ବିଚାର ବିଭାଗୀୟ ତଦନ୍ତ ଦାବିକଲା କଂଗ୍ରେସ

ଭୁବନେଶ୍ୱର, ୧୫।୧୨(ବ୍ୟୁରୋ): ନିକଟରେ ଛାତ୍ର କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ ଉଦ୍ୟମ କରାଯାଇଥିଲା। ଏହି ସମୟରେ ପୋଲିସ ଏବଂ ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୋଲିସ ପକ୍ଷରୁ ଲାଠିଚାର୍ଜ ମଧ୍ୟ କରାଯାଇଥିଲା। ଛାତ୍ର କଂଗ୍ରେସ କର୍ମୀ ଜୀବନ ବିକଳରେ କଂଗ୍ରେସ ଭବନରେ ପଶିଯାଇଥିଲେ। ଏହାପରେ ପୋଲିସ ମଧ୍ୟ କାର୍ଯ୍ୟାଳୟ ମଧ୍ୟରେ ପଶି ପିଟିଥିଲା। ପୋଲିସ କଂଗ୍ରେସ ଭବନରେ ପଶିବା ଘଟଣାକୁ ଦଳୀୟ ନେତା ଓ କର୍ମୀ ବିରୋଧ କରି ତଦନ୍ତ ଦାବିରେ ମଙ୍ଗଳବାର ଡିସିପି ଅଫିସ ଘେରାଉ କରିଛନ୍ତି। ଏହାସହ ରାଜ୍ୟବ୍ୟାପୀ ଏସ୍‌ପି ଅଫିସ୍‌ ଘେରାଉ କରାଯାଇ ଘଟଣାକୁ ତୀବ୍ର ବିରୋଧ କରାଯାଇଛି। ସକାଳ ୯ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଚାଲିଥିବା ଆନ୍ଦୋଳନରେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ ପୋଲିସ ଉପରେ ପ୍ରବଳ ବର୍ଷିଛନ୍ତି। ସେ କହିଛନ୍ତି, ଛାତ୍ର କଂଗ୍ରେସ କର୍ମୀଙ୍କୁ କଂଗ୍ରେସ ଭବନ ପରିସରରେ ପୋଲିସର ଅମାନୁଷିକ ଓ ବର୍ବରୋଚିତ ଆକ୍ରମଣ ନିନ୍ଦନୀୟ। ଡିସିପି ଏହି ଘଟଣା ସମ୍ପର୍କରେ ଅବଗତ ନ ଥିବା କହିବା ଲଜ୍ଜାଜନକ ବିଷୟ ବୋଲି ନିରଞ୍ଜନ କହିଛନ୍ତି।
ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର ନଓ୍ବାଜ କହିଛନ୍ତି, ପୋଲିସ ଯେଉଁଭଳି ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀଙ୍କୁ ଆକ୍ରମଣ କରୁଛି ସେଥିରୁ ସ୍ପଷ୍ଟ ବୁଝାପଡୁଛି ସେମାନେ ଶାସକ ଦଳର ହାତବାରିସି ସାଜି କାମ କରୁଛନ୍ତି। ବିଜେଡି ନେତାଙ୍କୁ ସୁରକ୍ଷା ଦେବାକୁ ପୋଲିସ ଏଭଳି କାର୍ଯ୍ୟକଳାପ ଜାରି ରଖିଛି ବୋଲି ସେ କହିଛନ୍ତି। ସେହିପରି ମୟୂରଭଞ୍ଜ, ଜୟପୁର, ବାଲେଶ୍ୱର ଆଦି ଜିଲାରେ କଂଗ୍ରେସ କର୍ମୀମାନେ ଏସ୍‌ପି ଅଫିସ ଆଗରେ ପ୍ରତିବାଦ କରିଥିବା ବେଳେ ପୋଲିସ ସହ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଅବସରରେ କଂଗ୍ରେସ ୪ଟି ପ୍ରମୁଖ ଦାବି ରଖିଛି। ହାଇକୋର୍ଟରେ କାର୍ଯ୍ୟରତ ଜଜ୍‌ଙ୍କ ତତ୍ତ୍ୱାବଧାନରେ ମମିତା ମେହେର ହତ୍ୟାକାଣ୍ଡର ଏସ୍‌ଆଇଟି ତଦନ୍ତ କରାଯାଉ, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ସହ ଗିରଫ କରାଯାଉ, କଂଗ୍ରେସ ଭବନରେ ପୋଲିସର ଅନୈତିକ ପ୍ରବେଶ, ଭଙ୍ଗାରୁଜା, ଛାତ୍ର କଂଗ୍ରେସ କର୍ମୀଙ୍କୁ ନିର୍ମମ ଆକ୍ରମଣର ବିଚାର ବିଭାଗୀୟ ତଦନ୍ତ ହେଉ ଏବଂ ଆନ୍ଦୋଳନ ସମୟରେ କାର୍ଯ୍ୟରତ ପୋଲିସ ଅଫିସରମାନେ ଇଚ୍ଛାକୃତ ଅବହେଳା ପାଇଁ ସେମାନଙ୍କ ଉପରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି କଂଗ୍ରେସ ଦାବି କରିଛି। ଅନ୍ୟପଟେ ୧୧ ଜଣିଆ ପ୍ରତିନିଧି ଦଳ ଡିସିପିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri