ଏହି ଲୋକପ୍ରିୟ ଅଭିନେତ୍ରୀ ବିବାହ ପ୍ରସ୍ତାବ କରିଥିଲେ ପ୍ରତ୍ୟାଖ୍ୟାନ: ପରେ ଭାଙ୍ଗି ପଡିଥିଲେ ସଞ୍ଜୀବ, ସାରା ଜୀବନ ରହିଗଲେ ଏକାକୀ

ବଲିଉଡ୍‌ ଅଭିନେତା ସଞ୍ଜୀବ କୁମାର ସର୍ବୋତ୍ତମ କଳାକାରଙ୍କ ମଧ୍ୟରେ ଅନ୍ୟତମ। ତେବେ ଖୁବ୍‌ କମ ଲୋକ ଜାଣିଥିବେ ଯେ ସଞ୍ଜୀବ କୁମାରଙ୍କ ପ୍ରକୃତ ନାମ ହରିଭାଇ ଜରିୱାଲା ଥିଲା। କେବଳ ଚଳଚ୍ଚିତ୍ରରେ ଅଭିନୟ କରିବା ଲାଗି ସେ ତାଙ୍କ ନାମ ପରିବର୍ତ୍ତନ କରିଥିଲେ। ସଞ୍ଜୀବ ଗୁଜୁରାଟୀ ଡ୍ରାମା ଏବଂ ଥିଏଟରରେ ମଧ୍ୟ ବହୁ ସମୟ ଅତିବାହିତ କରିଥିଲେ। ଚଳଚ୍ଚିତ୍ରରେ ତାଙ୍କର କ୍ୟାରିୟର୍‌ ‘ହମ ହିନ୍ଦୁସ୍ତାନୀ’ରୁ ଆରମ୍ଭ ହୋଇଥିଲା, ପରେ ସେ ଏକାଧିକ ଚଳଚ୍ଚିତ୍ର କରିଥିଲେ। ୧୯୮୫ ନଭେମ୍ବର ୬ ରେ ସଞ୍ଜୀବଙ୍କ ପରଲୋକ ହୋଇଥିଲା। ତେଣୁ, ଏହି ଅବସରରେ ତାଙ୍କ ଜୀବନ ସହିତ ଜଡ଼ିତ କିଛି ବିଶେଷ କଥା ବିଷୟରେ ଜାଣନ୍ତୁ।

ଅଭିନେତ୍ରୀ ବିଜେତା ପଣ୍ଡିତଙ୍କ ଭଉଣୀ ସୁଲକ୍ଷଣା ପଣ୍ଡିତ, ସୁଚିତ୍ରା ସେନ୍‌ ଏବଂ ହେମାମାଳିନୀଙ୍କ ସହ ସଞ୍ଜୀବ କୁମାରଙ୍କ ନାମ ଯୋଡା ଯାଇଥିଲା। ଏକ ସାକ୍ଷାତକାରରେ ଅଭିନେତ୍ରୀ ଅଞ୍ଜୁ ମହେନ୍ଦ୍ରୁ କହିଛନ୍ତି, ଯେଉଁ ମହିଳାମାନଙ୍କ ସହ ସଞ୍ଜୀବଙ୍କ ସମ୍ପର୍କ ଥିଲା ସେମାନଙ୍କୁ ସେ ସନ୍ଦେହ କରୁଥିଲେ। ସେ ଭାବିଲେ ଯେ ସେମାନେ ତାଙ୍କ ଟଙ୍କାକୁ ଭଲ ପାଆନ୍ତି।

ତେବେ ସଞ୍ଜୀବ କୁମାର ଏବଂ ହେମାଙ୍କ ନାଁ ଚର୍ଚ୍ଚାରେ ରହିଥିଲା। ସଞ୍ଜୀବ କୁମାର ହେମାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ଏବଂ ହେମା ମଧ୍ୟ ତାଙ୍କୁ ପସନ୍ଦ କରିଥିଲେ। ଏହି ସମୟରେ ଧର୍ମେନ୍ଦ୍ର ତାଙ୍କ ଜୀବନରେ ଆସିବାରୁ ସେ ତାଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ହେମା ସଞ୍ଜୀବଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ପରେ ସେ ଭାଙ୍ଗିପଡ଼ିଥିଲେ। ଏହା ସହ ଅଧିକ ମଦ୍ୟପାନ କରିବା ଆରମ୍ଭ କରିଥିଲେ। ପରେ ସେ ବିବାହ କରି ନ ଥିଲେ ଏବଂ ସାରା ଜୀବନ ଏକୁଟିଆ ବିତାଇଥିଲେ। ସଞ୍ଜୀବ କୁମାରଙ୍କ ପିଲାଦିନରୁ ହାର୍ଟ ସମସ୍ୟା ଥିଲା । ମାତ୍ର ୪୭ ବର୍ଷ ବୟସରେ ସେ ଦୁନିଆରୁ ବିଦାୟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

ନର୍ସ ମୃତ୍ୟୁ ମାମଲା: ଆକ୍ସନରେ ସରକାର…

କୋଲକାତା, ୧୩।୮: କୋଲକାତାର ପ୍ରମୁଖ ନୀଳରତନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଏନ୍‌ଆର୍‌ଏସ୍‌) ଶୌଚାଳୟରୁ ଜଣେ ୩୦ ବର୍ଷୀୟା ଷ୍ଟାଫ ନର୍ସଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୌଚାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri