ଛତ୍ରପୁର,୧୬ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନାଧିକାରୀ ଦେବାଶିଷ ମହାନ୍ତିଙ୍କୁ ଓଡ଼ିଶା ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ନିଲମ୍ବନ କରିଛନ୍ତି। କାର୍ଯ୍ୟରେ ଅବହେଳା ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଛି। ନିଲମ୍ବନ ସମୟରେ ବ୍ରହ୍ମପୁର ଆଇଜି କାର୍ଯ୍ୟାଳୟରେ ରହିବେ। ଚମାଖଣ୍ଡି ଆଇଆଇସି ସବ୍ୟସାଚୀ ମଲ୍ଲଙ୍କୁ ଛତ୍ରପୁର ଥାନାର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଦେବାଶିଷ ଚଳିତ ବର୍ଷ ଫେବୃଆରୀ ୨୪ରେ ଛତ୍ରପୁର ଥାନା ଅଧିକାରୀ ଭାବେ ଦାୟିତ୍ୱ ନେଇଥିଲେ l ଏହା ପୂର୍ବରୁ ସେ ପୁରୀ ଜିଲା ଡେଲାଙ୍ଗର ଥାନାଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ହେଲେ ଛତ୍ରପୁର ଥାନାରେ ମାତ୍ର ୫ ମାସ ୨୦ ଦିନ କାମ କଲା ପରେ ତାଙ୍କ କାର୍ଯ୍ୟରେ ଅବହେଳା ନେଇ ତାଙ୍କୁ ନିଲମ୍ବନ କରାଯାଇଛି।


