଟାନ୍‌ର ପ୍ରଥମ ଭୂତାତ୍ତ୍ୱିକ ମାନଚିତ୍ର ପ୍ରକାଶ କରିଛନ୍ତି ନାସା ଶନି ଗ୍ରହ ଅଭିଯାନରେ ପଠାଇଥିବା କାସିନ ଯାନ ଆଧାରରେ ଏହି ମାନଚିତ୍ର ପ୍ରସ୍ତୁତ କରାଯାଇଛି। ଏହି ଅନୁଯାୟୀ ଟିଟାନ୍‌ର ସମତଳ ଅଞ୍ଚଳ ହେଉଛି ୬୫ ପ୍ରତିଶତ, ବାଲି, ପାହାଡ ୧୭ ପ୍ରତିଶତ ଏବଂ ପାହାଡିଆ ଅଞ୍ଚଳ ହେଉଛି ୧୪ ପ୍ରତିଶତ। ପୃଥିବୀ ନାମିବିୟା ମରୁଭୂମି ଭଳି ଟିଟାନ୍‌ର ବିଷୁବରେଖା ନିକଟରେ ବାଲି ପାହାଡ ଅଛି। ବାସ୍ତବରେ ଏହାର ସମତଳ ଅଞ୍ଚଳ ଓ ବାଲି ପାହାଡ ଘନୀଭୂତ ମିଥେନ୍‌ ଓ ଅନ୍ୟ ହାଇଡ୍ରୋକାର୍ବନରୁ ଗଠିତ ହୋଇଛି।
କାସିନି ତଥ୍ୟରୁ ଟିଟାନ୍‌ ପୃଷ୍ଠାରେ ତରଳ ହ୍ରଦ ଥିବାର ଜଣାପଡିଛି। ଏହ ହ୍ରଦ ହେଉଛି ମିଥେନ୍‌ ଓ ଇଥେନ୍‌ ଭଳି ହାଇଡ୍ରୋକାର୍ବନର ହ୍ରଦ। ଋତୁଚକ୍ର ଅନୁସାରେ ଏଗୁଡିକର ଆକାର ବଢ଼ିବାର ଓ କମିବାର ମଧ୍ୟ ଜଣାପଡିଛି। ଟିଟାନ୍‌ ପୃଷ୍ଠରେ ତରଳ ପଦାର୍ଥ ପ୍ରବାହ ହୋଇଥିବାର ନାଳମାନ ଥିବାର ମଧ୍ୟ ଜଣାପଡିଛି। ନାସା ପ୍ରକାଶ କରିଛି ଯେ ଟିଟାନ୍‌ରେ ମିଥେନ୍‌ ବୃଷ୍ଟି ହେଉଛି ଏବଂ ଏହା ହ୍ରଦ ଏବଂ ନଦୀକୁ ପ୍ରବାହିତ ହେଉଛି। ଟିଟାନ୍‌ ବାୟୁମଣ୍ଡଳରେ ମିଥେନ୍‌ ଓ ଇଥେନ୍‌ ବାଦଲ ଥିବାର ଚିତ୍ର ମିଳିଛି। ସୂଚନାଯୋଗ୍ୟ ଯେ ମିଥେନ୍‌ ଓ ଇଥେନ୍‌ ପୃଥିବୀରେ ଗ୍ୟାସ୍‌ ଭାବେ ଥିବାବେଳେ ଟିଟାନ୍‌ ଜଳବାୟୁ ଅବସ୍ଥାରେ ଏହା ତରଳ ପଦାର୍ଥ ଭାବେ ଦେଖାଯାଏ। ଟିଟାନ୍‌ର ବାୟୁମଣ୍ଡଳୀୟ ଚାପ ହେଉଛି ପୃଥିବୀର ବାୟୁମଣ୍ଡଳୀୟ ଚାପଠାରୁ ୬୦ ପ୍ରତିଶତ ଅଧିକ।
ବିଶ୍ୱରେ ପୃଥିବୀ ବ୍ୟତୀତ ଅନ୍ୟ କେଉଁଠାରେ ଏ ପର୍ଯ୍ୟନ୍ତ ଜୀବଜଗତ ଆବିଷ୍କୃତ ହୋଇନାହିଁ। ବୈଜ୍ଞାନିକମାନେ ଗବେଷଣା କରି ଜାଣିପାରିଛନ୍ତି ଯେ ଟିଟାନ୍‌ରେ ଥିବା ମିଥେନ୍‌ ଓ ଇଥେନ୍‌ ହ୍ରଦ ଓ ସମୁଦ୍ରରେ ଜୀବଜଗତ ଥିବାର ସମ୍ଭାବନା ଅଛି। ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି ଯେ, ପୃଥିବୀରେ ଗୋଟିଏ ବ୍ୟାକ୍ଟେରିଆ ଅଛି, ଯାହା ଏସିଟିଲିନ ଭଳି ହାଇଡ୍ରୋଜେନ୍‌ ବଞ୍ଚତ୍ପାରୁଛି। ଏଣୁ ଟିଟାନ୍‌ରେ ଥିବା ମିଥେନ୍‌ ଓ ଇଥେନ୍‌ ହାଇଡ୍ରୋକାର୍ବନରେ ସୂକ୍ଷ୍ମଜୀବ ରହିବାରେ କୌଣସି ଅସୁବିଧା ନାହିଁ। ଏହି ଜୀବ ଶ୍ୱାସପ୍ରଶ୍ୱାସରେ ଅମ୍ଳଜାନ ଜାଗାରେ ଉଦ୍‌ଜାନ ନେବ, ଗ୍ଲୁକୋଜ ଜାଗାରେ ଏସିଟିଲିନ୍‌ ସହ ଏହାକୁ ବିପାଚନ କରିବ ଏବଂ ନିଃଶ୍ୱାସରେ ଅଙ୍ଗାରକାମ୍ଳ ଜାଗାରେ ମିଥେନ୍‌ ତ୍ୟାଗ କରିବ। ପରୀକ୍ଷା ଦ୍ୱାରା ଜଣାପଡ଼ିଛି ଯେ ପୃଥିବୀରେ ଯେପରି ଜୀବର ଉଦ୍ଭବ ହୋଇଥିଲା, ସେହିପରି ଗୋଟିଏ ରାସାୟନିକ ବିବର୍ତ୍ତନ ପାଇଁ ଟିଟାନ୍‌ରେ ଯଥେଷ୍ଟ ଜୈବିକ ବସ୍ତୁ ଅଛି।
ଯଦି ଟିଟାନ୍‌ରେ ଜୀବଜଗତ ଥାଏ, ତା’ହେଲେ ଏହାର ବାୟୁମଣ୍ଡଳରେ ଟ୍ରୋପୋସ୍ପିୟରରେ ଉଦ୍‌ଜାନ ଓ ଏମେଟିଲନ୍‌ ପରିମାଣ ଆଶାଠାରୁ କମ୍‌ ଥିବ। ଏହି ପରୀକ୍ଷା ପରବର୍ତ୍ତୀ ମହାକାଶ ଅଭିଯାନରେ କରିବା ପାଇଁ ଚିନ୍ତା କରାଯାଉଛି। ନାସା ଟିଟାନ୍‌ ପୃଷ୍ଠର ମାନଚିତ୍ର ପ୍ରକାଶ କରିବା ପରେ ଏହା ବର୍ତ୍ତମାନ ଜ୍ୟୋତିର୍ବିଦ୍‌ମାନଙ୍କୁ ଅଧିକ ଆକର୍ଷଣ କରିଛି। ନାସା ୨୦୨୬ ମସିହାରେ ଟିଟାନ୍‌ ପୃଷ୍ଠକୁ ଡ୍ରାଗନପ୍ଲାଏ ମହାକାଶଯାନ ପଠାଇ ତଥ୍ୟ ସଂଗ୍ରହ କରିବା ପାଇଁ ଯୋଜନା କରିଛି।

ଇଂ ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀବିହାର, ଫେଜ୍‌-୧ ଭୁବନେଶ୍ୱର, ମୋ : ୯୪୩୮୬୯୩୭୨୦


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri