ନୀତି କାହା ସ୍ବାର୍ଥରେ

ଆକାର ପଟେଲ

ନୀତି ଆୟୋଗ ମୁଖ୍ୟ ଏମିତି କିଛି କହିଲେ ଯାହା ଅନେକଙ୍କୁ ଚିନ୍ତାରେ ପକାଇଦେଇଛି। ଏଥିପାଇଁ ତାଙ୍କୁ ନିଜକୁ ବୁଝାଇବାକୁ ପଡ଼ିଲା। ଏହା ଅବଶ୍ୟ ତାଙ୍କ ମନ୍ତବ୍ୟ ଥିଲା ଭାରତରେ ଅତ୍ୟଧିକ ଡେମୋକ୍ରାସି ଅଛି ବୋଲି ସେ ଦୁଇଥର ଦେହରାଇଥିଲେ। ତେବେ ସେହି ଏକା ମନ୍ତବ୍ୟରେ ସେ ଆଉ କିଛି କହିଥିଲେ। ମୋ ମତରେ ଏହା କାହାର ଦୃଷ୍ଟି ଆକର୍ଷଣ କରିପାରି ନ ଥିଲା। ଏହା ସବୁଠୁ ଗୁରୁତ୍ୱପୂର୍ଣ୍ଣ ଓ ଚିନ୍ତାଜନକ ମଧ୍ୟ। ତଥ୍ୟ ଯାଞ୍ଚ କରୁଥିତ୍ବା ୱେବସାଇଟ୍‌ ଅଲ୍ଟନ୍ୟୁଜ.ଇନ୍‌ ତାଙ୍କ ମନ୍ତବ୍ୟର ଭିଡିଓ ରେକର୍ଡିଂକୁ ସମୀକ୍ଷା କରି ନିଶ୍ଚତ କଲା ଯେ ସେ ଯେଉଁ ଶବ୍ଦ ବ୍ୟବହାର କରି ନ ଥିଲେ ବୋଲି କହୁଥିଲେ ତାହା ସେ ବାସ୍ତବରେ କରିଥିଲେ। ଏହା ତାଙ୍କ ମନ୍ତବ୍ୟ ସମ୍ପର୍କରେ ଯାହା ସୂଚନା ଦେଲା ତାହା ଏହିପରି। ଭାରତରେ ଆମର ସବୁଠୁ ଅଧିକ ସ୍ବାୟତ୍ତତା ରହିଛି। ଏଣୁ ଆମେ ସମସ୍ତଙ୍କୁ ସମର୍ଥନ କରୁଛୁ। ସେ ମଧ୍ୟ ଏହାକୁ ଆହୁରି ବ୍ୟାପକ ଭାବେ ବୁଝାଇ କହିଥିଲେ ଯେ, ପ୍ରଥମ ଥର ପାଇଁ ଭାରତରେ ଏକ ସରକାର ଆକାର ଓ ମାନ ଦୃଷ୍ଟିରୁ ବଡକଥା ଚିନ୍ତା କରିଛନ୍ତି ଏବଂ ଆମେ ବିଶ୍ୱରେ ଚାମ୍ପିୟନମାନଙ୍କୁ ଗଢ଼ିିବାକୁ ଚାହୁଁ। କିନ୍ତୁ ବିଶ୍ୱ ଚାମ୍ପିୟନ ହେବାକୁ ଲକ୍ଷ୍ୟ ରଖିଥିବା ୫ଟି କମ୍ପାନୀଙ୍କୁ ଆମେ ସମର୍ଥନ କରିବାକୁ ଚାହୁଁ ବୋଲି କହିବାକୁ କାହାର ରାଜନୈତିକ ଇଚ୍ଛାଶକ୍ତି ଏବଂ ସାହସ ନାହିଁ। ସମସ୍ତେ କହୁଛନ୍ତି ଆମେ ପ୍ରତ୍ୟେକ ଭାରତୀୟଙ୍କୁ ସମର୍ଥନ କରିବାକୁ ଚାହୁଁ, ପ୍ରତ୍ୟେକଙ୍କ ଭୋଟ ଚାହୁଁ।
ମନ୍ତବ୍ୟର ଦ୍ୱିତୀୟ ଛୋଟ ଭାଗଟିକୁ ଅଣଦେଖା କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଥିଙ୍କ୍‌ ଟ୍ୟାଙ୍କ କୁହାଯାଉଥିବା ନୀତି ଆୟୋଗର ମୁଖ୍ୟ ମୋଦି ସରକାରଙ୍କ ଅର୍ଥବ୍ୟବସ୍ଥାର ରଣନୀତି ଉପରେ ବ୍ୟାଖ୍ୟା କରିଥିଲେ। ପୂର୍ବରୁ ତାଙ୍କ ମନ୍ତବ୍ୟରେ ଏହା ଯେତିକି ସ୍ପଷ୍ଟ ଥିଲା ସେମିତି ଏହା ବ୍ୟାଖ୍ୟା କରିନାହିଁ, କିନ୍ତୁ ନୀତି ମୁତାବକ ଯାହା ସମ୍ଭବ ତାହା ସ୍ପଷ୍ଟ କରିଛି। ସଂକ୍ଷେପରେ ନିର୍ଯାସ ଏହା ଯେ,ଭାରତରେ ବହୁତ ଛୋଟ କମ୍ପାନୀ ରହିଛି ଏବଂ ଏହା ପ୍ରଭାବଶାଳୀ ନୁହନ୍ତି। ଏହାବାଦ ଏହାର ଅର୍ଥବ୍ୟବସ୍ଥାକୁ ଚଳାଇବା ପାଇଁ ଅଳ୍ପ କିଛି ବୃହତ କମ୍ପାନୀ ରହିବା ଉଚିତ ଓ ଏହି କମ୍ପାନୀଗୁଡ଼ିକ କେବଳ ବିଶ୍ୱସ୍ତରରେ ହିଁ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ। ଏଣୁ ଏହାକୁ ସମ୍ଭବ କରିବା ଲାଗି ସରକାର ନିଶ୍ଚିତ ଚେଷ୍ଟା କରିବେ। ଏହାଦ୍ୱାରା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡ଼ିକର ଶିଳ୍ପପତିମାନଙ୍କ ପାଇଁ ପ୍ରତିଦ୍ୱନ୍ଦିତା କରିବା କଷ୍ଟକର ହୋଇପଡିବ। ଏହା ଗ୍ରହଣୀୟ ଯେ, କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକ ସମସ୍ତେ ଟିକସ ଫାଙ୍କିଥାନ୍ତି। ସେମାନେ ନଗଦ କାରବାର କରି ସରକାରଙ୍କୁ ଠକନ୍ତି। ସେମାନଙ୍କୁ ଦୃଢ କରିବା କଷ୍ଟକର ହେଲେ ମଧ୍ୟ ଅସମ୍ଭବ ନୁହେଁ। ତେବେ ପ୍ରଥମ ପଦକ୍ଷେପରେ ଅର୍ଥବ୍ୟବସ୍ଥାରୁ ନଗଦ କାରବାରକୁ ହଟାଇବାକୁ ପଡିବ। ଏହା ୨୦୧୬ ନଭେମ୍ବର, ୮ରେ କରାଯାଇଥିଲା। ନଗଦ କାରବାର ଉପରେ ନିର୍ଭରଶୀଳ ଇଣ୍ଡଷ୍ଟ୍ରିଗୁଡ଼ିକ ଏପରିକି ବୈଧ ହୋଇଥିଲେ ବି ସପ୍ତାହ ସପ୍ତାହ ଧରି କାରବାର କରିବାକୁ ସକ୍ଷମ ହେଲେ ନାହିଁ ଏବଂ ପରେ ତାହା ମାସ ମାସ ଧରି ବନ୍ଦ ରହିଲା। କିନ୍ତୁ ବୃହତ ଇଣ୍ଡଷ୍ଟ୍ରିଗୁଡ଼ିକ ଏହାଦ୍ୱାରା ପ୍ରଭାବିତ ହେଲେ ନାହିଁ। କାରଣ, ସେମାନେ ଇ-ଟ୍ରାନ୍ସଫର କରିପାରିଲେ। ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ଥିଲା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡ଼ିକ ପାଇଁ ଦ୍ୱିତୀୟ ଝଟକା। ଜିଏସ୍‌ଟିକୁ ଏତେ ଜଟିଳ କରାଯାଇଥିତ୍ଲା ଯେ, ଏହାକୁ ପାଳନ ଓ କାର୍ଯ୍ୟକାରୀ କରିବା ଲାଗି ଅଧିକ ଲୋକ ଦରକାର ପଡ଼ିଲା। ବାରମ୍ବାର ରିଟର୍ନ ଫାଇଲ ଏବଂ ଡିଜିଟାଲ ସିଷ୍ଟମର ପରିଚାଳନାର ଜଟିଳତା ଯୋଗୁ ପୁଣି ଥରେ ବିଜନେସ୍‌ରୁ ବହୁ ଲୋକ ବାହାରିଗଲେ। ଏଥିପାଇଁ ଅଧିକ ଖର୍ଚ୍ଚକରିବାକୁ ବି ପଡ଼ିଲା ଓ କିଛି ଲାଭ ମିଳିଲାନିି। ଏହାର ଜଟିଳତାର ସାମନା କରିପାରିଲେ ନାହିଁ ଏବଂ ଆଉ କିଛି କରିବା ଲାଗି ପସନ୍ଦ କଲେ।
ତୃତୀୟ ଝଟକା ଥିଲା ଚଳିତ ବର୍ଷର ଲକ୍‌ଡାଉନ। ଏହା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡ଼ିକର ମେରୁଦଣ୍ଡ ଭାଙ୍ଗିଦେଲା। ଏଭଳି ପରିସ୍ଥିତିର ସାମନା କରିବାକୁ ନା ଏମାନଙ୍କ ପାଖରେ ଟଙ୍କା ଗଚ୍ଛିତ ଥିଲା ନା ଘରେ ରହି କାମ କରିବା ଲାଗି ଲୋକ ପାଇବାକୁ ଏମାନେ ସକ୍ଷମ ହେଲେ। ବିଶ୍ୱର ପ୍ରତିଷ୍ଠିତ ମାଗାଜିନ ଦି ଇକୋନୋମିଷ୍ଟ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ୨୦୧୬ରୁ ୩୫୦% ବୃଦ୍ଧିପାଇଥିଲା ବୋଲି ପ୍ରକାଶ କଲା। ଗୌତମ ଅଦାନିଙ୍କ ସମ୍ପତ୍ତି ଏହି ଏକା ସମୟରେ ୭୫୦% ବଢ଼ିଥିଲା। ଅର୍ଥବ୍ୟବସ୍ଥା ତଳକୁ ଖସୁଥିବାବେଳେ ଏହା ଘଟିଛି। ଚଳିତ ଡିସେମ୍ବରକୁ ମିଶାଇ ୩୬ ମାସ ହେବ ଭାରତୀୟ ଅର୍ଥବ୍ୟବସ୍ଥା ମାନ୍ଦା ରହିଆସିଛି। ସରକାରୀ ତଥ୍ୟ ଅନୁସାରେ ୨୦୧୮ ଜାନୁୟାରୀରୁ ଅର୍ଥବ୍ୟବସ୍ଥା ତଳକୁ ଖସିବା ଆରମ୍ଭ ହୋଇଛି ଓ ତିନି ବର୍ଷ ଧରି ଏହା ମାନ୍ଦା ରହିଛି। ଗତ ସପ୍ତାହରେ ଅର୍ଥମନ୍ତ୍ରୀଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ମୋଦି ସରକାର ପ୍ରକାଶ କରିବା ଲାଗି ମନା କରିଥିବା ରିପୋର୍ଟକୁ ଶେଷରେ ପ୍ରକାଶ କରିଥିଲେ। ଏଥିତ୍ରେ ଦର୍ଶାଯାଇଥିତ୍ଲା ଯେ,୨୦୧୨ରେ ଭାରତୀୟମାନେ ଯେତିକି ଟଙ୍କା ଖର୍ଚ୍ଚ କରୁଥିଲେ ତା’ତୁଳନାରେ ୨୦୧୮ରେ ଏମାନେ କମ୍‌ ଟଙ୍କା ଖର୍ଚ୍ଚ କରୁଥିଲେ। ଅର୍ଥାତ, ସେମାନେ ବି କମ୍‌ ଆୟ କରୁଥିଲେ। ଅବଶ୍ୟ ସବୁ ଭାରତୀୟ ନୁହନ୍ତି,କେତେକ ଅତ୍ୟଧିକ ରୋଜଗାର କରୁଥିଲାବେଳେ ଅନ୍ୟମାନଙ୍କ ଆୟ କମ୍‌ଥିଲା।
ଏହି ଦେଶ ଲାଗି ମୋଦି ସରକାର କ’ଣ କରିଛନ୍ତିି ତାହା ଉପରେ ବିଚାର କରିବା ପରେ ଜଣାପଡ଼େ ଯେ ସରକାରଙ୍କ ଆର୍ଥିକ ନୀତିର ସବୁକିଛିକୁ ନେଇ ଅନେକଙ୍କ ମନରେ ଦ୍ୱନ୍ଦ୍ୱ ରହିଛି। ଆତ୍ମନିର୍ଭର କେବଳ ଆମଦାନୀର ବିକଳ୍ପ ଓ ପୂର୍ବରୁ ଏହା ବିଫଳ ହୋଇଥିଲା ବୋଲି କହି ମୋଦିଙ୍କର ପୂର୍ବତନ ପରାମର୍ଶଦାତା ତଥା ଦୃଢ ସମର୍ଥକ ଅରବିନ୍ଦ ପାନଗରିଆ ଅଭିଯୋଗ ଆଣିଲେ। ଏହାର ମାନେ ମୋଦି ଆମଦାନୀ ଜିନିଷ ଉପରେ ଟାରିଫ ଲଗାଇଛନ୍ତି। ଏହାଦ୍ୱାରା ଲୋକାଲ ଇଣ୍ଡଷ୍ଟ୍ରିଗୁଡ଼ିକ ସେମାନଙ୍କ ଉତ୍ପାଦକୁ ଆମଦାନୀ କରାଯାଉଥିବା ଜିନିଷ ତୁଳନାରେ ଅଧିକ ମୂଲ୍ୟରେ ବିକ୍ରି କରିବେ। ଆତ୍ମନିର୍ଭର ଉପଭୋକ୍ତାଙ୍କ ଉପରେ ଭାରି ପଡିବ ଓ ଶିଳ୍ପପତିଙ୍କୁ ସୁବିଧା ହେବ। କିନ୍ତୁ ଏହାକୁ ଯେଭଳି ବିଜ୍ଞପିତ କରାଯାଇଛି ତାହା ସେମିତି ନୁହେଁ। ଆମତ୍ନିର୍ଭରର ନୀତିକୁ ଉପଭୋକ୍ତା କି ନାଗରିକମାନେ ଚାହିଁ ନାହାନ୍ତି। ଏହା ସରକାରଙ୍କ ପସନ୍ଦର ଲୋକ ଯାହାକୁ ଜିତିବାର ଦାୟିତ୍ୱ ଦିଆଯାଇଛି ସେମାନେ ଚାହିଁଛନ୍ତି। ଅନ୍ୟପକ୍ଷରେ ଆଉ ଅବଶିଷ୍ଟଙ୍କୁ ଯୋଜନାବଦ୍ଧ ଭାବେ ନିରାଶ କରାଯାଉଛି।
Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri