୨ କି.ମି.ମଧ୍ୟରେ ରହିବ ମତଦାନ କେନ୍ଦ୍ର

ଛତ୍ରପୁର,୨୨ା୯(ଡି.ଏନ.ଏ.):ଗଞ୍ଜାମ ଜିଲାପାଳଙ୍କ ସଦ୍‌ଭାବନା ସମ୍ମିଳନୀ କକ୍ଷରେ ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ମତଦାନ କେନ୍ଦ୍ରଗୁଡିକର ସରଳୀକରଣ କରିବା ନିମନ୍ତେ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ନେଇ ଏକ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଜିଲର ଯେଉଁ ଯେଉଁ ବିଦ୍ୟାଳୟ ଗୁଡିକର ନାମ ପରିବର୍ତ୍ତନ ହୋଇଛି ସେହି ମତଦାନ କେନ୍ଦ୍ର ଗୁଡିକର ନାମ ପରିବର୍ତ୍ତନ କରାଯିବ। ଯେଉଁ ବିଦ୍ୟାଳୟଗୁଡିକ ବନ୍ଦ ହୋଇଯାଇଛି କିମ୍ବା ଅନ୍ୟ ବିଦ୍ୟାଳୟ ସହିତ ସମ୍ମିଶ୍ରଣ ହୋଇଛି ସେହି କେନ୍ଦ୍ରଗୁଡିକର ସ୍ଥାନ ପରିବର୍ତ୍ତନ କରାଯିବ। ମତଦାନ କେନ୍ଦ୍ରଗୁଡିକ ୨ କି.ମି.ରୁ ଅଧିକ ଦୂରତାରେ କରାଯିବ ନାହିଁ। ୧୫୦୦ ଭୋଟର ଥିବା ସ୍ଥାନରେ ଗୋଟିଏ ମତଦାନ କେନ୍ଦ୍ର ରହିବ। ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ୫ ମତଦାନ କେନ୍ଦ୍ରର ନାମ ପରିବର୍ତ୍ତନ ଓ ୩ଟି କେନ୍ଦ୍ରର ସ୍ଥାନ ପରିବର୍ତ୍ତନ କରାଯିବ। ପୋଲସରା ନିର୍ବାଚନମଣ୍ଡଳୀର ୧୭ ମତଦାନ କେନ୍ଦ୍ର ସ୍ଥାନ ପରିବର୍ତ୍ତନ କରାଯିବ। କବିସୂର୍ଯ୍ୟନଗରର ୯ଟି କେନ୍ଦ୍ରର ସ୍ଥାନ ପରିବର୍ତ୍ତନ କରାଯିବ। ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ୧୫୮ ମତଦାନ କେନ୍ଦ୍ରର ନାମ ପରିବର୍ତ୍ତନ ଓ ୬ଟିର ସ୍ଥାନ ପରିବର୍ତ୍ତନ କରାଯିବ।
ସେହିପରି ଛତ୍ରପୁର ନିର୍ବାଚନ ମଣ୍ଡଳୀର ୧୧ କେନ୍ଦ୍ରର ନାମ ପରିବର୍ତ୍ତନ ଓ ଗୋଟିଏର ସ୍ଥାନ ପରିବର୍ତ୍ତନ, ଆସ୍କା ନିର୍ବାଚନ ମଣ୍ଡଳୀର ୪୮କେନ୍ଦ୍ରର ନାମ ପରିବର୍ତ୍ତନ କରାଯିବ। ସୋରଡା ନିର୍ବାଚନମଣ୍ଡଳୀର ୨୦ ମତଦାନ କେନ୍ଦ୍ରର ନାମ ପରିବର୍ତ୍ତନ ଓ ୮ଟି କେନ୍ଦ୍ରର ସ୍ଥାନ ପରିବର୍ତ୍ତନ, ସାନଖେମୁଣ୍ଡିର ୩୨କେନ୍ଦ୍ରର ନାମ ପରିବର୍ତ୍ତନ ଓ ୩ଟିର ସ୍ଥାନ ପରିବର୍ତ୍ତନ, ହିଞ୍ଜିଳୀର ୧୨ କେନ୍ଦ୍ରର ନାମ ପରିବର୍ତ୍ତନ ଓ ଗୋଟିଏର ସ୍ଥାନ ପରିବର୍ତ୍ତନ, ଗୋପାଳପୁରର ୧୭କେନ୍ଦ୍ରର ନାମ ପରିବର୍ତ୍ତନ ଓ ଗୋଟିଏର ସ୍ଥାନ ପରିବର୍ତ୍ତନ, ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀର ୩୪କେନ୍ଦ୍ରର ନାମ ପରିବର୍ତ୍ତନ ଓ ୩ଟିର ସ୍ଥାନ ପରିବର୍ତ୍ତନ, ଦିଗପହଣ୍ଡିର ୩୫କେନ୍ଦ୍ରର ନାମ ପରିବର୍ତ୍ତନ ଓ ଗୋଟିଏର ସ୍ଥାନ ପରିବର୍ତ୍ତନ କରାଯିବ। ଚିକିଟି ନାର୍ବାଚନ ମଣ୍ଡଳୀର ୧୩୭ କେନ୍ଦ୍ରର ନାମ ପରିବର୍ତ୍ତନ କରାଯିବା ପାଇଁ ସ୍ଥିର କରାଗଲା। ନଭେମ୍ବର ୯ ଦିନ ଭୋଟର ତାଲିକା ପ୍ରକାଶିତ ହେବ। ନଭେମ୍ବର ୯ ରୁ ଡିସେମ୍ବର ୮ ପର୍ଯ୍ୟନ୍ତ ଅଭିଯୋଗ, ମତାମତ ଗ୍ରହଣ କରାଯିବ। ଡିସେମ୍ବର ୨୬ ଦିନ ସମସ୍ତ ଆପତ୍ତି ଅଭିଯୋଗର ଆପୋଷ ସମାଧାନ କରାଯିବ। ୫ ଜାନୁୟାରୀ ୨୦୨୩ ରିଖ ଦିନ ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ ହେବ। ବୈଠକରେ ଅତିରିକ୍ତ ଜିଲାପାଳ ଲୀନା କୁମାରୀ ଖେସ୍‌, ଡେପୁଟି କଲେକ୍ଟର ବ୍ରହ୍ମପୁର ଶୁଭଶ୍ରୀ ରଥ, ଆସିଷ୍ଟାଣ୍ଟ କଲେକ୍ଟର ନିର୍ବାଚନ ଏମ୍‌. ପ୍ରମୋଦ କୁମାର ବେହେରା, ଆସିଷ୍ଟାଣ୍ଟ କଲେକ୍ଟର, ଉପଜିଲାପାଳଙ୍କ କାର୍ଯ୍ୟାଳୟ ବ୍ରହ୍ମପୁର ଡି.ମାଲେଶ୍ବର ପାତ୍ର, ଆସିଷ୍ଟାଣ୍ଟ କଲେକ୍ଟର, ଉପଜିଲାପାଳଙ୍କ କାର୍ଯ୍ୟାଳୟ ଛତ୍ରପୁର ଅଶୋକ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri