ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ପାଣିପାଗ ଉଷ୍ମ

ଭଦ୍ରକ,୫ା୪(ସନାତନ ରାଉତ):ଭଦ୍ରକର ଚର୍ଚ୍ଚିତ ଯୁବନେତା ତଥା ପୂର୍ବତନ ମନ୍ତ୍ରୀ ଯୁଗଳ ପଟ୍ଟନାୟକଙ୍କ ପୁଅ ଅସିତ ପଟ୍ଟନାୟକ ବିଜେଡିରୁ ଇସ୍ତଫା ଦେବା ପରେ ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ପାଣିପାଗ ଉଷ୍ମ ହୋଇଛି। ଭଦ୍ରକବାସୀ ଯାହା ନିଷ୍ପତ୍ତି ନେବେ ସେହି ଅନୁସାରେ ସେ ଆଗକୁ ବଢ଼ିବେ ବୋଲି ଅସିତ କହିଛନ୍ତି। ପୂର୍ବତନ ମନ୍ତ୍ରୀ ଯୁଗଳ ପଟ୍ଟନାୟକଙ୍କ ନରିପୁରସ୍ଥିତ ବାସଭବନରେ ଗୁରୁବାର ସନ୍ଧ୍ୟାରେ ଖବରଦାତା ସମ୍ମିଳନୀରେ ସେ କ୍ଷୋଭ ପ୍ରକାଶ କରି କହିଛନ୍ତି, ବିଜେଡିରେ ତାଙ୍କ ପ୍ରତି ଅବିଚାର କରାଯାଇଛି। ଦଳୀୟ ନିଷ୍ପତ୍ତି ଭଦ୍ରକ ପାଇଁ କ୍ଷତିକାରକ। ଗତ ୫ ବର୍ଷରେ ଭଦ୍ରକରେ କୌଣସି ଆଖିଦୃଶିଆ ବିକାଶ ହୋଇନାହିଁ। ବିଧାୟକ ଏବଂ ପୌରାଧ୍ୟକ୍ଷାଙ୍କ ମଧ୍ୟରେ ବାଦ ବିବାଦ ସବୁବେଳେ ଲାଗି ରହିଥିବାରୁ ଭଦ୍ରକ ବିକାଶରେ ବାଧା ସୃଷ୍ଟି ହେଉଥିଲା। ଭଦ୍ରକ ଓ ଭଣ୍ଡାରିପୋଖରୀର ବିଧାୟକଙ୍କୁ ବଦଳ କରି ପ୍ରାର୍ଥୀ ଘୋଷଣା କରାଯିବା ଭଦ୍ରକ ପ୍ରତି ଅବହେଳା ହୋଇଛି। ତାଙ୍କର କର୍ମୀ ଓ ସମର୍ଥକମାନଙ୍କ ସହ ଆଲୋଚନା ପରେ ସେମାନଙ୍କ ମତାମତ ନେଇ ଆଗାମୀ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।
ପରେ ଭଦ୍ରକ ପୌରପାଳିକା ଓ ବିଭିନ୍ନ ପଞ୍ଚାୟତରୁ ଶତାଧିକ କର୍ମୀ, ସମର୍ଥକଙ୍କୁ ନେଇ ସେ ଏକ ବୈଠକ କରି ଏନେଇ ଆଲୋଚନା କରିଛନ୍ତି। ତେବେ ଗତ ପୌରପାଳିକା ନିର୍ବାଚନରେ ବିଜୟୀ ହୋଇଥିବା ସ୍ବାଧୀନ ପ୍ରାର୍ଥୀ ପୌରାଧ୍ୟକ୍ଷା ଗୁଲମକ୍କୀ ହବିବ ଓ ତାଙ୍କ ପ୍ରତିନିଧି ଯୁବନେତା ଜାହିଦ ହବିବଙ୍କୁ ବୈଠକରେ ଦେଖିବାକୁ ମିଳି ନ ଥିଲା। ଜାହିଦ ହବିବ ଓ ଅସିତ୍‌ ଭଦ୍ରକ ବିଧାୟକଙ୍କ ବିରୋଧରେ ଗତ ୨ ବର୍ଷ ଧରି ମିଳିତ ରଣନୀତି ପ୍ରସ୍ତୁତ କରି ଆସୁଥିବା ବେଳେ ଏହି ବୈଠକରେ ଜାହିଦଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ପ୍ରକାଶଥାଉ କି, ଅସିତ ବୁଧବାର ରାତିରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ଇସ୍ତଫାପତ୍ର ପଠାଇଛନ୍ତି। ଦଳରେ ତାଙ୍କୁ କ୍ରମାଗତ ଭାବେ ଅବହେଳା କରାଯାଉଛି। ଏଥିରେ ଅସନ୍ତୋଷ ପ୍ରକାଶ କରି ସେ ଇସ୍ତଫା ଦେଇଥିବା ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କବାଡ଼ିରେ ଭାରତକୁ ସ୍ବର୍ଣ୍ଣ: ରୋମାଞ୍ଚକର ଫାଇନାଲ ମ୍ୟାଚ୍‌ରେ ଇରାନକୁ ହରାଇଲା

ନାଗୋୟା,୨୬।୯:ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ମହିଳା କବାଡ଼ି ଦଳ ଦମଦାର ପ୍ରଦର୍ଶନ କରି ସ୍ବର୍ଣ୍ଣ ପଦକ ଜିତିଛି। ରୋମାଞ୍ଚକର ଫାଇନାଲ ମ୍ୟାଚ୍‌ରେ ଭାରତ ଇରାନକୁ ୩୭-୩୪ ପଏଣ୍ଟରେ…

ବ୍ୟାଙ୍କ୍‌ ଷ୍ଟ୍ରାଇକ୍‌ ପୂର୍ବରୁ SBI କଲା ବଡ଼ ଘୋଷଣା, ସେପ୍ଟେମ୍ୱର ୨୮ରୁ ଏଟିଏମ୍‌ ଚାର୍ଜ…

ନୂଆଦିଲ୍ଲୀ,୨୬।୯: ଯଦି ଆପଣ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI)ର ଗ୍ରାହକ ଏବଂ ଆଗାମୀ ଦିନରେ ବ୍ୟାଙ୍କ ଧର୍ମଘଟ ଯୋଗୁଁ ଟଙ୍କାର ଅଭାବ ହେବା ଚିନ୍ତାରେ ବ୍ୟସ୍ତ…

ଆରପାରିରେ ଆଦର୍ଶ ଶିକ୍ଷକ ସନାତନ: ପାଟଣା ଅଞ୍ଚଳରେ ଶୋକର ଛାୟା

ପାଟଣା, ୨୬।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ଡିଆନାଳୀ ଗ୍ରାମର ଆଦର୍ଶ ଶିକ୍ଷକ ତଥା ବିଶିଷ୍ଟ ସଂଗଠକ, ଶିକ୍ଷାବିତ୍‌ ତଥା…

କେଲୁଅ ନଦୀକୁ ଡେଇଁଲେ ଅଜୟ: ପଛରେ ଅଛି ଏମିତି କାରଣ

ଧର୍ମଶାଳା,୨୬।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନ ଦେଓଦା ପଞ୍ଚାୟତର ଚଇନିହୁଡ଼ା ଗ୍ରାମର ଜଣେ ଯୁବକ କାଏମା କେଲୁଅ ନଦୀ ବ୍ରିଜ୍‌ରୁ ଡେଇଁ ନିଖୋଜ…

ପ୍ରଥମ ଦିନିକିଆ ପାଇଁ ଟିମ ଇଣ୍ଡିଆର ମାଷ୍ଟରପ୍ଲାନ ହେଲା ଲିକ୍‌’! ବଡ଼ କଥା କହିଲେ ଭାରତୀୟ କୋଚ

ନୂଆଦିଲ୍ଲୀ,୨୬।୯: ୨୦୨୭ ଦିନିକିଆ ବିଶ୍ୱକପକୁ ନଜରରେ ରଖି ଭାରତୀୟ କ୍ରିକେଟ ଦଳ ପାଇଁ ଆଗାମୀ ପ୍ରତ୍ୟେକ ସିରିଜ ଗୁରୁତ୍ୱପୂର୍ଣ୍ଣ ହେବ। ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୩…

୨୭ରେ ‘କଣ୍ଟା ଗାଦିଆ’ ବସା, ୧ରେ ନୂତନ କାଳିସୀଙ୍କ ଅଗ୍ନିପରୀକ୍ଷା: ବାଲିଯାତ୍ରା ଏବେ ଉତ୍ସବମୁଖର

ଥୁଆମୂଳ ରାମପୁର,୨୬।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରର ପ୍ରସିଦ୍ଧ ଆଧ୍ୟାତ୍ମିକ ପୀଠ ଶ୍ରୀ ଶ୍ରୀ ଇଷ୍ଟଦେବୀ ମା’ ମାଣିକେଶ୍ୱରୀ ଓ ବାବା ଭୈରବ ଦେବଙ୍କ ପବିତ୍ର…

ନିର୍ବାଚିତ ହେବାର କିଛି ଘଣ୍ଟା ପରେ ଓମ ବିର୍ଲଙ୍କ ବାସଭବନ ସାମ୍ନାରେ ନତମସ୍ତକ ହେଲେ ମେୟର, ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୬।୯: ରାଜସ୍ଥାନର କୋଟା ନଗର ନିଗମର ନୂଆ ମେୟର ଭାବେ ଭାଜପାର ଅନୁସୂୟା ଗୋସ୍ବାମୀ ନିର୍ବାଚିତ ହେବାର କିଛି ଘଣ୍ଟା ପରେ ଏକ ଭିଡିଓ ସୋସିଆଲ ମିଡିଆରେ…

ରିପୋର୍ଟରେ ବଡ଼ ଖୁଲାସା: ଦଳ ବଦଳାଇଛନ୍ତି ୧୧୧ ଏମ୍‌ପି, ବିଧାୟକ

ନୂଆଦିଲ୍ଲୀ,୨୬ା୯: ୨୦୨୨ରୁ ୨୦୨୬ ମଧ୍ୟରେ ପାର୍ଲାମେଣ୍ଟ କିମ୍ବା ରାଜ୍ୟ ବିଧାନସଭା ନିର୍ବାଚନ ଜିତିବା ପରେ ୧୧୧ ଏମ୍‌ପି ଏବଂ ବିଧାୟକ ଦଳ ବଦାଇଛନ୍ତି। ସର୍ବାଧିକ ଦଳବଦଳ ନାଗାଲାଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?