କଟକ ମେୟରଙ୍କୁ ନେଇ ବଢ଼ିଲା ରାଜନୈତିକ ଚର୍ଚ୍ଚା

କଟକ,୨୧ା୩(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନ ସମୟ ପାଖେଇ ଆସୁଥିବାବେଳେ ସମସ୍ତ ଦଳରେ ଅଙ୍କ କଷା ଜାରି ରହିଛି। ଆଶାୟୀଙ୍କ ତାଲିକା ଲମ୍ବା ରହିଛି ସତ ହେଲେ ଦଳ କାହାକୁ ଟିକେଟ ଦେବ ସେ ନେଇ ଏବେ ନାନା କଳ୍ପନା ଜଳ୍ପନା ଚାଲିଛି। ନିର୍ବାଚନକୁ ନେଇ ସମସ୍ତେ ନିଜ ନିଜ ସଙ୍ଗଠନ ମଜଭୁତ କରିବା ସହ ଦଳୀୟ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ତେବେ ବୁଧବାର ପଖାଳ ଦିବସ ପାଳନ କରାଯାଇଥିବାବେଳେ ଏହି ଦିବସକୁ ପ୍ରଥମକରି ବ୍ୟକ୍ତିଗତ ଭାବେ ବାରବାଟୀ କିଲ୍ଲା ପରିସରରେ ଥିବା ନିଜ ସରକାରୀ କ୍ବାର୍ଟର୍ସରେ ପାଳନ କରିବାକୁ ପଛାଇ ନାହାନ୍ତି କଟକ ମହାନଗର ନିଗମ(ସିଏମ୍‌ସି) ମେୟର ସୁବାସ ସିଂ। ଏଥିରେ ସାମିଲ ହେବା ଲାଗି ରାଜ୍ୟ ସଭା ସଦସ୍ୟ ଦେବାଶିଷ ସାମନ୍ତରାୟ, ବାରବାଟୀ-କଟକ, ଚୌଦ୍ୱାର-କଟକ ବିଜେଡିର ନେତୃବୃନ୍ଦଙ୍କ ସମେତ ସିଏମ୍‌ସିର ସମସ୍ତ କର୍ପୋରେଟର, ଶାନ୍ତି କମିଟି କର୍ମକର୍ତ୍ତା, ସମସ୍ତ ପୂଜା କମିଟି କର୍ମକର୍ତ୍ତା ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯାଇଥିଲା। ହେଲେ ଏଥିରେ ଦେବାଶିଷଙ୍କ ସମେତ ବାରବାଟୀ-କଟକ ନିର୍ବାଚନମଣ୍ଡଳୀର ନେତୃବୃନ୍ଦ ଉପସ୍ଥିତ ନ ଥିଲେ। ସେହିପରି ଚୌଦ୍ୱାର-କଟକ ବିଧାୟକ ସୌଭିକ୍‌ ବିଶ୍ୱାଳ ଆସି ନ ଥିବାବେଳେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଉପସ୍ଥିତ ଥିଲେ। ତେବେ ମେୟର ସୁବାସ ପୂର୍ବରୁ କେବେ ଏପରି ଆଡମ୍ବର ସହ ପଖାଳ ଦିବସ ପାଳନ କରି ନ ଥିବାବେଳେ ଏବେ ନିର୍ବାଚନ ସମୟରେ ଏପରି ଭାବେ ପାଳିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏପରି କି ପୂର୍ବରୁ କୌଣସି ରାଜନେତା ଏଭଳି ଢଙ୍ଗରେ ପଖାଳ ଦିବସ ପାଇଁ କାର୍ଯ୍ୟକ୍ରମ ଆୟୋଜନ କରିବା କଟକରେ ପ୍ରଥମ ବୋଲି କେତେଜଣଙ୍କ ମୁହଁରୁ ଶୁଣିବାକୁ ମିଳୁଛି। ତେବେ ନିର୍ବାଚନକୁ ନେଇ ବାରବାଟୀ-କଟକ ଆସନରୁ ଭାଗ୍ୟ ପରୀକ୍ଷା ଲାଗି ମେୟର ସୁବାସଙ୍କ ପାଇଁ ସୁଯୋଗ ରହିଥିବାବେଳେ ପଖାଳ ଦିବସ ମାଧ୍ୟମରେ ସେ ବନ୍ଧୁମିଳନ କରି ଲୋକଙ୍କ ନିକଟତର ହେବାଲାଗି ଏକ ପ୍ରୟାସ ବୋଲି ଲୋକେ ବେଶ୍‌ ଟୁପୁରୁଟାପର ହେଉଛନ୍ତି। ହେଲେ ମେୟର ଏହି ସମସ୍ତ ପ୍ରସଙ୍ଗକୁ ଏଡାଇ କହିଛନ୍ତି, ପଖାଳ ହେଉଛି ଓଡ଼ିଆଙ୍କ ପରିଚୟ। ଏହା ସ୍ବାସ୍ଥ୍ୟକର ଖାଦ୍ୟ। ସବୁବର୍ଗର ଲୋକଙ୍କୁ ଏକଜୁଟ୍‌ କରିବା ସହ ଏହି ଦିବସକୁ ମିଶି ପାଳିବା ପାଇଁ ଲକ୍ଷ୍ୟ ରହିଥିବା ସେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ସିଏମ୍‌ସି ଡେପୁଟି ମେୟର ଦମୟନ୍ତୀ ମାଝି, ଶାନ୍ତି କମିଟି ସଭାପତି ଦେବେନ୍ଦ୍ର ସାହୁ, ସମ୍ପାଦକ ଭିକାରି ଦାସ, ପୂର୍ବାଞ୍ଚଳ ଶାନ୍ତି କମିଟି ସଭାପତି ବିଜୟ କୁମାର ସାହୁ, ‘ସମାଜ’ର ପ୍ରକାଶକ ଡ. ପ୍ରଭାସ ରଞ୍ଜନ ଆଚାର୍ଯ୍ୟ, ସମ୍ପାଦକ ଡ. ପ୍ରମୋଦ ମହାପାତ୍ର, ଆଇନଜୀବୀ ଶଶିଭୂଷଣ ଦାସ, ସାହିତି୍ୟକ ତରୁଣ ସାହୁ, ବିଜେଡି ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ସିଂ, ବିଶ୍ୱଜିତ୍‌ ମହାନ୍ତିଙ୍କ ସମେତ ସମସ୍ତ କର୍ପୋରେଟର, ବୁଦ୍ଧିଜୀବୀଙ୍କ ସହ ସମସ୍ତ ସମ୍ପ୍ରଦାୟର ଲୋକ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!

ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…

ଜୀବନ ବଞ୍ଚାନ୍ତୁ, ପୁରସ୍କାର ପାଆନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ସରକାର ଦେବେ ୨୫,୦୦୦ ଟଙ୍କା!

ନୂଆଦିଲ୍ଲୀ,୨୫।୩: ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୋଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ଭୟରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର…

ଚାଲିଥିଲା ପୂଜା, ହଠାତ ବନ୍ଧୁକ ଧରି ଗୁଳି ଚଳାଇଲେ ନାବାଳକ, ଚୂଡ଼ାମଣି ସାମୁଦ୍ରିକ ଥାନା କର୍ମଚାରୀ…

ବାସୁଦେବପୁର, ୨୫।୩(ନାରାୟଣ ପ୍ରସାଦ ବାରିକ): ବାସୁଦେବପୁର ବ୍ଲକ ଶାଶୁ ଭୁଆସୁଣୀ ଗ୍ରାମରେ ବୁଧବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳକଙ୍କ ଦ୍ୱାରା ହୋଇଥିବା ଗୁଳି…

ଟ୍ରମ୍ପ ଛାନିଆ! ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକାର ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ୫ ସର୍ତ୍ତ

ନୂଆଦିଲ୍ଲୀ,୨୫।୩:  ଇରାନ ଆମେରିକାର ୧୫-ସୂତ୍ରୀ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି । ଇରାନର ସରକାରୀ ଟେଲିଭିଜନ ପକ୍ଷରୁ ଏହି ଦାବି କରାଯାଇଛି । ଆମେରିକା ଦେଇଥିବା ପ୍ରସ୍ତାବକୁ ଇରାନ…

ମାନବିକତା ଭୁଲିଲେ ‘ମୋ ବସ’ ଚାଳକ: ହର୍ନ ମାରିଲେ, ନ ଉଠିବାରୁ ଚଢ଼ାଇ ଦେଲେ…

ଗଞ୍ଜାମ, ୨୫।୩ (ବିଦ୍ୟାଧର ସାହୁ): ଦିନକୁ ଦିନ ‘ମୋ ବସ’ (ଲକ୍ଷ୍ମୀ) ଚାଳକଙ୍କ ମନମୁଖୀ ଗାଡ଼ିଚାଳନା ଓ ଔଦ୍ଧତ୍ୟ ବଢ଼ିବାରେ ଲାଗିଛି। ସାଧାରଣ ଯାତ୍ରୀଙ୍କୁ ହଇରାଣ କରିବା…

ଭେଲିଡେସନ ଆକ୍ଟ ବିରୁଦ୍ଧରେ ଗର୍ଜିଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ: ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଭଞ୍ଜନଗର,୨୫।୩(ବାବୁଲା ପ୍ରଧାନ)- ଗଞ୍ଜାମ  ଜିଲା ଭଞ୍ଜନଗର ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଙ୍ଘ ପେନସନର୍ସ ଭେଲିଡେସନ ଆକ୍ଟ ୨୦୨୫ କୁ ବିରୋଧ କରିଛି। ଉକ୍ତ ଆକ୍ଟ ବିରୁଦ୍ଧରେ…

ସିଡିଏମଓଙ୍କ ମହାନୀୟତା: ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ସାଜିଲେ ଦେବଦୂତ, ନିଜେ ଠିଆ ହୋଇ ପଠାଇଲେ ମେଡିକାଲ୍

ଗଜପତି, ୫।୩(ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶାନ୍ତନୁ କୁମାର ପାଢୀଙ୍କ ମହାନୀୟତା ଦେଖିବାକୁ ମିଳିଛି । ଦୁର୍ଘଟଣାରେ ଗୁରୁତର ହୋଇ ଛଟପଟ ହେଉଥିବା…

ସର୍ବଦଳୀୟ ବୈଠକ ସମୟରେ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ, ‘ଆମେ ଦଲାଲ ଦେଶ ହୋଇପାରିବୁନି’

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଉପରେ ଆଲୋଚନା କରିବା ପାଇଁ ବୁଧବାର ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ବୈଠକ ସମୟରେ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri