ନୀତି କାହା ସ୍ବାର୍ଥରେ

ଆକାର ପଟେଲ

ନୀତି ଆୟୋଗ ମୁଖ୍ୟ ଏମିତି କିଛି କହିଲେ ଯାହା ଅନେକଙ୍କୁ ଚିନ୍ତାରେ ପକାଇଦେଇଛି। ଏଥିପାଇଁ ତାଙ୍କୁ ନିଜକୁ ବୁଝାଇବାକୁ ପଡ଼ିଲା। ଏହା ଅବଶ୍ୟ ତାଙ୍କ ମନ୍ତବ୍ୟ ଥିଲା ଭାରତରେ ଅତ୍ୟଧିକ ଡେମୋକ୍ରାସି ଅଛି ବୋଲି ସେ ଦୁଇଥର ଦେହରାଇଥିଲେ। ତେବେ ସେହି ଏକା ମନ୍ତବ୍ୟରେ ସେ ଆଉ କିଛି କହିଥିଲେ। ମୋ ମତରେ ଏହା କାହାର ଦୃଷ୍ଟି ଆକର୍ଷଣ କରିପାରି ନ ଥିଲା। ଏହା ସବୁଠୁ ଗୁରୁତ୍ୱପୂର୍ଣ୍ଣ ଓ ଚିନ୍ତାଜନକ ମଧ୍ୟ। ତଥ୍ୟ ଯାଞ୍ଚ କରୁଥିତ୍ବା ୱେବସାଇଟ୍‌ ଅଲ୍ଟନ୍ୟୁଜ.ଇନ୍‌ ତାଙ୍କ ମନ୍ତବ୍ୟର ଭିଡିଓ ରେକର୍ଡିଂକୁ ସମୀକ୍ଷା କରି ନିଶ୍ଚତ କଲା ଯେ ସେ ଯେଉଁ ଶବ୍ଦ ବ୍ୟବହାର କରି ନ ଥିଲେ ବୋଲି କହୁଥିଲେ ତାହା ସେ ବାସ୍ତବରେ କରିଥିଲେ। ଏହା ତାଙ୍କ ମନ୍ତବ୍ୟ ସମ୍ପର୍କରେ ଯାହା ସୂଚନା ଦେଲା ତାହା ଏହିପରି। ଭାରତରେ ଆମର ସବୁଠୁ ଅଧିକ ସ୍ବାୟତ୍ତତା ରହିଛି। ଏଣୁ ଆମେ ସମସ୍ତଙ୍କୁ ସମର୍ଥନ କରୁଛୁ। ସେ ମଧ୍ୟ ଏହାକୁ ଆହୁରି ବ୍ୟାପକ ଭାବେ ବୁଝାଇ କହିଥିଲେ ଯେ, ପ୍ରଥମ ଥର ପାଇଁ ଭାରତରେ ଏକ ସରକାର ଆକାର ଓ ମାନ ଦୃଷ୍ଟିରୁ ବଡକଥା ଚିନ୍ତା କରିଛନ୍ତି ଏବଂ ଆମେ ବିଶ୍ୱରେ ଚାମ୍ପିୟନମାନଙ୍କୁ ଗଢ଼ିିବାକୁ ଚାହୁଁ। କିନ୍ତୁ ବିଶ୍ୱ ଚାମ୍ପିୟନ ହେବାକୁ ଲକ୍ଷ୍ୟ ରଖିଥିବା ୫ଟି କମ୍ପାନୀଙ୍କୁ ଆମେ ସମର୍ଥନ କରିବାକୁ ଚାହୁଁ ବୋଲି କହିବାକୁ କାହାର ରାଜନୈତିକ ଇଚ୍ଛାଶକ୍ତି ଏବଂ ସାହସ ନାହିଁ। ସମସ୍ତେ କହୁଛନ୍ତି ଆମେ ପ୍ରତ୍ୟେକ ଭାରତୀୟଙ୍କୁ ସମର୍ଥନ କରିବାକୁ ଚାହୁଁ, ପ୍ରତ୍ୟେକଙ୍କ ଭୋଟ ଚାହୁଁ।
ମନ୍ତବ୍ୟର ଦ୍ୱିତୀୟ ଛୋଟ ଭାଗଟିକୁ ଅଣଦେଖା କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଥିଙ୍କ୍‌ ଟ୍ୟାଙ୍କ କୁହାଯାଉଥିବା ନୀତି ଆୟୋଗର ମୁଖ୍ୟ ମୋଦି ସରକାରଙ୍କ ଅର୍ଥବ୍ୟବସ୍ଥାର ରଣନୀତି ଉପରେ ବ୍ୟାଖ୍ୟା କରିଥିଲେ। ପୂର୍ବରୁ ତାଙ୍କ ମନ୍ତବ୍ୟରେ ଏହା ଯେତିକି ସ୍ପଷ୍ଟ ଥିଲା ସେମିତି ଏହା ବ୍ୟାଖ୍ୟା କରିନାହିଁ, କିନ୍ତୁ ନୀତି ମୁତାବକ ଯାହା ସମ୍ଭବ ତାହା ସ୍ପଷ୍ଟ କରିଛି। ସଂକ୍ଷେପରେ ନିର୍ଯାସ ଏହା ଯେ,ଭାରତରେ ବହୁତ ଛୋଟ କମ୍ପାନୀ ରହିଛି ଏବଂ ଏହା ପ୍ରଭାବଶାଳୀ ନୁହନ୍ତି। ଏହାବାଦ ଏହାର ଅର୍ଥବ୍ୟବସ୍ଥାକୁ ଚଳାଇବା ପାଇଁ ଅଳ୍ପ କିଛି ବୃହତ କମ୍ପାନୀ ରହିବା ଉଚିତ ଓ ଏହି କମ୍ପାନୀଗୁଡ଼ିକ କେବଳ ବିଶ୍ୱସ୍ତରରେ ହିଁ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ। ଏଣୁ ଏହାକୁ ସମ୍ଭବ କରିବା ଲାଗି ସରକାର ନିଶ୍ଚିତ ଚେଷ୍ଟା କରିବେ। ଏହାଦ୍ୱାରା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡ଼ିକର ଶିଳ୍ପପତିମାନଙ୍କ ପାଇଁ ପ୍ରତିଦ୍ୱନ୍ଦିତା କରିବା କଷ୍ଟକର ହୋଇପଡିବ। ଏହା ଗ୍ରହଣୀୟ ଯେ, କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକ ସମସ୍ତେ ଟିକସ ଫାଙ୍କିଥାନ୍ତି। ସେମାନେ ନଗଦ କାରବାର କରି ସରକାରଙ୍କୁ ଠକନ୍ତି। ସେମାନଙ୍କୁ ଦୃଢ କରିବା କଷ୍ଟକର ହେଲେ ମଧ୍ୟ ଅସମ୍ଭବ ନୁହେଁ। ତେବେ ପ୍ରଥମ ପଦକ୍ଷେପରେ ଅର୍ଥବ୍ୟବସ୍ଥାରୁ ନଗଦ କାରବାରକୁ ହଟାଇବାକୁ ପଡିବ। ଏହା ୨୦୧୬ ନଭେମ୍ବର, ୮ରେ କରାଯାଇଥିଲା। ନଗଦ କାରବାର ଉପରେ ନିର୍ଭରଶୀଳ ଇଣ୍ଡଷ୍ଟ୍ରିଗୁଡ଼ିକ ଏପରିକି ବୈଧ ହୋଇଥିଲେ ବି ସପ୍ତାହ ସପ୍ତାହ ଧରି କାରବାର କରିବାକୁ ସକ୍ଷମ ହେଲେ ନାହିଁ ଏବଂ ପରେ ତାହା ମାସ ମାସ ଧରି ବନ୍ଦ ରହିଲା। କିନ୍ତୁ ବୃହତ ଇଣ୍ଡଷ୍ଟ୍ରିଗୁଡ଼ିକ ଏହାଦ୍ୱାରା ପ୍ରଭାବିତ ହେଲେ ନାହିଁ। କାରଣ, ସେମାନେ ଇ-ଟ୍ରାନ୍ସଫର କରିପାରିଲେ। ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ଥିଲା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡ଼ିକ ପାଇଁ ଦ୍ୱିତୀୟ ଝଟକା। ଜିଏସ୍‌ଟିକୁ ଏତେ ଜଟିଳ କରାଯାଇଥିତ୍ଲା ଯେ, ଏହାକୁ ପାଳନ ଓ କାର୍ଯ୍ୟକାରୀ କରିବା ଲାଗି ଅଧିକ ଲୋକ ଦରକାର ପଡ଼ିଲା। ବାରମ୍ବାର ରିଟର୍ନ ଫାଇଲ ଏବଂ ଡିଜିଟାଲ ସିଷ୍ଟମର ପରିଚାଳନାର ଜଟିଳତା ଯୋଗୁ ପୁଣି ଥରେ ବିଜନେସ୍‌ରୁ ବହୁ ଲୋକ ବାହାରିଗଲେ। ଏଥିପାଇଁ ଅଧିକ ଖର୍ଚ୍ଚକରିବାକୁ ବି ପଡ଼ିଲା ଓ କିଛି ଲାଭ ମିଳିଲାନିି। ଏହାର ଜଟିଳତାର ସାମନା କରିପାରିଲେ ନାହିଁ ଏବଂ ଆଉ କିଛି କରିବା ଲାଗି ପସନ୍ଦ କଲେ।
ତୃତୀୟ ଝଟକା ଥିଲା ଚଳିତ ବର୍ଷର ଲକ୍‌ଡାଉନ। ଏହା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡ଼ିକର ମେରୁଦଣ୍ଡ ଭାଙ୍ଗିଦେଲା। ଏଭଳି ପରିସ୍ଥିତିର ସାମନା କରିବାକୁ ନା ଏମାନଙ୍କ ପାଖରେ ଟଙ୍କା ଗଚ୍ଛିତ ଥିଲା ନା ଘରେ ରହି କାମ କରିବା ଲାଗି ଲୋକ ପାଇବାକୁ ଏମାନେ ସକ୍ଷମ ହେଲେ। ବିଶ୍ୱର ପ୍ରତିଷ୍ଠିତ ମାଗାଜିନ ଦି ଇକୋନୋମିଷ୍ଟ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ୨୦୧୬ରୁ ୩୫୦% ବୃଦ୍ଧିପାଇଥିଲା ବୋଲି ପ୍ରକାଶ କଲା। ଗୌତମ ଅଦାନିଙ୍କ ସମ୍ପତ୍ତି ଏହି ଏକା ସମୟରେ ୭୫୦% ବଢ଼ିଥିଲା। ଅର୍ଥବ୍ୟବସ୍ଥା ତଳକୁ ଖସୁଥିବାବେଳେ ଏହା ଘଟିଛି। ଚଳିତ ଡିସେମ୍ବରକୁ ମିଶାଇ ୩୬ ମାସ ହେବ ଭାରତୀୟ ଅର୍ଥବ୍ୟବସ୍ଥା ମାନ୍ଦା ରହିଆସିଛି। ସରକାରୀ ତଥ୍ୟ ଅନୁସାରେ ୨୦୧୮ ଜାନୁୟାରୀରୁ ଅର୍ଥବ୍ୟବସ୍ଥା ତଳକୁ ଖସିବା ଆରମ୍ଭ ହୋଇଛି ଓ ତିନି ବର୍ଷ ଧରି ଏହା ମାନ୍ଦା ରହିଛି। ଗତ ସପ୍ତାହରେ ଅର୍ଥମନ୍ତ୍ରୀଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ମୋଦି ସରକାର ପ୍ରକାଶ କରିବା ଲାଗି ମନା କରିଥିବା ରିପୋର୍ଟକୁ ଶେଷରେ ପ୍ରକାଶ କରିଥିଲେ। ଏଥିତ୍ରେ ଦର୍ଶାଯାଇଥିତ୍ଲା ଯେ,୨୦୧୨ରେ ଭାରତୀୟମାନେ ଯେତିକି ଟଙ୍କା ଖର୍ଚ୍ଚ କରୁଥିଲେ ତା’ତୁଳନାରେ ୨୦୧୮ରେ ଏମାନେ କମ୍‌ ଟଙ୍କା ଖର୍ଚ୍ଚ କରୁଥିଲେ। ଅର୍ଥାତ, ସେମାନେ ବି କମ୍‌ ଆୟ କରୁଥିଲେ। ଅବଶ୍ୟ ସବୁ ଭାରତୀୟ ନୁହନ୍ତି,କେତେକ ଅତ୍ୟଧିକ ରୋଜଗାର କରୁଥିଲାବେଳେ ଅନ୍ୟମାନଙ୍କ ଆୟ କମ୍‌ଥିଲା।
ଏହି ଦେଶ ଲାଗି ମୋଦି ସରକାର କ’ଣ କରିଛନ୍ତିି ତାହା ଉପରେ ବିଚାର କରିବା ପରେ ଜଣାପଡ଼େ ଯେ ସରକାରଙ୍କ ଆର୍ଥିକ ନୀତିର ସବୁକିଛିକୁ ନେଇ ଅନେକଙ୍କ ମନରେ ଦ୍ୱନ୍ଦ୍ୱ ରହିଛି। ଆତ୍ମନିର୍ଭର କେବଳ ଆମଦାନୀର ବିକଳ୍ପ ଓ ପୂର୍ବରୁ ଏହା ବିଫଳ ହୋଇଥିଲା ବୋଲି କହି ମୋଦିଙ୍କର ପୂର୍ବତନ ପରାମର୍ଶଦାତା ତଥା ଦୃଢ ସମର୍ଥକ ଅରବିନ୍ଦ ପାନଗରିଆ ଅଭିଯୋଗ ଆଣିଲେ। ଏହାର ମାନେ ମୋଦି ଆମଦାନୀ ଜିନିଷ ଉପରେ ଟାରିଫ ଲଗାଇଛନ୍ତି। ଏହାଦ୍ୱାରା ଲୋକାଲ ଇଣ୍ଡଷ୍ଟ୍ରିଗୁଡ଼ିକ ସେମାନଙ୍କ ଉତ୍ପାଦକୁ ଆମଦାନୀ କରାଯାଉଥିବା ଜିନିଷ ତୁଳନାରେ ଅଧିକ ମୂଲ୍ୟରେ ବିକ୍ରି କରିବେ। ଆତ୍ମନିର୍ଭର ଉପଭୋକ୍ତାଙ୍କ ଉପରେ ଭାରି ପଡିବ ଓ ଶିଳ୍ପପତିଙ୍କୁ ସୁବିଧା ହେବ। କିନ୍ତୁ ଏହାକୁ ଯେଭଳି ବିଜ୍ଞପିତ କରାଯାଇଛି ତାହା ସେମିତି ନୁହେଁ। ଆମତ୍ନିର୍ଭରର ନୀତିକୁ ଉପଭୋକ୍ତା କି ନାଗରିକମାନେ ଚାହିଁ ନାହାନ୍ତି। ଏହା ସରକାରଙ୍କ ପସନ୍ଦର ଲୋକ ଯାହାକୁ ଜିତିବାର ଦାୟିତ୍ୱ ଦିଆଯାଇଛି ସେମାନେ ଚାହିଁଛନ୍ତି। ଅନ୍ୟପକ୍ଷରେ ଆଉ ଅବଶିଷ୍ଟଙ୍କୁ ଯୋଜନାବଦ୍ଧ ଭାବେ ନିରାଶ କରାଯାଉଛି।
Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri