୨ କି.ମି.ମଧ୍ୟରେ ରହିବ ମତଦାନ କେନ୍ଦ୍ର

ଛତ୍ରପୁର,୨୨ା୯(ଡି.ଏନ.ଏ.):ଗଞ୍ଜାମ ଜିଲାପାଳଙ୍କ ସଦ୍‌ଭାବନା ସମ୍ମିଳନୀ କକ୍ଷରେ ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ମତଦାନ କେନ୍ଦ୍ରଗୁଡିକର ସରଳୀକରଣ କରିବା ନିମନ୍ତେ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ନେଇ ଏକ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଜିଲର ଯେଉଁ ଯେଉଁ ବିଦ୍ୟାଳୟ ଗୁଡିକର ନାମ ପରିବର୍ତ୍ତନ ହୋଇଛି ସେହି ମତଦାନ କେନ୍ଦ୍ର ଗୁଡିକର ନାମ ପରିବର୍ତ୍ତନ କରାଯିବ। ଯେଉଁ ବିଦ୍ୟାଳୟଗୁଡିକ ବନ୍ଦ ହୋଇଯାଇଛି କିମ୍ବା ଅନ୍ୟ ବିଦ୍ୟାଳୟ ସହିତ ସମ୍ମିଶ୍ରଣ ହୋଇଛି ସେହି କେନ୍ଦ୍ରଗୁଡିକର ସ୍ଥାନ ପରିବର୍ତ୍ତନ କରାଯିବ। ମତଦାନ କେନ୍ଦ୍ରଗୁଡିକ ୨ କି.ମି.ରୁ ଅଧିକ ଦୂରତାରେ କରାଯିବ ନାହିଁ। ୧୫୦୦ ଭୋଟର ଥିବା ସ୍ଥାନରେ ଗୋଟିଏ ମତଦାନ କେନ୍ଦ୍ର ରହିବ। ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ୫ ମତଦାନ କେନ୍ଦ୍ରର ନାମ ପରିବର୍ତ୍ତନ ଓ ୩ଟି କେନ୍ଦ୍ରର ସ୍ଥାନ ପରିବର୍ତ୍ତନ କରାଯିବ। ପୋଲସରା ନିର୍ବାଚନମଣ୍ଡଳୀର ୧୭ ମତଦାନ କେନ୍ଦ୍ର ସ୍ଥାନ ପରିବର୍ତ୍ତନ କରାଯିବ। କବିସୂର୍ଯ୍ୟନଗରର ୯ଟି କେନ୍ଦ୍ରର ସ୍ଥାନ ପରିବର୍ତ୍ତନ କରାଯିବ। ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ୧୫୮ ମତଦାନ କେନ୍ଦ୍ରର ନାମ ପରିବର୍ତ୍ତନ ଓ ୬ଟିର ସ୍ଥାନ ପରିବର୍ତ୍ତନ କରାଯିବ।
ସେହିପରି ଛତ୍ରପୁର ନିର୍ବାଚନ ମଣ୍ଡଳୀର ୧୧ କେନ୍ଦ୍ରର ନାମ ପରିବର୍ତ୍ତନ ଓ ଗୋଟିଏର ସ୍ଥାନ ପରିବର୍ତ୍ତନ, ଆସ୍କା ନିର୍ବାଚନ ମଣ୍ଡଳୀର ୪୮କେନ୍ଦ୍ରର ନାମ ପରିବର୍ତ୍ତନ କରାଯିବ। ସୋରଡା ନିର୍ବାଚନମଣ୍ଡଳୀର ୨୦ ମତଦାନ କେନ୍ଦ୍ରର ନାମ ପରିବର୍ତ୍ତନ ଓ ୮ଟି କେନ୍ଦ୍ରର ସ୍ଥାନ ପରିବର୍ତ୍ତନ, ସାନଖେମୁଣ୍ଡିର ୩୨କେନ୍ଦ୍ରର ନାମ ପରିବର୍ତ୍ତନ ଓ ୩ଟିର ସ୍ଥାନ ପରିବର୍ତ୍ତନ, ହିଞ୍ଜିଳୀର ୧୨ କେନ୍ଦ୍ରର ନାମ ପରିବର୍ତ୍ତନ ଓ ଗୋଟିଏର ସ୍ଥାନ ପରିବର୍ତ୍ତନ, ଗୋପାଳପୁରର ୧୭କେନ୍ଦ୍ରର ନାମ ପରିବର୍ତ୍ତନ ଓ ଗୋଟିଏର ସ୍ଥାନ ପରିବର୍ତ୍ତନ, ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀର ୩୪କେନ୍ଦ୍ରର ନାମ ପରିବର୍ତ୍ତନ ଓ ୩ଟିର ସ୍ଥାନ ପରିବର୍ତ୍ତନ, ଦିଗପହଣ୍ଡିର ୩୫କେନ୍ଦ୍ରର ନାମ ପରିବର୍ତ୍ତନ ଓ ଗୋଟିଏର ସ୍ଥାନ ପରିବର୍ତ୍ତନ କରାଯିବ। ଚିକିଟି ନାର୍ବାଚନ ମଣ୍ଡଳୀର ୧୩୭ କେନ୍ଦ୍ରର ନାମ ପରିବର୍ତ୍ତନ କରାଯିବା ପାଇଁ ସ୍ଥିର କରାଗଲା। ନଭେମ୍ବର ୯ ଦିନ ଭୋଟର ତାଲିକା ପ୍ରକାଶିତ ହେବ। ନଭେମ୍ବର ୯ ରୁ ଡିସେମ୍ବର ୮ ପର୍ଯ୍ୟନ୍ତ ଅଭିଯୋଗ, ମତାମତ ଗ୍ରହଣ କରାଯିବ। ଡିସେମ୍ବର ୨୬ ଦିନ ସମସ୍ତ ଆପତ୍ତି ଅଭିଯୋଗର ଆପୋଷ ସମାଧାନ କରାଯିବ। ୫ ଜାନୁୟାରୀ ୨୦୨୩ ରିଖ ଦିନ ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ ହେବ। ବୈଠକରେ ଅତିରିକ୍ତ ଜିଲାପାଳ ଲୀନା କୁମାରୀ ଖେସ୍‌, ଡେପୁଟି କଲେକ୍ଟର ବ୍ରହ୍ମପୁର ଶୁଭଶ୍ରୀ ରଥ, ଆସିଷ୍ଟାଣ୍ଟ କଲେକ୍ଟର ନିର୍ବାଚନ ଏମ୍‌. ପ୍ରମୋଦ କୁମାର ବେହେରା, ଆସିଷ୍ଟାଣ୍ଟ କଲେକ୍ଟର, ଉପଜିଲାପାଳଙ୍କ କାର୍ଯ୍ୟାଳୟ ବ୍ରହ୍ମପୁର ଡି.ମାଲେଶ୍ବର ପାତ୍ର, ଆସିଷ୍ଟାଣ୍ଟ କଲେକ୍ଟର, ଉପଜିଲାପାଳଙ୍କ କାର୍ଯ୍ୟାଳୟ ଛତ୍ରପୁର ଅଶୋକ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।