୮ ମାସ ବୟସରୁ ଏକ ବିଜ୍ଞାପନରେ ନଜର ଆସିଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କିଆରା ଆଡଭାନୀ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିବା ଯଦିଓ ବେଶିଦିନ ହୋଇନାହିଁ ତଥାପି ତାଙ୍କର ଲୋକପ୍ରିୟତା ଖୁବ୍‌ ଅଧିକ। ସୋସିଆଲ ମିଡିଆରେ କିଆରାଙ୍କ ହଜାର ହଜାର ସଂଖ୍ୟାରେ ଫଲୋଅର୍ସ ଅଛନ୍ତି। ଅଭିନେତ୍ରୀଙ୍କ ସୌନ୍ଦର୍ଯ୍ୟରେ ପ୍ରାୟ ସମସ୍ତେ ପାଗଳ।

ଆଜି ହେଉଛି କିଆରାଙ୍କ ଜନ୍ମଦିନ। ୧୯୯୨ ମସିହା ଜୁଲାଇ ୩୧ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ କିଆରା। ଆଜି ସେ ୨୯ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଖାସ୍‌ ଦିନରେ ତାଙ୍କ ସହିତ ଜଡ଼ିତ କିଛି କଥା ସମ୍ପର୍କରେ ଆସନ୍ତୁ ଜାଣିବା…

କିଆରାଙ୍କୁ ଯେତେବେଳେ ମାତ୍ର ୮ ମାସ ହୋଇଥିଲା ସେ ଏକ ଆଡ୍‌ ଫିଲ୍ମରେ ଶୁଟିଂ କରିଥିଲେ। ଏକ ବେବି କ୍ରିମ୍‌ର ବିଜ୍ଞାପନରେ ତାଙ୍କ ମା’ଙ୍କ ସହ କିଆରାଙ୍କୁ ଦେଖିବାକୁ ମିଳିଥିଲା। ତାଙ୍କର ପିଲାଦିନରୁ ଡ୍ୟାନ୍ସ ପ୍ରତି ରୁଚି ଥିଲା। ବହୁତ କମ ଲୋକ ଏକଥା ଜାଣିଥିବେ କି ଶିକ୍ଷୟିତ୍ରୀ ହେବା କିଆରାଙ୍କ ଲକ୍ଷ୍ୟ ଥିଲା। କାରଣ ତାଙ୍କ ମା’ ଜଣେ ଶିକ୍ଷୟିତ୍ରୀ ଥିଲେ। ଅଭିନୟ କରିବା ପୂର୍ବରୁ କିଆରା ପିଲାଙ୍କୁ ପାଠ ପଢ଼ାଉଥିଲେ। ତାଙ୍କୁ ପଢ଼ାଇବାକୁ ବହୁତ ଭଲ ଲାଗେ। ବଲିଉଡ୍‌ରୁ ତାଙ୍କ ନିକଟକୁ ଅଫର ପରେ ଅଫର ଯିବାରୁ ସେ ଶିକ୍ଷକତା ଲାଇନ୍‌ ଛାଡ଼ି ଦେଇଥିଲେ।

୨୦୧୪ରେ କିଆରା ବଲିଉଡ୍‌ ଫିଲ୍ମ ‘ଫଗ୍‌ଲି’ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ଜିମି ଶେର୍‌ଗିଲ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଏହା ପରେ କିଆରା ‘ଏମ୍‌ଏସ୍‌ ଧୋନୀ ଦ ଅନ୍‌ଟୋଲ୍ଡ ଷ୍ଟୋରୀ’ରେ ଅଭିନୟ କରିଥିଲେ। ଏଥିସହିତ ସେ ସାଉଥ୍‌ ଫିଲ୍ମରେ ବି ଅଭିନୟ କରିଛନ୍ତି। ଏହା ପରଠାରୁ କିଆରା ଗୋଟିଏ ପରେ ଗୋଟିଏ ଫିଲ୍ମରେ ସଫଳତାର ଶିଡ଼ି ଚଢ଼ି ଚାଲିଛନ୍ତି। କିଆରାଙ୍କୁ ପ୍ରଶଂସକମାନେ ବହୁତ ପସନ୍ଦ କରନ୍ତି। ସେମାନେ ସବୁବେଳେ କିଆରାଙ୍କ ଫିଲ୍ମକୁ ଅପେକ୍ଷା କରି ରହିଥାନ୍ତି। ଏବେ ଏହି ଅଭିନେତ୍ରୀଙ୍କ ହାତରେ ୪ଟି ବଡ଼ ବଜେଟ୍‌ର ଫିଲ୍ମ ରହିଛି। ‘ଓ୍ବେ ଶେର୍‌ଶାହ’, ‘ଭୁଲ ଭୁଲେୟା-୨, ଯୁଗ ଯୁଗ୍‌ ଜିଓ ଏବଂ ମିଷ୍ଟ ଲେଲେଙ୍କରେ ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri