Categories: ଜାତୀୟ

ବ୍ୟାଙ୍କିଙ୍ଗ୍‌ ସିଷ୍ଟମ ଅଧୀନକୁ ଆସିବ ଡାକଘର

ନୂଆଦିଲ୍ଲୀ, ୧ା୨: କେନ୍ଦ୍ର ସରକାର ସମସ୍ତ ଦେଢ଼ ଲକ୍ଷ ଡାକଘର ଶାଖାଗୁଡ଼ିକୁ ମୂଳ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା (କୋର୍‌ ବ୍ୟାଙ୍କିଙ୍ଗ୍‌ ସିଷ୍ଟମ ) ଅଧୀନକୁ ଆଣିବେ। ଏ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ପାର୍ଲାମେଣ୍ଟ ବଜେଟ ଅଧିବେଶନରେ ଘୋଷଣା କରିଛନ୍ତି। ଏହାଦ୍ୱାରା ଡାକଘରେ ଆକାଉଣ୍ଟ ଥିବା ଗ୍ରାହକମାନଙ୍କୁ ନେଟ୍‌ ବ୍ୟାଙ୍କିଙ୍ଗ୍‌ ସୁବିଧା ମିଳିବ। ସେମାନେ ପୋଷ୍ଟ ଅଫିସ୍‌ ଆକାଉଣ୍ଟରୁ ଅନ୍ୟ ବ୍ୟାଙ୍କ୍‌କୁ ମଧ୍ୟ ଟଙ୍କା ଟ୍ରାନ୍ସଫର କରିପାରିବେ। ଏଥିସହ ଡାକ ଅଫିସ୍‌ରେ ଏଟିଏମ୍‌ ମଧ୍ୟ ଲାଗିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଏହାଦ୍ୱାରା ଗ୍ରାମାଞ୍ଚଳରେ ବିଶେଷ କରି କୃଷକ ଏବଂ ବରିଷ୍ଠ ନାଗରିକମାନେ ଉପକୃତ ହୋଇପାରିବେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

Share