ରାତିରେ ଚିଲିକା ବିଧାୟକଙ୍କୁ ଜେଲରେ ଭେଟିଲେ ନେତା, ଏସ୍‌ଓପିକୁ ଭୁଲିଗଲେ

ଖୋର୍ଦ୍ଧା ଅଫିସ,୧୦। ୧୦: ବାଲୁଗାଁ ଭାଜପା ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ଆକ୍ରମଣ, ଗାଳିଗୁଳଜ ଘଟଣାରେ ଖୋର୍ଦ୍ଧା ଏଡିଜେ ଶୁକ୍ରବାର ଜାମିନ ଆବେଦନ ଖାରଜ କରିବା ପରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜେଲ ଯିବାକୁ ପଡ଼ିଛି। ତେବେ ସ୍ବାସ୍ଥ୍ୟଗତ ଅସୁସ୍ଥତା ଯୋଗୁ ସେ ଏବେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ଅପରପକ୍ଷରେ ଶନିବାର ରାତିରେ ଖୋର୍ଦ୍ଧା ସବ୍‌ ଜେଲ ପଠାଯିବା ପରେ ଜେଲ ଭିତରେ ବିଧାୟକଙ୍କୁ ସ୍ଥାନୀୟ ନେତାମାନେ ଭେଟିବା ଘଟଣାକୁ ନେଇ ଏବେ ବିବାଦ ଦେଖା ଦେଇଛି। ଜେଲ ଏସ୍‌ଓପିକୁ ଉଲ୍ଲଂଘନ କରି ରାତିରେ ଭେଟିବାକୁ କିଏ ଅନୁମତି ଦେଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପ୍ରକାଶ ଯେ, ବାଲୁଗାଁ ମଣ୍ଡଳ ସଭାପତିଙ୍କୁ ଆକ୍ରମଣ ଘଟଣାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫଦାରିକୁ ଏଡ଼ାଇବା ପାଇଁ ହାଇକୋର୍ଟରେ ଅଗୁଆ ଜାମିନ ଆବେଦନ କରିଥିଲେ। ହାଇକୋର୍ଟ ଉକ୍ତ ଆବେଦନକୁ ଖାରଜ କରିବା ସହ ତଳକୋର୍ଟରେ ହାଜର ହେବା ଲାଗି ନିର୍ଦ୍ଦେଶ ଦେଇଥିଲେ। ତଦନୁସାରେ ବିଧାୟକ ଖୋର୍ଦ୍ଧା ଏଡିଜେଙ୍କ କୋର୍ଟରେ ଶୁକ୍ରବାର ହାଜର ହୋଇ ଆତ୍ମସର୍ମପଣ କରିଥିଲେ। ହେଲେ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଥିଲେ। ପୋଲିସ ବିଧାୟକଙ୍କୁ ହେପାଜତକୁ ନେଇ ମେଡିକାଲ ପରୀକ୍ଷା ପରେ ଖୋର୍ଦ୍ଧା ସବ୍‌ ଜେଲକୁ ପଠାଇ ଦେଇଥିଲେ। ତେବେ ଜେଲ ପରିସରରେ ହଠାତ୍‌ ବିଧାୟକ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କ ଅସୁସ୍ଥତା ଖବରପାଇ ସ୍ଥାନୀୟ ବିଜେଡି ନେତୃବୃନ୍ଦ ଜେଲ ଭିତରକୁ ଯାଇ ଜଗଦ୍ଦେବଙ୍କୁ ଭେଟିଥିବା ଚର୍ଚ୍ଚା ହେଉଛି। ଏପରି କି ସନ୍ଧ୍ୟା ୭ଟାଠାରୁ ରାତି ୧୦ଟା ପର୍ଯ୍ୟନ୍ତ ବିଜେଡି ସ୍ଥାନୀୟ ନେତା ଓ କମୀ ଜେଲ୍‌ ଭିତରେ କ’ଣ କରୁଥିଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସାଧାରଣ ଅଭିଯୁକ୍ତଙ୍କୁ ଜେଲରେ ସାକ୍ଷାତ କରିବା ପାଇଁ ବିଭିନ୍ନ କଟକଣା ଥିବାବେଳେ ବିଧାୟକ ଜଗଦ୍ଦେବଙ୍କ କ୍ଷେତ୍ରରେ ଏହାକୁ ଖୋଲା ଉଲ୍ଲଂଘନ କରାଯାଇଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଭାଜପା ମଣ୍ଡଳ ସଭାପତି ସେଠୀଙ୍କୁ ଆକ୍ରମଣ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଜେଲ ଏସ୍‌ଓପିକୁ ଭୁଲିଗଲେ
କରୋନା ସ୍ଥିତିକୁ ଲକ୍ଷ୍ୟରେ ରଖି ଜେଲରେ ରହିଥିବା କଏଦୀଙ୍କୁ ଭେଟିବା ପାଇଁ ଜେଲ ଡିଆଇଜି ଗତ ୨୧ତାରିଖରେ ଏକ ଏସ୍‌ଓପି ଜାରି କରିଛନ୍ତି। ସେଥିରେ ଦର୍ଶାଯାଇଛି ଯେ, କୌଣସି ବନ୍ଦୀକୁ ସାକ୍ଷାତ କରିବାକୁ ହେଲେ ଇ-ପ୍ରିଜନ ପୋର୍ଟାଲରେ ନିଜର ନାମ ପ୍ରଥମେ ପଞ୍ଜୀକୃତ କରିବାକୁ ହେବ। ସେହି ଅନୁସାରେ ସେମାନେ ପୂର୍ବାହ୍ନ ୯ଟା ଠାରୁ ଅପରାହ୍ନ ୨ଟା ମଧ୍ୟରେ ସାକ୍ଷାତ୍‌ କରିବେ। ଏପରି କି ବନ୍ଦୀଙ୍କୁ ଭେଟିବାକୁ ହେଲେ ସାକ୍ଷାତକାରୀଙ୍କୁ ୨ଟି ଯାକ କରୋନା ଟିକା ନେଇଥିବାର ସାର୍ଟିଫିକେଟ କିମ୍ବା ୭୨ଘଣ୍ଟା ମଧ୍ୟରେ କରୋନା ନେଗେଟିଭ ରିପୋର୍ଟ ଆଣିଥିବା ଆବଶ୍ୟକ। ହେଲେ ଜେଲ ଡିଆଇଜିଙ୍କ ଏସ୍‌ଓପିକୂ ବିଧାୟକ ଜଗଦ୍ଦେବଙ୍କ କ୍ଷେତ୍ରରେ ଖୋଲାଖୋଲି ଭାବେ ଉଲ୍ଳଂଘନ କରାଇଛି। ଚିଲିକା ବିଧାୟକଙ୍କୁ ଜେଲ ଭିତରେ ଭେଟିବାକୁ ଅନୁମତି ଦେବାକୁ ନେଇ ପ୍ରଶ୍ନ ଉଠିଛି। ରାତିରେ ବିଚାରାଧୀନ ବନ୍ଦୀ ଥିବା ବିଧାୟକଙ୍କୁ ଭେଟିବାକୁ କିଏ ଅନୁମତି ଦେଇଥିଲେ ସେନେଇ ଖୋର୍ଦ୍ଧା ଜେଲ ଅଧୀକ୍ଷକ କୃଷ୍ଣଚନ୍ଦ୍ର ରାଉତଙ୍କୁ ପଚାରିବାରେ ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ତାଙ୍କ ସହ କଥାବାର୍ତ୍ତା ହେବା ଲାଗି ଆସିଥିଲେ। ହେଲେ ଅନ୍ୟ କାହାରିକୁ ଜେଲ ଭିତରକୁ ଯିବା ପାଇଁ ଅନୁମତି ଦିଆଯାଇ ନାହିଁ ବୋଲି ରାଉତ କହିଛନ୍ତି। ଏ ସମ୍ପର୍କରେ ବିଧାୟକ ମିତ୍ରଙ୍କୁ ପଚାରିବାରେ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ।

ସୋସିଆଲ ମିଡିଆରେ କଥା କଟାକଟି
ବିଧାୟକ ଜଗଦ୍ଦେବଙ୍କ ଗିରଫକୁ ନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଛି। ଏନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ବିଧାୟକଙ୍କ ସମର୍ଥକ ଏବଂ ବିରୋଧୀଙ୍କ ମଧ୍ୟରେ କଥା କଟାକଟି ଚାଲିଥିବା ଦେଖିବାକୁ ମିଳିଛି। ଜଗଦ୍ଦେବଙ୍କ ଗିରଫ ପଛରେ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର କରାଯାଇଛି। ତାଙ୍କ ଛବି ଚିଲିକା ନିର୍ବାଚନ ମଣ୍ଡଳୀ ଏବଂ ସର୍ବସାଧାରଣରେ ମଳିନ ଲାଗି ଚକ୍ରାନ୍ତ କରାଯାଉଛି ବୋଲି ସମର୍ଥକଙ୍କ ମହଲରେ ଚର୍ଚ୍ଚା ଜୋର ଧରିଛି। ଅପରପକ୍ଷରେ ବିଧାୟକଙ୍କ ଜେଲ ଯିବା ଘଟଣାକୁ ଭାଜପା ସ୍ବାଗତ କରିଛି। ଏନେଇ ଭାଜପା ଜିଲା ସଭାପତି ରଶ୍ମି ରଞ୍ଜନ ମହାପାତ୍ର କୁହନ୍ତି ବିଧାୟକ ଜଗଦ୍ଦେବ ନିଜର ନୈତିକତା ଏବଂ ମାନବିକତା ହରାଇ ସାରିଛନ୍ତି। ତାଙ୍କର ବିଧାୟକଙ୍କ ହେବାର ଯୋଗ୍ୟତା ନାହିଁ। ଜଣେ ଜନପ୍ରତିନିଧି ହୋଇ ଲୋକଙ୍କ ସୁବିଧା ଅସୁବିଧା ସମାଧାନ କରିବା ପରିବର୍ତ୍ତେ ଯିଏ କର୍ମୀ, ଜନସାଧାରଣଙ୍କୁ ଗାଳିଗୁଳଜ କରେ ସେଭଳି ବ୍ୟକ୍ତିଙ୍କ ସ୍ଥାନ ବିଧାନସଭା ନୁହେଁ ବରଂ ଜେଲ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri