ପଦବୀ ଖାଲିପଡ଼ିଛି

ଭାରତରେ ଆଇଏଏସ୍‌ , ଆଇପିଏସ୍‌ ଏବଂ ଆଏଫ୍‌ଏସ୍‌ ( ଇଣ୍ଡିଆନ୍‌ ଫରେଷ୍ଟ ସର୍ଭିସ୍‌) ଅଧିକାରୀଙ୍କ ଘୋର ଅଭାବ ଦେଖାଦେଇଛି। ଏହାଦ୍ୱାରା ପ୍ରଶାସନିକ ଦକ୍ଷତା ଏବଂ ଆଇନ ପ୍ରଣୟନ କ୍ଷମତା ପ୍ରଭାବିତ ହେଉଛି। କାର୍ମିକ ଓ ପ୍ରଶିକ୍ଷଣ ବିଭାଗ( ଡିଓପିଟି) ତଥ୍ୟ ଅନୁଯାୟୀ, ଜାନୁଆରୀ ୨୦୨୪ ସୁଦ୍ଧା ଆଇଏଏସ୍‌ ଅଧିକାରୀଙ୍କ ଅଭାବ ହାର ୧୯ ପ୍ରତିଶତ ଏବଂ ନିର୍ଦ୍ଧାରିତ ୬,୮୫୮ ପଦବୀରେ ଏବେ ୫,୫୪୨ ଅଧିକାରୀ ଅଛନ୍ତି। ସେହିଭଳି ଆବଶ୍ୟକ ୫,୦୫୫ ଆଇପିଏସ୍‌ ଅଧିକାରୀଙ୍କ ମଧ୍ୟରୁ ୪,୪୬୯ କାର୍ଯ୍ୟ କରୁଛନ୍ତି , ଅର୍ଥାତ୍‌ ୧୧% ପଦବୀ ପୂରଣ ହୋଇପାରିନାହିଁ। ଆଇଏଫ୍‌ଏସ୍‌ କ୍ୟାଡରରେ ୩୩% ପଦବୀ ଖାଲି ଅଛି ଏବଂ ମଞ୍ଜୁରୀପ୍ରାପ୍ତ ମୋଟ ୩,୧୯୩ ପଦବୀରୁ ୨,୧୫୧ ଜଣ ଅଧିକାରୀ ଅଛନ୍ତି। ଏଭଳି ଅଭାବ ଯୋଗୁ ଅଧିକାରୀମାନେ ଏକାଧିକ ବିଭାଗ ଏବଂ ଦାୟିତ୍ୱରେ ରହିବାକୁ ବାଧ୍ୟ ହେଉଛନ୍ତି ଏବଂ କାର୍ଯ୍ୟଚାପ ଯୋଗୁ ଶାସନ ପ୍ରଭାବିତ ହେଉଛି। ରାଜ୍ୟ ସ୍ତରରେ ସିଧାସଳଖ ଆଇଏଏସ୍‌ ନିଯୁକ୍ତି କ୍ଷେତ୍ରରେ ଉତ୍ତରପ୍ରଦେଶରେ ସର୍ବାଧିକ ପଦବୀ(୬୩) ଖାଲି ରହିଛି। ବିହାରରେ ଖାଲିଥିବା ପଦୋନ୍ନତି ପଦବୀ (୭୯) ଅନ୍ୟ ରାଜ୍ୟ ତୁଳନାରେ ସବୁଠୁ ବେଶି। ଆଇପିଏସ୍‌ ଅଧିକାରୀଙ୍କ ପ୍ରତ୍ୟକ୍ଷ ନିଯୁକ୍ତିରେ ମଧ୍ୟପ୍ରଦେଶରେ ସର୍ବାଧିକ (୪୩) ପଦବୀ ପୂରଣ ହୋଇନାହିଁ। ପଦୋନ୍ନତି ପଦବୀ ଓଡ଼ିଶାରେ ସର୍ବାଧିକ(୫୯) ଖାଲି ପଡ଼ିଛି। ଆଇଏଫ୍‌ଏସ୍‌ କ୍ୟାଡରରେ ମଧ୍ୟ ସମାନ ଧାରା ଜାରି ରହିଛି ଏବଂ ଏଜିଏମ୍‌ୟୁଟି କ୍ୟାଡରରେ ସର୍ବାଧିକ(୧୦୫) ପଦବୀ ପୂରଣ ହୋଇନାହିଁ। ଆଇଏଏସ୍‌ ଓ ଆଇପିଏସ୍‌ ଅଧିକାରୀମାନଙ୍କ ନିଯୁକ୍ତି ସମ୍ପର୍କରେ ନୀତି ନିର୍ଦ୍ଧାରକମାନେ ପୁନର୍ବିଚାର କରିବା ଆବଶ୍ୟକ। ଭାରତରେ ଏକ ଦୃଢ଼ ତଥା ପ୍ରଭାବୀ ଶାସନ ଢାଞ୍ଚା ନିଶ୍ଚିତ କରିବାକୁ ହେଲେ ଏହି ପଦବୀଗୁଡିକ ପୂରଣକରିବା ଜରୁରୀ ଏବଂ ଏହା ପାଇଁ ନୂତନ ରଣନୀତି ଆବଶ୍ୟକ।
ଗମ୍ଭୀର ଅଭିଯୋଗ
କେରଳରେ ବାବୁମାନଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ତୀବ୍ର ହେବାରେ ଲାଗିଛି। ବର୍ତ୍ତମାନ ବିବାଦକୁ ନେଇ ନିଲମ୍ବିତ ହୋଇଥିବା ଆଇଏଏସ୍‌ ଅଧିକାରୀ ଏନ୍‌. ପ୍ରଶାନ୍ତ (୨୦୦୭ ବ୍ୟାଚ୍‌ କେରଳ କ୍ୟାଡର) କେରଳର ମୁଖ୍ୟ ଶାସନ ସଚିବ ସାରଦା ମୁରଲୀଧରନ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏ. ଜୟତିଳକ, ଶିଳ୍ପ ନିର୍ଦ୍ଦେଶକ କେ. ଗୋପାଳକୃଷ୍ଣନ୍‌ ଓ ଏକ ପ୍ରମୁଖ ରାଜ୍ୟସ୍ତରୀୟ ଖବରକାଗଜ ବିରୋଧରେ ଭୁଲ୍‌ ଦଲିଲ ପ୍ରସ୍ତୁତ କରିବା ଏବଂ ଆପରାଧିକ ଷଡ଼ଯନ୍ତ୍ରର ଅଭିଯୋଗ ଆଣିଥିବା ଜଣାପଡ଼ିଛି। ଜୟତିଳକଙ୍କ ନେତୃତ୍ୱରେ କରାଯାଇଥିବା ଏକତରଫା ତଦନ୍ତରୁ ହିଁ ଏହି ବିବାଦ ସୃଷ୍ଟି ହୋଇଛି, ଯେଉଁଥିରେ ଉନ୍ନତି (ଏସ୍‌ସି /ଏସ୍‌ଟି ସମୁଦାୟଙ୍କ ବିକାଶ ପାଇଁ ଉଦ୍ଦିଷ୍ଟ ପ୍ରକଳ୍ପ)ର ସିଇଓ ଥିବାବେଳେ ସରକାରୀ ଫାଇଲଗୁଡିକର ଭୁଲ୍‌ ତଥ୍ୟ ଏବଂ ତାଙ୍କ ଅନିୟମିତ ଉପସ୍ଥାନକୁ ନେଇ ପ୍ରଶାନ୍ତଙ୍କ ବିରୋଧରେ ଅଭିଯୋଗ ଅଣାଯାଇଥିଲା। ଲିଗାଲ ନୋଟିସ ଅନୁଯାୟୀ, ଏହି ତଦନ୍ତ ପାଇଁ ସରକାରୀ ଅନୁମତି ନ ଥିଲା ଏବଂ ଏହା ସରକାରଙ୍କ ଇ-ଅଫିସ୍‌ ସିଷ୍ଟମରେ ଅପ୍‌ଲୋଡ୍‌ ହୋଇଥିବା ମିଥ୍ୟା ଚିଠି ଉପରେ ଆଧାରିତ ଥିଲା। ପ୍ରଶାନ୍ତ ଦାବି କରିଛନ୍ତି, ଗୋପାଳକୃଷ୍ଣନ୍‌ଙ୍କ ଦ୍ୱାରା ଦସ୍ତଖତ ହୋଇଥିବା ଏହି ଡକ୍ୟୁମେଣ୍ଟଗୁଡିକ ବିଭାଗୀୟ ରେକର୍ଡରୁ ହଟାଯିବା ପୂର୍ବରୁ ଅଗଷ୍ଟ ୨୦୨୩ ରେ ଏଥିରେ ହେରଫେର କରାଯାଇଥିଲା। ଲିଗାଲ ନୋଟିସରେ ଆହୁରି ଅଭିଯୋଗ ହୋଇଛି ଯେ,୧୪ ନଭେମ୍ବର ୨୦୨୪ରେ ଏହି ଅନିୟମିତତା ବିଷୟରେ ଆନୁଷ୍ଠାନିକ ଭାବେ ଅବଗତ ହେବା ସତ୍ତ୍ୱେ ମୁଖ୍ୟ ଶାସନ ସଚିବ ପଦକ୍ଷେପ ନେବାରେ ବିଫଳ ହୋଇଥିଲେ। କେରଳର ପ୍ରଶାସନ ପ୍ରଶାନ୍ତଙ୍କ ବିସ୍ଫୋରକ ଦାବିକୁ କିପରି ସମାଧାନ କରିବ ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି।
ନୂଆ ନିୟମ
ଉତ୍ତରପ୍ରଦେଶର କାର୍ଯ୍ୟନିର୍ବାହୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ପ୍ରଶାନ୍ତ କୁମାର ଯୋଗୀ-ମୋଦି ଶାସନରେ ଥିବା ଜଟିଳ ଧାରାରୁ ନିଶ୍ଚିତ ଭାବେ କିଛି ଶିକ୍ଷା ନେଇପାରିଥିବେ। ୧୯୯୦ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ କୁମାର ଚଳିତ ବର୍ଷ ଜାନୁଆରୀରୁ କାର୍ଯ୍ୟନିର୍ବାହୀ ବ୍ୟାଜ୍‌ ଧାରଣ କରିଆସୁଛନ୍ତି। କିନ୍ତୁ ଦୁଃଖର କଥା, ଏବେ ରାଜନୈତିକ ବାତାବରଣ ବିପରୀତ ହୋଇଛି। ଗତମାସ ପ୍ରାରମ୍ଭରେ ଯେତେବେଳେ ଯୋଗୀ ଆଦିତ୍ୟନାଥ ସରକାର ପୂର୍ଣ୍ଣକାଳୀନ ଡିଜିପି ନିଯୁକ୍ତି ପାଇଁ ତାଙ୍କ ନୂଆ ନିୟମ ଜାରି କରିଥିଲେ, ସେତେବେଳେ ବାବୁ ପରିସରରେ ଥିବା ଆଲୋଚକମାନେ କହିଥିଲେ ଯେ କୁମାର ଏହି ପଦବୀରେ ନିଶ୍ଚିତ ରହିବେ। କିନ୍ତୁ ସୂତ୍ରରୁ ଜଣାପଡ଼ିଛି ଯେ, କୁମାରଙ୍କ ନାମ ନିଯୁକ୍ତି ତାଲିକାରୁ ଉଭାନ ହୋଇଯାଇଛି। ସଂଶୋଧିତ ନିୟମ ଅନୁଯାୟୀ, ଯେଉଁ ଆଇପିଏସ୍‌ ଅଧିକାରୀଙ୍କର ଚାକିରିକାଳ ଅତି କମ୍‌ରେ ୬ ମାସ ଥିବ, ସେମାନେ ଶୀର୍ଷ ପଦବୀ ଲାଗି ଯୋଗ୍ୟ ହେବେ। କୁମାର ମେ ୨୫ରେ ଅବସର ନେବାକୁ ଯାଉଥିବାରୁ ସେ ଏହି ପଦବୀ ପାଇଁ ଯୋଗ୍ୟ ନୁହନ୍ତି। ନଚେତ୍‌ କେହି ଜଣେ ଅମଲାତାନ୍ତ୍ରିକ ଉପାୟରେ ତାଙ୍କ କାର୍ଯ୍ୟକାଳକୁ ଆଉ ୧୮ ମାସ ବୃଦ୍ଧି କରିଦେଇ ପାରିଥାନ୍ତେ। ତେବେ ସେଥିତ୍ପାଇଁ କେନ୍ଦ୍ରର ଆଶୀର୍ବାଦ ଲୋଡ଼ା। ହେଲେ ଯୋଗୀ ସରକାରଙ୍କର ଏଭଳି ବିଷୟ ପ୍ରତି ଆଗ୍ରହ ନ ଥିବାରୁ କୁମାର କାର୍ଯ୍ୟନିର୍ବାହୀ ଡିଜିପି ଭାବେ ରହିଛନ୍ତି। ଯୋଗୀ-ମୋଦି ରାଜନୀତିର ଜଟିଳ ଖେଳ ମଧ୍ୟରେ ଗୋଟିଏ କଥା ସ୍ପଷ୍ଟ ଯେ, ବେଳେବେଳେ କ୍ଷମତା ଦୌଡ଼ରେ ରହିବା ଏକ ସୌଭାଗ୍ୟର ବିଷୟ ହୋଇଥାଏ। କିନ୍ତୁ ଏହାକୁ ଜିତିବା ପୂର୍ବରୁ ଆଉ କେହି ଜଣେ ବିଜୟୀ ହୋଇଯାଇପାରନ୍ତି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଦେଶବାସୀଙ୍କୁ ବଡ଼ ଭରସା ଦେଲେ ପ୍ରଧାନମନ୍ତ୍ରୀ, କହିଲେ ଆପଣଙ୍କ ଉପରେ ଲଦିବୁ ନାହିଁ…

ନୂଆଦିଲ୍ଲୀ,୨୮।୩: ଯେତେବେଳେ ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ଆକ୍ରମଣ ଆରମ୍ଭ କଲେ, କେହି ଭାବି ନଥିଲେ ଯେ ଏହା ଏକ ବିଶ୍ୱ ସଙ୍କଟରେ ପରିଣତ ହେବ।…

ଲୁଣାନଦୀର ଜଳସ୍ତର କମୁଛି: ଆଗାମୀ ଦିନରେ ଦେଖାଦେବ…

କେନ୍ଦ୍ରାପଡ଼ା, ୨୮ା୩ (ଜଗନ୍ନାଥ ଧଳ)ଡିସେମ୍ବର ମାସଠାରୁ କେନ୍ଦ୍ରାପଡ଼ା ଜିଲାରେ ପ୍ରବାହିତ ଲୁଣାନଦୀର ଜଳସ୍ତର କମିବାରେ ଲାଗିଛି। ଫଳରେ ଆଗାମୀ ଦିନରେ କେନ୍ଦ୍ରାପଡ଼ା ପୌରାଞ୍ଚଳରେ ପିଇବା ପାଣି ସମସ୍ୟା…

LPG ଏବଂ PNG ର ଏକ୍ସପାଏରୀ ଡେଟ୍‌ ଅଛି କି? ଜାଣନ୍ତୁ କେମିତି କରିବେ ଚେକ୍‌…

ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ଇନ୍ଧନ ଯୋଗାଣ ନେଇ ଚିନ୍ତା ମଧ୍ୟରେ, ଭାରତର ଅନେକ ପରିବାର LPG ସିଲିଣ୍ଡର ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି। ଏହା PNG…

ମୋଦିଙ୍କ ପାଇଁ ବଡ଼ କଥା କହିଦେଲେ ନେପାଳର ନୂଆ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ,୨୮।୩: ନେପାଳର ନୂଆ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହା ଶନିବାର ଦିନ କହିଛନ୍ତି ଯେ ସେ ‘ଭାରତ ସହିତ ମିଶି କାମ କରିବାକୁ ଖୁବ ଆଗ୍ରହୀ ଅଛନ୍ତି।’ ତାଙ୍କ…

ଥକି ପଡିଲେଣି ଇସ୍ରାଏଲୀ ସେନା? ଫସିଗଲେ କି ନେତାନ୍ୟାହୁ? ସର୍ଭେରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ

ଜେରୁଜେଲମ,୨୮।୩: ଇସ୍ରାଏଲୀ ସାମରିକ ବାହିନୀ ସମ୍ପର୍କରେ ଏକ ବଡ଼ ଚେତାବନୀ ସାମ୍ନାକୁ ଆସିଛି। ଦେଶର ମୁଖ୍ୟ କର୍ମଚାରୀ ଇୟାଲ ଜମିର ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି ଯେ…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଯୁଦ୍ଧ ଭିତରେ ଭାରତ ପାଇଁ ଆସିଲା ଆଉ ଏକ ଖୁସି ଖବର

ନୂଆଦିଲ୍ଲୀ,୨୮।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଚାଲିଥିବା ବିବାଦ ପରେ ମଧ୍ୟପ୍ରାଚ୍ୟରେ ପ୍ରବଳ ଉତ୍ତେଜନା ରହିଛି। ଫଳସ୍ବରୂପ, ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦିଆଯାଇଛି। ତଥାପି, ଇରାନ…

ଦୁଃଖ ବଖାଣିଲେ ବରୁଣ ଧାୱନ: ଝିଅ ଲାରାଙ୍କୁ ହୋଇଛି…

ଅଭିନେତା ବରୁଣ ଧାୱନ ଇଣ୍ଡଷ୍ଟ୍ରିର ସବୁଠାରୁ ନିର୍ଭରଯୋଗ୍ୟ ଅଭିନେତା ଭାବରେ ଉଭା ହୋଇଛନ୍ତି। ଆଜିକାଲି ସେ ତାଙ୍କର ବ୍ଲକବଷ୍ଟର ଓ୍ବାର୍‌ ଡ୍ରାମା ଫିଲ୍ମ ‘ବର୍ଡର ୨’ର ସଫଳତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri