Posted inଖେଳ

ମହିଳା କ୍ରୀଡ଼ାବିତ୍‌ଙ୍କ ଆଦର ବଢ଼ୁଛି

ବିଶ୍ୱରେ ନାରୀ ମୁକ୍ତି ଆନ୍ଦୋଳନର ଲମ୍ବା ଇତିହାସ ରହିଛି। ଏହି ସାମାଜିକ ଆନ୍ଦୋଳନକୁ ସଫଳ କରିବା ଲାଗି ଅନେକ ପ୍ରୟାସ ହୋଇଛି ଏବଂ ମହିଳାମାନଙ୍କ ପାଇଁ ବହୁ ରୁଦ୍ଧଦ୍ୱାର ଉନ୍ମୁକ୍ତ ହୋଇଯାଇଛି। ତଥାପି ବହୁ ଦେଶରେ ମହିଳା ଅବଳା ରୂପେ ଜୀବନ ବିତାଉଛି। ଆରବ ଜଗତରେ ବୁର୍ଖା ପିନ୍ଧି ମହିଳାମାନେ ଘରର ଚାରିକାନ୍ଥ ଭିତରେ ଆବଦ୍ଧ ରହିବାକୁ ବାଧ୍ୟ ହେଉଛନ୍ତି। ପୁରୁଷଙ୍କ ପରି ମୁକ୍ତ ଜୀବନଯାପନ କରିବା ସେମାନଙ୍କ ପାଇଁ ଅସମ୍ଭବ ହୋଇପଡ଼ିଛି। ଇରାନ୍‌ରେ ଘଟିଥିବା ଏକ ଘଟଣା ମଧ୍ୟପ୍ରାଚ୍ୟରେ ମହିଳାଙ୍କ ସାମାଜିକ ସ୍ଥିତିର ଏକ କରୁଣ ଚିତ୍ର ପ୍ରଦାନ କରେ। କେତେଜଣ ଶିକ୍ଷିତ ଇରାନୀୟ ତରୁଣୀ ରାଜଧାନୀ ତେହେରାନ୍‌ର ଏକ ଷ୍ଟାଡିୟମରେ ଏକ ଆନ୍ତର୍ଜାତିକ ଫୁଟବଲ ମ୍ୟାଚ ଦେଖିବାକୁ ଯାଇଥିଲେ। ମାତ୍ର ଷ୍ଟାଡିୟମ ନିକଟରେ ସେମାନଙ୍କ ଉପରେ‘ପିମ୍ପରମେଣ୍ଟ’ ଗ୍ୟାସ୍‌ ସ୍ପ୍ରେ କରାଯାଇଥିଲା। ଯାହାଦ୍ୱାରା ସେମାନେ ଷ୍ଟାଡିୟମ ନିକଟରୁ ପଛକୁ ଫେରିଯିବାକୁ ବାଧ୍ୟ ହୋଇଥିଲେ। ମୌଳବାଦୀ ଦେଶଗୁଡ଼ିକରେ ପୁରୁଷ ପ୍ରଧାନ ଆଭିମୁଖ୍ୟ ନାରୀ ଜାତିର ଉତ୍‌ଥାନ ପଥରେ ଅନ୍ତରାୟ ହୋଇରହିଛି। ଏହି ସାମାଜିକ ବ୍ୟବସ୍ଥା ସହସ୍ର ବର୍ଷର ପୁରୁଣା। ଅସହାୟ ମହିଳା ସମାଜ ଏହି ଏକତରଫା ବ୍ୟବସ୍ଥାକୁ ମୁଣ୍ଡପାତି ମାନିନେଇଛି। ମୁସଲମାନ ମହିଳାଙ୍କ ପାଇଁ ହିଜାବ୍‌ ପରିଧାନ ଏକ କଣ୍ଟା ହୋଇରହିଛି। ଇରାନ୍‌ରେ ହିଜାବ୍‌ ବିରୋଧରେ ମହିଳାଙ୍କ ସ୍ବର ଶାଣିତ ହେବାରେ ଲାଗିଛି। ସେଠାରେ ନୀତିରକ୍ଷକ ପୋଲିସ ବ୍ୟବସ୍ଥାକୁ ଘୋର ବିରୋଧ କରାଯାଉଛି। ମହିଳାଙ୍କର ଆଧୁନିକ ବେଶପୋଷାକକୁ ଏହି ପୋଲିସମାନେ ଦମନ କରୁଛନ୍ତି। ଆଫଗାନିସ୍ତାନରେ ତାଲିବାନ୍‌ ସାମରିକ ସରକାର ମହିଳାମାନଙ୍କୁ ସବୁଦିନ ପାଇଁ ଘର ଭିତରେ ରଖିବାକୁ ଯୋଜନା କାର୍ଯ୍ୟକାରୀ କରୁଛି।
କିନ୍ତୁ ବିକାଶଶୀଳ ଦେଶମାନଙ୍କ ପାଇଁ ପଥପ୍ରଦର୍ଶକ ହୋଇଛି। ଭାରତରେ ମହିଳାମାନେ ଆଉ ଅବଳା ହୋଇ ରହିନାହାନ୍ତି। ଶିକ୍ଷା ଓ ସଚେତନତା ପ୍ରସାର ଫଳରେ ଭାରତୀୟ ମହିଳା ନୂଆ ନୂଆ କ୍ଷେତ୍ରରେ ପ୍ରବେଶ କରି କୃତିତ୍ୱ ହାସଲ କରୁଛି। ଭାରତରେ ନାରୀ ପ୍ରତି ଆଦର ଏବଂ ଉଦାରତା ବଢିଚାଲିଛି। ମହିଳାଙ୍କ ପାଇଁ ସବୁପ୍ରକାର ସମର୍ଥନ, ସହଯୋଗର ଦ୍ୱାର ଖୋଲିଗଲାଣି। କ୍ରୀଡ଼ା ଏଭଳି ଏକ ମାଧ୍ୟମ ଯାହାକୁ ସାହାରା କରି ମହିଳାମାନେ ପୁରୁଷଙ୍କର ସମକକ୍ଷ ହୋଇ ପାରୁଛନ୍ତି। ଭାରତରେ କ୍ରୀଡ଼ା ପୁରସ୍କାର ରାଶିକୁ ମହିଳା, ପୁରୁଷଙ୍କ ପାଇଁ ସମାନ କରି ଦିଆଗଲାଣି। ୟୁରୋପୀୟ ମହିଳାମାନେ ପୁରୁଷଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ଚାଲିଛନ୍ତ। ସେଠାକାର ସାମାଜିକ ବିଧିବ୍ୟବସ୍ଥା ସମଗ୍ର ବିଶ୍ୱ ପାଇଁ ଉଦାହରଣ। ଭାରତୀୟ ମହିଳା କ୍ରୀଡ଼ାବିତ୍‌ମାନଙ୍କର ଅନ୍ତର୍ଜାତୀୟ ସଫଳତା ବଢିବାରେ ଲାଗିଛି। ବିଗତ ଦୁଇ ଦଶନ୍ଧିର ସଫଳତା ପରିସଂଖ୍ୟାନକୁ ଦେଖିଲେ ଏହା ବାରି ହୁଏ। କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କର ନିଷ୍ଠାପର ଉଦ୍ୟମ ଜାରି ରହିଛି। ଏକ ଉଦୀୟମାନ କ୍ରୀଡ଼ା ଦେଶ ରୂପେ ଭାରତ ଅନ୍ତର୍ଜାତୀୟ ପରିଚୟ ହାସଲ କରିଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡ଼ା ପ୍ରସାରର ନେତୃତ୍ୱ ନେଉଛନ୍ତି। ରାଜ୍ୟରେ କଳା ଓ କ୍ରୀଡ଼ା ପ୍ରତି ଗଣଆଗ୍ରହ ସୃଷ୍ଟି କରିବାଲାଗି ନବୀନ ସରକାର ଆନ୍ତରିକତା ଦେଖାଇଆସୁଛନ୍ତି। ଅନେକ ଭାରତୀୟ ମହିଳା କ୍ରୀଡ଼ାବିତ୍‌ଙ୍କ କୃତିତ୍ୱ ଦୃଷ୍ଟି ଆଢ଼ୁଆଳରେ ରହିଯାଉଛି। ସେମାନେ ପ୍ରଶଂସା ପ୍ରାପ୍ତିକୁ ଗୁରୁତ୍ୱ ନ ଦେଇ ନିଜ ଲକ୍ଷ୍ୟ ପଥରେ ରହିଛନ୍ତି। ଭାରତୀୟ ମହିଳା ବକ୍ସରମାନଙ୍କର ସଫଳତା ଏସିଆ ମହାଦେଶର ଆଖି ଖୋଲିଦେଇଛି। ଏମ୍‌.ସି. ମେରିକମ୍‌, ନିଖତ୍‌ ଜରିନ୍‌, ଲଭ୍‌ଲିନା ବୋରଗୋହେନ, ଏଲ. ସରିତା ଦେବୀଙ୍କ ପରି ବକ୍ସରମାନେ ଭାରତର ଗୌରବ ବୃଦ୍ଧିରେ ସହାୟକ ହୋଇଛନ୍ତି। ଦେଶରେ ଏଯାଏ ତିନିଥର ମହିଳା ବକ୍ସିଂ ବିଶ୍ୱ ଚମ୍ପିୟନଶିପ୍‌ ଆୟୋଜିତ ହୋଇଛି। ଚଳିତ ବର୍ଷର ନୂଆଦିଲ୍ଲୀ ବିଶ୍ୱ ଚାମ୍ପିୟନଶିପ୍‌ରେ ଦେଶର ୪ଜଣ ମହିଳା ବିଶ୍ୱ ଚାମ୍ପିୟନ୍‌ ହୋଇଛନ୍ତି। ମେରିକମ୍‌ଙ୍କର ସ୍ବର୍ଣ୍ଣ ପଦକଗୁଡ଼ିକୁ ମିଶାଇଲେ ଭାରତ ୧୦ରୁ ଅଧିତ୍କ ବିଶ୍ୱ ଚାମ୍ପିୟନଶିପ୍‌ ସ୍ବର୍ଣ୍ଣ ପଦକ ବିଜୟୀ ହୋଇ ସାରିଲାଣି। ଏବର ଭାରତୀୟ ମହିଳା ବକ୍ସିଂରେ ନିଖତ୍‌ ଜରିନ୍‌ ଜଣେ ପ୍ରତିଶ୍ରୁତିବଦ୍ଧ ଖେଳାଳି। ମେରିକମ୍‌ଙ୍କର ଉତ୍ତରାଧିକାରୀ ରୂପେ ନିଖତ୍‌ ଜରିନ୍‌ ଆବିର୍ଭାବ ହୋଇଛନ୍ତି। ଏହି ବକ୍ସରମାନେ ବିଶ୍ୱରେ କେଉଁଠି ନା କେଉଁଠି ପ୍ରଶିକ୍ଷଣରତ ଖେଳାଳିମାନଙ୍କର ରୋଲ ମଡେଲ ପାଲଟି ଗଲେଣି।
ସର୍ବପ୍ରଥମ ମହିଳା ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌) ଶେଷ ହୋଇଛି। ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦ. ଆଫ୍ରିକା ପରି କ୍ରିକେଟ୍‌ ପ୍ରିୟ ଦେଶରୁ ମହିଳା କ୍ରିକେଟରମାନେ ଭାରତକୁ ଆସିଥିଲେ। ସେମାନେ ବିଭିନ୍ନ ଦଳରୁ ଅଂଶଗ୍ରହଣ କରି ପେସାଦାର ଲିଗ୍‌କୁ ସଫଳ କରିଥିଲେ। ହରମନପ୍ରୀତ କାୈର, ଶିଖା ପାଣ୍ଡେ, ରାଧା ଯାଦବ, ଶେଫାଳୀ ବର୍ମା ପ୍ରମୁଖ ‘ଡବ୍ଲ୍ୟୁପିଏଲ୍‌’ରେ ନିଜ ନିଜ ଦକ୍ଷତା ପ୍ରଦର୍ଶନ କରିଛନ୍ତି। ୬ ଥର ବିଶ୍ୱ ଚାମ୍ପିୟନ୍‌ ବକ୍ସର ମେରିକମ୍‌ଙ୍କୁ ଭାରତରେ ନାରୀ ଉତ୍‌ଥାନର ପ୍ରତିନିଧି କୁହାଯାଇପାରେ। ସେ କ୍ୟୁବାର ବିଶ୍ୱ ପ୍ରସିଦ୍ଧ ବକ୍ସର ଫେଲିକ୍ସ ସାଭୋନ୍‌ଙ୍କ ସମକକ୍ଷ ହୋଇପାରିଛନ୍ତି। ଟୋକିଓ ଅଲିମ୍ପିକ୍‌ ବକ୍ସିଂ କ୍ୱାର୍ଟରଫାଇନାଲ ଜିତିଥିଲେ ହୁଏତ ମେରିକମ୍‌ ଭାରତରତ୍ନ ଉପାଧି ପାଇଁ ଦାବିଦାର ହୋଇପାରିଥାନ୍ତେ। ମାତ୍ର କଲମ୍ବିଆ ବକ୍ସର ତାଙ୍କ ବାଟ ଓଗାଳିଥିଲେ। ସେ ଦ୍ୱିତୀୟ ଅଲିମ୍ପିକ୍‌ ପଦକ ହାସଲରୁ ବଞ୍ଚତ୍ତ ହୋଇଥିଲେ। ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହ୍ବାଲ ମଧ୍ୟ ଜଣେ ଦୀପ୍ତିମୟ ପ୍ରତିଭା। ଅଲିମ୍ପିକ୍‌, ଏସିଆଡ, କମନୱେଲ୍‌ଥ ଗେମ୍‌ସରେ ସେ ପଦକ ବିଜୟିନୀ। ନେହ୍ବାଲଙ୍କ ଅଭିଯାନ ଜାରି ରହିବା ବାସ୍ତବିକ ପ୍ରେରଣାଦାୟୀ। ସେ ହଁି ଭାରତର ପ୍ରଥମ ମହିଳା ବ୍ୟାଡମିଣ୍ଟନ ଖେଳାଳି ଯିଏ ବିଶ୍ୱ ମାନ୍ୟତାର ୧ନଂ ବିବେଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?