ଟିଟାନ୍‌ରେ ଜୀବର ସମ୍ଭାବନା

ଟିଟାନ୍‌ ହେଉଛି ଶନିର ବୃହତ୍ତମ ଉପଗ୍ରହ। ଏହାର ବ୍ୟାସ ହେଉଛି ୫୧୫୦ କିମି ଏବଂ ଏହା ହେଉଛି ସୌରଜଗତର ଦ୍ୱିତୀୟ ବୃହତ୍ତମ ଗ୍ରହ। ସୌରଜଗତର ବୃହତ୍ତମ ଉପଗ୍ରହ ହେଉଛି ବୃହସ୍ପତିର ଉପଗ୍ରହ ଗାନିମିଡ୍‌, ଯାହାର ବ୍ୟାସ ଟିଟାନଠାରୁ ମାତ୍ର ୧୧୨ କିମି ଅଧିକ। ଟିଟାନ୍‌କୁ ହଲାଣ୍ଡର ବୈଜ୍ଞାନିକ କ୍ରିଷ୍ଟିୟାନ ହିଉଜେନସ ୧୬୫୫ ମସିହାରେ ଆବିଷ୍କାର କରିଥିଲେ। ଏହା ହେଉଛି ଶନିର ପ୍ରଥମ ଆବିଷ୍କୃତ ଉପଗ୍ରହ (ଏ ପର୍ଯ୍ୟନ୍ତ ଶନିର ୮୨ଟି ଉପଗ୍ରହ ଆବିଷ୍କୃତ ହୋଇଛି) ଏବଂ ପୃଥିବୀ ବାହାରେ ପଞ୍ଚମ ଜଣା ଉପଗ୍ରହ। ଏହା ପୂର୍ବରୁ ଇଟାଲୀ ବୈଜ୍ଞାନିକ ଗାଲିଲିଓ ବୃହସ୍ପତିର ଚାରୋଟି ଉପଗ୍ରହକୁ ଆବିଷ୍କାର କରିଥିଲେ। ବୁଧ ଗ୍ରହଠାରୁ ଟିଟାନ୍‌ ହେଉଛି ବଡ।
ଟିଟାନ୍‌ ପୃଷ୍ଠର ତାପମାତ୍ରା ହେଉଛି ବିଯୁକ୍ତ ୧୭୮ ଡିଗ୍ରୀ ସେଲସିୟସ। ଏହି ତାପମାତ୍ରାରେ ଜଳ ପଥର ଭଳି ଟାଣ ବରଫରେ ପରିଣତ ହୋଇଥାଏ। ବାସ୍ତବରେ ଟିଟାନ୍‌ ପୃଷ୍ଠରେ ଥିବା ଅଧିକାଂଶ ପଥର ହେଉଛି ଜଳୀୟ ବରଫ। ଏହା ମୁଖ୍ୟତଃ ଜଳୀୟ ବରଫ ଓ ଶିଳାଯୁକ୍ତ ବରଫରୁ ଗଠିତ।
ନିକଟରେ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ର ବୈଜ୍ଞାନିକମାନେ ଟିଟାନ୍‌ର ପ୍ରଥମ ଭୂତାତ୍ତ୍ୱିକ ମାନଚିତ୍ର ପ୍ରକାଶ କରିଛନ୍ତି ନାସା ଶନି ଗ୍ରହ ଅଭିଯାନରେ ପଠାଇଥିବା କାସିନ ଯାନ ଆଧାରରେ ଏହି ମାନଚିତ୍ର ପ୍ରସ୍ତୁତ କରାଯାଇଛି। ଏହି ଅନୁଯାୟୀ ଟିଟାନ୍‌ର ସମତଳ ଅଞ୍ଚଳ ହେଉଛି ୬୫ ପ୍ରତିଶତ, ବାଲି, ପାହାଡ ୧୭ ପ୍ରତିଶତ ଏବଂ ପାହାଡିଆ ଅଞ୍ଚଳ ହେଉଛି ୧୪ ପ୍ରତିଶତ। ପୃଥିବୀ ନାମିବିୟା ମରୁଭୂମି ଭଳି ଟିଟାନ୍‌ର ବିଷୁବରେଖା ନିକଟରେ ବାଲି ପାହାଡ ଅଛି। ବାସ୍ତବରେ ଏହାର ସମତଳ ଅଞ୍ଚଳ ଓ ବାଲି ପାହାଡ ଘନୀଭୂତ ମିଥେନ୍‌ ଓ ଅନ୍ୟ ହାଇଡ୍ରୋକାର୍ବନରୁ ଗଠିତ ହୋଇଛି।
କାସିନି ତଥ୍ୟରୁ ଟିଟାନ୍‌ ପୃଷ୍ଠାରେ ତରଳ ହ୍ରଦ ଥିବାର ଜଣାପଡିଛି। ଏହ ହ୍ରଦ ହେଉଛି ମିଥେନ୍‌ ଓ ଇଥେନ୍‌ ଭଳି ହାଇଡ୍ରୋକାର୍ବନର ହ୍ରଦ। ଋତୁଚକ୍ର ଅନୁସାରେ ଏଗୁଡିକର ଆକାର ବଢ଼ିବାର ଓ କମିବାର ମଧ୍ୟ ଜଣାପଡିଛି। ଟିଟାନ୍‌ ପୃଷ୍ଠରେ ତରଳ ପଦାର୍ଥ ପ୍ରବାହ ହୋଇଥିବାର ନାଳମାନ ଥିବାର ମଧ୍ୟ ଜଣାପଡିଛି। ନାସା ପ୍ରକାଶ କରିଛି ଯେ ଟିଟାନ୍‌ରେ ମିଥେନ୍‌ ବୃଷ୍ଟି ହେଉଛି ଏବଂ ଏହା ହ୍ରଦ ଏବଂ ନଦୀକୁ ପ୍ରବାହିତ ହେଉଛି। ଟିଟାନ୍‌ ବାୟୁମଣ୍ଡଳରେ ମିଥେନ୍‌ ଓ ଇଥେନ୍‌ ବାଦଲ ଥିବାର ଚିତ୍ର ମିଳିଛି। ସୂଚନାଯୋଗ୍ୟ ଯେ ମିଥେନ୍‌ ଓ ଇଥେନ୍‌ ପୃଥିବୀରେ ଗ୍ୟାସ୍‌ ଭାବେ ଥିବାବେଳେ ଟିଟାନ୍‌ ଜଳବାୟୁ ଅବସ୍ଥାରେ ଏହା ତରଳ ପଦାର୍ଥ ଭାବେ ଦେଖାଯାଏ। ଟିଟାନ୍‌ର ବାୟୁମଣ୍ଡଳୀୟ ଚାପ ହେଉଛି ପୃଥିବୀର ବାୟୁମଣ୍ଡଳୀୟ ଚାପଠାରୁ ୬୦ ପ୍ରତିଶତ ଅଧିକ।
ବିଶ୍ୱରେ ପୃଥିବୀ ବ୍ୟତୀତ ଅନ୍ୟ କେଉଁଠାରେ ଏ ପର୍ଯ୍ୟନ୍ତ ଜୀବଜଗତ ଆବିଷ୍କୃତ ହୋଇନାହିଁ। ବୈଜ୍ଞାନିକମାନେ ଗବେଷଣା କରି ଜାଣିପାରିଛନ୍ତି ଯେ ଟିଟାନ୍‌ରେ ଥିବା ମିଥେନ୍‌ ଓ ଇଥେନ୍‌ ହ୍ରଦ ଓ ସମୁଦ୍ରରେ ଜୀବଜଗତ ଥିବାର ସମ୍ଭାବନା ଅଛି। ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି ଯେ, ପୃଥିବୀରେ ଗୋଟିଏ ବ୍ୟାକ୍ଟେରିଆ ଅଛି, ଯାହା ଏସିଟିଲିନ ଭଳି ହାଇଡ୍ରୋଜେନ୍‌ ବଞ୍ଚତ୍ପାରୁଛି। ଏଣୁ ଟିଟାନ୍‌ରେ ଥିବା ମିଥେନ୍‌ ଓ ଇଥେନ୍‌ ହାଇଡ୍ରୋକାର୍ବନରେ ସୂକ୍ଷ୍ମଜୀବ ରହିବାରେ କୌଣସି ଅସୁବିଧା ନାହିଁ। ଏହି ଜୀବ ଶ୍ୱାସପ୍ରଶ୍ୱାସରେ ଅମ୍ଳଜାନ ଜାଗାରେ ଉଦ୍‌ଜାନ ନେବ, ଗ୍ଲୁକୋଜ ଜାଗାରେ ଏସିଟିଲିନ୍‌ ସହ ଏହାକୁ ବିପାଚନ କରିବ ଏବଂ ନିଃଶ୍ୱାସରେ ଅଙ୍ଗାରକାମ୍ଳ ଜାଗାରେ ମିଥେନ୍‌ ତ୍ୟାଗ କରିବ। ପରୀକ୍ଷା ଦ୍ୱାରା ଜଣାପଡ଼ିଛି ଯେ ପୃଥିବୀରେ ଯେପରି ଜୀବର ଉଦ୍ଭବ ହୋଇଥିଲା, ସେହିପରି ଗୋଟିଏ ରାସାୟନିକ ବିବର୍ତ୍ତନ ପାଇଁ ଟିଟାନ୍‌ରେ ଯଥେଷ୍ଟ ଜୈବିକ ବସ୍ତୁ ଅଛି।
ଯଦି ଟିଟାନ୍‌ରେ ଜୀବଜଗତ ଥାଏ, ତା’ହେଲେ ଏହାର ବାୟୁମଣ୍ଡଳରେ ଟ୍ରୋପୋସ୍ପିୟରରେ ଉଦ୍‌ଜାନ ଓ ଏମେଟିଲନ୍‌ ପରିମାଣ ଆଶାଠାରୁ କମ୍‌ ଥିବ। ଏହି ପରୀକ୍ଷା ପରବର୍ତ୍ତୀ ମହାକାଶ ଅଭିଯାନରେ କରିବା ପାଇଁ ଚିନ୍ତା କରାଯାଉଛି। ନାସା ଟିଟାନ୍‌ ପୃଷ୍ଠର ମାନଚିତ୍ର ପ୍ରକାଶ କରିବା ପରେ ଏହା ବର୍ତ୍ତମାନ ଜ୍ୟୋତିର୍ବିଦ୍‌ମାନଙ୍କୁ ଅଧିକ ଆକର୍ଷଣ କରିଛି। ନାସା ୨୦୨୬ ମସିହାରେ ଟିଟାନ୍‌ ପୃଷ୍ଠକୁ ଡ୍ରାଗନପ୍ଲାଏ ମହାକାଶଯାନ ପଠାଇ ତଥ୍ୟ ସଂଗ୍ରହ କରିବା ପାଇଁ ଯୋଜନା କରିଛି।

ଇଂ ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀବିହାର, ଫେଜ୍‌-୧ ଭୁବନେଶ୍ୱର, ମୋ : ୯୪୩୮୬୯୩୭୨୦


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri