Categories: ଫୁରସତ

ବିଶ୍ୱର ସବୁଠୁ ଗରିବ ଦେଶ: ଲୋକେ ଘାସପତ୍ର, ଝିଣ୍ଟିକା ଖାଇ ବଞ୍ଚନ୍ତି

ବିଶ୍ୱର ଅନେକ ଦେଶରେ କରୋନା ମହାମାରୀ ତା’ର କାୟା ବିସ୍ତାର କରିଚାଲିଛି। ଏଭଳି ପରିସ୍ଥିତିରେ ଆଫ୍ରିକା ମହାଦେଶର ମାଡାଗାସ୍କରରେ ବାସ କରୁଥିବା ହଜାର ହଜାର ଲୋକ ଜଙ୍ଗଲୀ ଘାସ ପତ୍ର ଏବଂ ଝିଣ୍ଟିକା ଖାଇ ଭୋକ ମେଣ୍ଟାଉଛନ୍ତି। ମାଡାଗାସ୍କରରେ ଲଗାତର ମରୁଡ଼ି ଏବଂ ଧୂଳିଝଡ଼ ଯୋଗୁ ବ୍ୟାପକ ଫସଲ ନଷ୍ଟ ହୋଇଥାଏ। ଫଳରେ ଏଠାକାର ଲୋକେ ଅନାହାରରେ କାଳ କାଟନ୍ତି। ମିଳିତ ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ବରିଷ୍ଠ ନିର୍ଦ୍ଦେଶକ ଅମର ଦାଉଦି ଚେତାବନୀ ଦେଇଛନ୍ତି ଯେ, ମାଲାଗାସୀରେ ପିଲାମାନଙ୍କ ଜୀବନ ବିପଦରେ। ଏଠାରେ ପାଞ୍ଚ ବର୍ଷରୁ କମ୍‌ ପିଲାମାନଙ୍କ ମଧ୍ୟରେ ପୁଷ୍ଟିହୀନତା ଉଦ୍‌ବେଗଜନିତ ରହିଛି।

ମାଡାଗାସ୍କରର ଦକ୍ଷିଣ ଅଞ୍ଚଳ ମରୁଡ଼ି ଦ୍ୱାରା ଅଧିକ ପ୍ରଭାବିତ ହୋଇଛି ଏବଂ ଲୋକଙ୍କ ପାଖରେ ଖାଦ୍ୟର ଉତ୍ସ ନାହିଁ। ଏଠାରେ ଦୁର୍ଭିକ୍ଷର ଭୟ ଅଛି ବୋଲି ଦାଉଦି ଚେତାବନୀ ଦେଇଛନ୍ତି। କାରଣ ସେମାନେ ପୂର୍ବରୁ ଦୁନିଆରେ ଏପରି ପରିସ୍ଥିତି ଦେଖିନାହାନ୍ତି।

ମାଡାଗାସ୍କର ହେଉଛି ଦୁନିଆର ସବୁଠାରୁ ଗରିବ ଦେଶ। ଏଠାରେ ଲୋକମାନେ ମାଲାଗାସୀ ଏବଂ ଫରାସୀ ଭାଷା କୁହନ୍ତି। ମାଡାଗାସ୍କର ଏହାର ଅନନ୍ୟ ରଙ୍ଗୀନ ମାଟି ହେତୁ ରେଡ୍‌ ଦ୍ୱୀପ ଭାବରେ ମଧ୍ୟ ଜଣାଶୁଣା । ଅନେକ ଔଷଧୀୟ ଉଦ୍ଭିଦ ପ୍ରଜାତି ମାଡାଗାସ୍କରରେ ମିଳିଥାଏ, ଯାହା ହର୍ବାଲ ଔଷଧରେ ବ୍ୟବହୃତ ହୁଏ।

Share