ବଢ଼ିଛି ଜନସଂଖ୍ୟା, ବଦଳିଛି ରୂପରେଖ

ଅନୁଗୋଳ ଅଫିସ, ୩୧।୮: ୫୯ ବର୍ଷରେ ପାଦ ଥାପିବାକୁ ଯାଉଛି ଅନୁଗୋଳ ପୌରପାଳିକା। ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ରୁ ବର୍ତ୍ତମାନର ପୌରପରିଷଦ, ଦୀର୍ଘ ୫୮ ବର୍ଷର ଯାତ୍ରା ମଧ୍ୟରେ ଅନେକ ପରିବର୍ତ୍ତନ ହୋଇଛି ଅନୁଗୋଳରେ। ଏହି ସମୟ ମଧ୍ୟରେ ପୌର ପରିଷଦରେ ବସିଛନ୍ତି ୧୪ ଜଣ ନଗରପାଳ। ଶାସନ କରିଛନ୍ତି ୧୨ ପ୍ରଶାସନିକ ଅଧିକାରୀ। ଇତିମଧ୍ୟରେ ବଦଳିଛି ସହରର କଳେବର। ବଢ଼ିଛି ଲୋକ ସଂଖ୍ୟା। ବିକାଶଠାରୁ ସୌନ୍ଦର୍ଯ୍ୟକରଣ ଯାଏ ହୋଇଛି ଅନେକ ଉନ୍ନତୀକରଣ କାର୍ଯ୍ୟ।
୧୯୬୪ ଜାନୁୟାରୀ ୨୪ରେ ଅନୁଗୋଳ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି)ର ମାନ୍ୟତା ପାଇଥିଲା। ସେତେବେଳେ ସହରରେ ମାତ୍ର ୧୨ଟି ଓ୍ବାର୍ଡ ରହିଥିଲା। ଲୋକ ସଂଖ୍ୟା ମଧ୍ୟ ସେପରି ଅଧିକ ନ ଥିଲା। ଅବସ୍ଥା ଏପରି ଥିଲା ଯେ ସନ୍ଧ୍ୟାରେ ବସ୍‌ଷ୍ଟାଣ୍ଡକୁ ଆସିବାକୁ ଲୋକଙ୍କୁ ଭୟ ଲାଗୁଥିଲା। ହେଲେ ଧୀରେ ଧୀରେ ସହର ସହ କୋଳାହଳ ବଢ଼ିବାକୁ ଲାଗିଲା। ଖଣି ଓ ଶିଳ୍ପକୁ ନଜରରେ ରଖି ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଲୋକେ ଅନୁଗୋଳ ମୁହଁା ହେଲେ। ଫଳରେ ୧୨ ଓ୍ବାର୍ଡର ଅନୁଗୋଳ ଏନ୍‌ଏସି ୨୦୦୮ରେ ପୌର ପରିଷଦରେ ପରିଣତ ହେଲା। ଓ୍ବାର୍ଡ ସଂଖ୍ୟା ମଧ୍ୟ ୨୩ରେ ପହଞ୍ଚିଲା। ଏହାପରେ ଅନୁଗୋଳ ସହରର ବିକାଶ ଯାତ୍ରା ଜୋର୍‌ ଧରିଥିଲା। ପୂର୍ବପେକ୍ଷା ଦ୍ରୁତ ଗତିରେ ଉନ୍ନତୀକରଣ କାର୍ଯ୍ୟ ହେବାରୁ ଜନସଂଖ୍ୟା ମଧ୍ୟ ବୃଦ୍ଧି ପାଇ ଚାଲିଲା। ଗତ କିଛିବର୍ଷ ମଧ୍ୟରେ ଅନୁଗୋଳ ପୌରାଞ୍ଚଳରେ ଅନେକ ପରିବର୍ତ୍ତନ ହୋଇଛି। ଲୋକଙ୍କୁ ବିଭିନ୍ନ ଚାକଚକ୍ୟ ସୁବିଧା ମିଳିଛି। ଆମୋଦ ପ୍ରମୋଦ କରିବାକୁ ପାର୍କ ଓ ସକାଳ ସହ ସନ୍ଧ୍ୟା ଭ୍ରମଣ କରିବାକୁ ହେଲଥ୍‌ କରିଡର ନିର୍ମାଣ କରାଯାଇଛି। ସହରର ସୌନ୍ଦର୍ଯ୍ୟ ବୃଦ୍ଧିକୁ ନେଇ ସହରବାସୀ ର୍ଗବ ଅନୁଭବ କରୁଛନ୍ତି। ତେବେ ପାନୀୟ ଜଳଠାରୁ ପରିମଳ ବ୍ୟବସ୍ଥାରେ ଏବେ ବି ଅନେକ ସମସ୍ୟା ରହିଛି। ସହରୀରୁ ବର୍ଷା ଜଳ ନିଷ୍କାସନ ଠିକ୍‌ ଭାବେ ହୋଇପାରୁ ନାହିଁ। ଫଳରେ ଜୋରଦାର ବର୍ଷା ହେଲେ ସହର ଜଳପ୍ଲାବିତ ହୋଇପଡ଼ୁଛି। ଦୀର୍ଘବର୍ଷ ମଧ୍ୟରେ ନିର୍ବାଚିତ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି କେତେଜଣ ଦକ୍ଷ ପ୍ରଶାସନିକ ଅଧିକାରୀ ପୌରପାଳିକାରେ ଦାୟିତ୍ୱ ତୁଲାଇଥିଲେ ମଧ୍ୟ ଉପରୋକ୍ତ ଅସୁବିଧା ଦୂର ହୋଇ ନ ଥିବାରୁ ପୌରାଞ୍ଚଳବାସୀଙ୍କ ମନରେ କ୍ଷୋଭ ରହିଥିବା ଜଣାପଡ଼ିଛି।

ସହର ବିକଶିତ ହୋଇଛି
୮୦ ଦଶକର ଅନୁଗୋଳ ସହରରେ ସନ୍ଧ୍ୟା ହେଲେ ଯାତାୟାତ କରିବାକୁ ଭୟ ଲାଗୁଥିଲା। ଏପରି କି ବସ୍‌ଷ୍ଟାଣ୍ଡ ଅଞ୍ଚଳରେ ସନ୍ଧ୍ୟାରେ ଅସାମାଜିକଙ୍କ ଆଡ୍ଡା ଜମୁଥିଲା। ହେଲେ ବର୍ତ୍ତମାନ ସେଥିରେ ଆକାଶଛୁଅଁା ପରିବର୍ତ୍ତନ ଆସିଛି। ସହର ବିକଶିତ ହେବା ସହ ଉନ୍ନତି ପଥରେ ଅଗ୍ରସର ହେଉଛି। ତଥାପି ପାନୀୟ ଜଳ ସମସ୍ୟା ଏବେ ମଧ୍ୟ ରହିଛି।
-ବିଦ୍ୟାଧର ପଣ୍ଡା, ବୁଦ୍ଧିଜୀବୀ
ସୌନ୍ଦର୍ଯ୍ୟମୟ ପରିବେଶ ସୃଷ୍ଟି ହୋଇଛି
ସହର ବଢ଼ିବା ସହ ଲୋକସଂଖ୍ୟାରେ ଦ୍ରୁତ ଅଭିବୃଦ୍ଧି ହୋଇଚାଲିଛି। ବହୁ ଉନ୍ନତୀକରଣ କାର୍ଯ୍ୟ ଚାଲିଥିବାରୁ ସହରରେ ସୌନ୍ଦର୍ଯ୍ୟମୟ ପରିବେଶ ସୃଷ୍ଟି ହୋଇଛି। ହେଲେ ପରିମଳ ବ୍ୟବସ୍ଥାରେ ଆହୁରି ସୁଧାର ଆସିବା ଆବଶ୍ୟକ। ଏ ନେଇ ପ୍ରଶାସନ ଓ ନିର୍ବାଚିତ ଲୋକ ପ୍ରତିନିଧିମାନେ ମିଳିତ ଭାବେ କାର୍ଯ୍ୟ କରିବାର ଦରକାର।
-ସ୍ନିଗ୍ଧା ସାହୁ, ବୁଦ୍ଧିଜୀବୀ

ଅମିତ କୁମାର ସାମଲ


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ପାଟଣା:ରଘୁନାଥ ଜିଉ ମଠରେ ରାମନବମୀ ଉତ୍ସବ,ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀରାମ ଝଣ୍ଡା ଯାତ୍ରା

ପାଟଣା, ୨୭।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ମହାସମାରୋହରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ରଘୁନାଥ ଜିଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri