୨ ଥର ନାଁ ପରିବର୍ତ୍ତନ କରିଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ: ଏବେ ଫିଲ୍ମ ଜଗତଠାରୁ ବହୁ ଦୂରରେ

ବଲିଉଡରେ ପ୍ରତିଦିନ ଷ୍ଟାରଙ୍କ ଭାଗ୍ୟ ନିର୍ଦ୍ଧାରଣ ହୁଏ। ଫିଲ୍ମ ହିଟ୍‌ ହେଲେ କଳାକାର ରାତାରାତି ଷ୍ଟାର ପାଲଟିଯାଆନ୍ତି। ତେବେ ୨୦୦୫ ମସିହାରେ ଫିଲ୍ମ ‘ସରକାର’ସହିତ ବଲିଉଡରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ପ୍ରିୟଙ୍କା କୋଠାରୀ। ପରେ ‘ଜେମ୍ସ’ ଏବଂ ‘ଦ କିଲର୍‌’ ଭଳି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ପ୍ରିୟଙ୍କା ଆଜି ଫିଲ୍ମ ପରଦାରୁ ବହୁତ୍‌ ଦୂରରେ।

ତାଙ୍କ ପ୍ରକୃତ ନାମ ନିଶା କୋଠାରୀ । ପ୍ରିୟଙ୍କା ‘ଚଢ଼ତୀ ଜବାନୀ ମେରି ଚାଲ ମସ୍ତାନୀ’ର ରିମିକ୍ସ ଗାଇ ଚର୍ଚ୍ଚାକୁ ଆସିଥିଲେ । ୨୦୦୩ ରେ ଆର ମାଧବନଙ୍କ ଲାଗି ସେ ତାମିଲ ଚଳଚ୍ଚିତ୍ର ‘ଜୟ ଜୟ’ରେ ବ୍ରେକ୍‌ ପାଇଥିଲେ।

ହିନ୍ଦୀ ଚଳଚ୍ଚିତ୍ରରେ ରାମ ଗୋପାଳ ବର୍ମା ତାଙ୍କୁ ପ୍ରଥମ ବ୍ରେକ୍‌ ଦେଇଥିଲେ। ପରେ ସେ ବଲିଉଡ୍‌କୁ ଅନେକ ହିଟ୍‌ ଫିଲ୍ମ ଭେଟି ଦେଇଥିଲେ।

୨୦୧୬ରେ ପ୍ରିୟଙ୍କା ଦିଲ୍ଲୀର ଜଣେ ବ୍ୟବସାୟୀଙ୍କୁ ବିବାହ କରିଥିଲେ। ବିବାହ ପରେ ସେ ପୁଣି ଥରେ ନିଜ ନାମ ଅଞ୍ଜଳି ବର୍ମାକୁ ବଦଳାଇଥିଲେ। କିଛି ଦିନ ପୂର୍ବରୁ ଯେତେବେଳେ ସେ ଦିଲ୍ଲୀର ଏକ ସେଲିବ୍ରିଟି ଫୁଟବଲ ମ୍ୟାଚରେ ପହଞ୍ଚି ଥିଲେ, ସେତେବେଳେ ଲୋକେ ତାଙ୍କୁ ଚିହ୍ନି ପାରି ନ ଥିିଲେ। କାରଣ ସେ ଅଧିକ ମୋଟା ଦେଖାଯାଉଥିଲେ।

ପ୍ରିୟଙ୍କାଙ୍କୁ ଶେଷ ଥର ପାଇଁ ୨୦୧୬ରେ ଫିଲ୍ମ ‘ବୁଲେଟ ରାଜା’ ରେ ଦେଖିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ରଟି କନ୍ନଡ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିଥିଲା। ଏହା ପରେ ସେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ନିଜକୁ ଦୂରେଇ ରଖିଥିଲେ। ସେ ବେଳେବେଳେ ବଡ ଶୋ’ରେ ନଜର ଆସୁଛନ୍ତି।

Share