ମାଛ ଧରିବାକୁ ଶୁଖାଯାଉଥିଲା ପୋଖରୀ, ମିଳିଲା ଖପୁରି

ବାଲେଶ୍ୱର ଅଫିସ,୧୧ା୩ : ମାଛ ଧରିବାକୁ ଶୁଖାଯାଉଥିଲା ପୋଖରୀ। ପାଣି ଶୁଖିବା ପରେ ପୋଖରୀ ଭିତରେ ପଡ଼ିଥିବା ବସ୍ତାରୁ ମିଳିଲା ଖପୁରି। ଏହାକୁ ଦେଖି ଆଶ୍ଚର୍ଯ୍ୟ ହେଲେ ଗ୍ରାମବାସୀ। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ଶିଂଲା ଥାନା ଅନ୍ତର୍ଗତ ପାଣିସୁଳିଆ ଗାଁ ପୋଖରୀରେ। ସକାଳେ ମାଛ ଧରିବା ପାଇଁ ଗ୍ରାମବାସୀ ପୋଖରୀ ଶୁଖାଉଥିଲେ। ଏହି ସମୟରେ ଏକ ଅଖା ଭିତରୁ ମଣିଷ ଖପୁରି ଓ ହାଡ଼ ବାହାରିଥିଲା। ଏ ନେଇ ସେମାନେ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ଖପୁରି ଓ ହାଡ଼ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।