ଖୁବ୍‌ଶୀଘ୍ର ବିବାହ କରିବେ ବଲିଉଡର ଏହି ଚର୍ଚ୍ଚିତ ଡ୍ୟାନସର

ଦମଦାର୍‌ ଡ୍ୟାନ୍ସ ପାଇଁ ବଲିଉଡରେ ନିଜର ସ୍ବତନ୍ତ୍ର ସ୍ଥାନ ବନାଇ ପାରିଛନ୍ତି ନୋରା ଫତେହି। ସୋସିଆଲ ମିଡିଆରେ ସବୁବେଳେ ନୋରା ବେଶ ସକ୍ରିୟ ରହୁଥିବା ଦେଖିବାକୁ ମିଳୁଛି। କିନ୍ତୁ ଏବେ ନୋରା ନିଜ ବିବାହକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ସେ ବିବାହ ପାଇଁ ବର ଖୋଜୁଛନ୍ତି। ବର୍ତ୍ତମାନ ବିବାହ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ନେଇ ନୋରା କହିଛନ୍ତି। ସେ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି, ସେ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ତାଙ୍କ ପାଖକୁ ବିବାହ ପାଇଁ ଅନେକ ପ୍ରସ୍ତାବ ଆସୁଛି ଯାହାକୁ ଦେଖିବା ପରେ ସେ ନିଜକୁ ନିୟନ୍ତ୍ରଣ କରିପାରୁ ନାହାନ୍ତି। ନିକଟରେ ଏକ ଫ୍ୟାନ୍ସ ଛୋଟ ପିଲାର ଭିଡିଓ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିଲେ ଯାହାପରେ ଇନ୍‌ଷ୍ଟାଗ୍ରାମ ଷ୍ଟୋରି ଲଗାଇ ନୋରା ନିଜ କୁନି ଫ୍ୟାନ୍ସର ପ୍ରପୋଜଲ ସମ୍ପର୍କରେ ଲେଖିଥିଲେ ।

Share