ସମର୍ଥ ହତ୍ୟାକାଣ୍ଡକୁ ନେଇ ତେଜିଲା ରାଜନୀତି

ଭୁବନେଶ୍ବର, ୩୧ା୩(ବ୍ୟୁରୋ):ଝାରସୁଗୁଡ଼ା ସରବାହାଲର ବ୍ୟବସାୟୀ ସୁନୀତ ଅଗ୍ରଓ୍ବାଲଙ୍କ ୧୫ ବର୍ଷୀୟ ପୁଅ ସମର୍ଥଙ୍କୁ ଅପହରଣ ପରେ ହତ୍ୟା କରାଯିବାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ଏହି ଘଟଣାକୁ ନେଇ ଉଭୟ ବିରୋଧୀ ଭାଜପା ଏବଂ କଂଗ୍ରେସ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍‌ କରି ବର୍ଷିଥିବାବେଳେ ଏହାର ପାଲଟା ଜବାବ ଦେଇଛନ୍ତି ବିଜେଡି ଏମ୍‌ପି ସସ୍ମିତ ପାତ୍ର। ପୁଣି ଏହାର ପ୍ରତିକ୍ରିୟାରେ ଭାଜପା ବିଧାୟକ ସୂର୍ଯ୍ୟବଂଶୀ ସୂରଜ ବିଜେଡିକୁ ଟାର୍ଗେଟ କରିଛନ୍ତି। ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଏହା ଝାରସୁଗୁଡ଼ା ପାଇଁ କଳା ଦିବସ ବୋଲି କହିଛନ୍ତି।
ଧର୍ମେନ୍ଦ୍ର ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି, ଓଡ଼ିଶାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଏବଂ ଏହା ହିଁ ବାସ୍ତବତା। ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓଡ଼ିଶାରେ ବାସ୍ତବ ରୂପ ନେଇଛି। କ୍ଷମତାରେ ଥିବା ଲୋକମାନେ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଉପରେ ଅବଗତ ହୁଅନ୍ତୁ। ଦିବାଲୋକରେ ମନ୍ତ୍ରୀ ନବ ଦାସଙ୍କ ହତ୍ୟାର ଠିକ୍‌ ୨ ମାସ ପରେ ଛାତ୍ର ସମର୍ଥଙ୍କ ହତ୍ୟା ଓଡ଼ିଶା ସରକାରଙ୍କ ଆଇନ ଶୃଙ୍ଖଳା ଠିକ୍‌ ଥିବା ଦାବିକୁ ପଦାରେ ପକାଇଛି। ରାଜ୍ୟର ଜନସାଧାରଣ କିମ୍ବା ଜନପ୍ରତିନିଧିମାନେ କେହି ସୁରକ୍ଷିତ ନୁହନ୍ତି। ବିଶେଷ ଭାବେ ଝାରସୁଗୁଡାରେ ଏଭଳି ପ୍ରତିଦିନ ଘଟଣା ସମସ୍ତଙ୍କୁ ଚକିତ କରିଛି ଏବଂ ଲୋକଙ୍କ ବିଶ୍ୱାସରେ ଆଘାତ ପହଞ୍ଚାଇଛି। ସମର୍ଥଙ୍କ ପରିବାରକୁ ଯେତେ ସାନ୍ତ୍ୱନା ଦେଲେ ମଧ୍ୟ କମ୍‌ ପଡ଼ିବ। ଓଡ଼ିଶା ସରକାର ନାଗରିକଙ୍କ ସୁରକ୍ଷା ଆଇନକାନୁନକୁ ସୁନିଶ୍ଚିତ କରନ୍ତୁ ବୋଲି ଧର୍ମେନ୍ଦ୍ର କହିଛନ୍ତି।
ବିଜେଡି ନେତା ସସ୍ମିତ ପାତ୍ର କହିଛନ୍ତି, ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ। ଏଠାରେ କଁା ଭଁା ଅପରାଧ ହୁଏ ସତ, ମାତ୍ର ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୁଏନାହିଁ। ଦେଶର ଅନେକ ଭାଜପା ଶାସିତ ରାଜ୍ୟଠାରୁ ଓଡ଼ିଶାର ଆଇନଶୃଙ୍ଖଳା ସ୍ଥିତି ଯଥେଷ୍ଟ ଭଲ ଅଛି। ଧର୍ମେନ୍ଦ୍ରଙ୍କୁ ଉଲ୍ଲେଖ କରି ସସ୍ମିତ କହିଛନ୍ତି, ଭାଇ, ଆପଣ ଏତେ ଲମ୍ବା ସମୟ ଧରି କେନ୍ଦ୍ରମନ୍ତ୍ରୀ ରହିଲା ସତ୍ତ୍ବେ ଆପଣ କିପରି ଆଇନଶୃଙ୍ଖଳା ବା ଅରାଜକତା ଏବଂ ଅପରାଧ ମଧ୍ୟରେ ପାର୍ଥକ୍ୟ ବୁଝିପାରିଲେ ନାହିଁ। ଏହା ମୋତେ ବିସ୍ମିତ କରୁଛି। ଆଇନଶୃଙ୍ଖଳା ସେତେବେଳେ ସୃଷ୍ଟି ହୋଇଥିଲା, ଯେତେବେଳେ ପଦ୍ମପୁରରେ ଏକ ଜିଏସ୍‌ଟି ଚଢାଉ ଚାଲିଥିବାବେଳେ ଶତାଧିକ ଭାଜପା କର୍ମୀ ସେଠାରେ ବଳପୂର୍ବକ ପ୍ରବେଶ କରି ହଙ୍ଗାମା ସୃଷ୍ଟି କରିଥିଲେ। ସେହିପରି ଯେତେବେଳେ କେନ୍ଦ୍ରୀୟ ଅବହେଳା ଯୋଗୁ ସମ୍ବଲପୁର-କଟକକୁ ଯୋଡ଼ୁଥିବା ଏନ୍‌ଏଚ୍‌-୫୫ର ପ୍ରଶସ୍ତୀକରଣ କାର୍ଯ୍ୟ ବର୍ଷ ବର୍ଷ ବିଳମ୍ବିତ ହେଉଥିଲା ଏବଂ ଏହାର ପ୍ରତିବାଦରେ ୫୦୦ରୁ ଅଧିକ ଲୋକ ଜାତୀୟ ରାଜପଥ ଅବରୋଧ କରିଥିଲେ, ସେତେବେଳେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ତେଣୁ ଦୟାକରି ଆପଣ ଅପରାଧ ଭଳି ସ୍ପର୍ଶକାତର ମାମଲାରେ ହୀନ ରାଜନୀତି କରିବା ପାଇଁ ଲୋକଙ୍କୁ ଭ୍ରମିତ କରନ୍ତୁ ନାହିଁ ବୋଲି ଧର୍ମେନ୍ଦ୍ର ଉଦ୍ଦେଶ୍ୟରେ ସସ୍ମିତ କହିଛନ୍ତି।
ଧାମନଗର ଭାଜପା ବିଧାୟକ ସୂର୍ଯ୍ୟବଂଶୀ ସୂରଜ ଟୁଇଟ୍‌ କରି କହିଛନ୍ତି, ସସ୍ମିତ ଭାଇ ଓଡ଼ିଶା ଲୋକମାନେ ଶାନ୍ତିପ୍ରିୟ ଏବଂ ସେମାନେ ଜାଣନ୍ତି ବିପର୍ଯ୍ୟନ୍ତ ଆଇନ ଶୃଙ୍ଖଳା ଏବଂ କ୍ରାଇମ କ’ଣ। ଲୋକଙ୍କ ସୁରକ୍ଷା ନେଇ ସରକାରଙ୍କ ମୁଖ୍ୟ କାର୍ଯ୍ୟ ଯାହା ହେବା କଥା ସେଥିରେ ସେମାନେ ଫେଲ୍‌ ହୋଇଛନ୍ତି। ନବ ଦାସଙ୍କ ହତ୍ୟାକାଣ୍ଡର ଦୁଇ ମାସ ପରେ ମଧ୍ୟ ହତ୍ୟାର ପ୍ରକୃତ କାରଣ ଜଣାପଡିଲା ନାହିଁ। ଏହା ହେଉଛି ଲ ଲେସ୍‌ନେସ୍‌। ମମିତା ମେହେରକୁ ହତ୍ୟା କରିଥିବା ଗୋବିନ୍ଦ ସାହୁ ଜେଲ୍‌ ଭିତରେ ମୃତ ଅବସ୍ଥାରେ ମିଳିବା କ’ଣ ଲ ଲେସ୍‌ନେସ୍‌ ନୁହେଁ କି ବୋଲି ସେ ପ୍ରଶ୍ନ କରିଛନ୍ତି।
କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ୨୯ ତାରିଖଟି ଝାରସୁଗୁଡା ପାଇଁ କଳା ଦିବସ। କାରଣ ଜାନୁୟାରୀ ୨୯ରେ ନବ ଦାସଙ୍କୁ ହତ୍ୟା କରାଯାଇଥିଲାବେଳେ ଏହାର ୨ ମାସ ପରେ ଅର୍ଥାତ୍‌ ମାର୍ଚ୍ଚ ୨୯ରେ ସମର୍ଥଙ୍କୁ ହତ୍ୟା କରାଯାଇଛି। ବିଜେଡି ଶାସନରେ ହତ୍ୟା, ଅପହରଣ ଏବଂ ନାରୀ ନିର୍ଯାତନା ଭଳି ଘଟଣା ବଢ଼ିଚାଲିଛି। ଉତ୍ତରପ୍ରଦେଶଠାରୁ ଓଡ଼ିଶାର ସ୍ଥିତି ଅଧିକ ଖରାପ। ଆଗକୁ ଝାରସୁଗୁଡ଼ା ଉପନିର୍ବାଚନ ଥିବାବେଳେ ଲୋକମାନେ ନିଜ ମତ ସାବ୍ୟସ୍ତ କରିବାକୁ ଡରିବେ ବୋଲି ସେ କହିଛନ୍ତି।
ଭାଜପା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ନିଜ କଥାକୁ ନିଜେ ଦର୍ପଣରେ ଦେଖିବାର ଆବଶ୍ୟକତା ରହିଛି। ଭାଜପା ଶାସିତ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି। କେନ୍ଦ୍ର ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀଙ୍କ ପୁଅ କୃଷକଙ୍କ ଉପରେ ଗାଡି ଚଢ଼ାଇବା ଘଟଣା କେଉଁ ଆଇନରେ ଯାଉଛି। ତେଣୁ ରାଜନୈତିକ ଉଦ୍ଦେଶ୍ୟରେ ଏପରି ଟିପ୍ପଣୀ ନ ଦେଇ କିଛି ଗଠନମୂଳକ ପ୍ରସ୍ତାବ ଦେବା ଉଚିତ୍‌ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri