ଖଣି ବ୍ୟବସାୟୀଙ୍କ ଆଡ୍ଡାସ୍ଥଳୀ ଭାଙ୍ଗିଲା ପୋଲିସ

ନୟାଗଡ଼ ଅଫିସ/ରଣପୁର, ୧୨।୫(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ତହସିଲ ମୟୂରଝାଲିଆ ମୌଜାର ବେଆଇନ ମାଙ୍କଡ଼ାପଥର ଓ ମୋରମ ଖଣି ସମ୍ପର୍କିତ ମାମଲାରେ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) କୋଲକତାଙ୍କ ଆଦେଶକୁ ପ୍ରଶାସନ ପକ୍ଷରୁ ଧିରେ ଧିରେ କାର୍ଯ୍ୟକାରୀ କରାଯାଇଛି। ଏହି ଘଟଣାରେ ରଣପୁର ତହସିଲଦାର ଇସ୍ପିତା ସାହୁ ଙ୍କ ଅଭିଯୋଗ କ୍ରମେ ଚାନ୍ଦପୁର ଥାନା ପୋଲିସ ୨ ଲିଜ୍‌ଧାରୀଙ୍କ ସମେତ ୧୧ ଜଣଙ୍କ ନାମରେ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷେ ଜିଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ସମେତ ୪ଜଣଙ୍କ ନାମରେ ଚାନ୍ଦପୁର ଥାନାରେ ରୁଜୁ ହୋଇଥିବା ମାମଲା ଉଠି ଯାଇଛି। ତେବେ ବୁଧବାର ରଣପୁର ତହସିଲଦାର ସାହୁ ଓ ଅତିରିକ୍ତ ତହସିଲଦାର ଅବିନାଶ କୁମାର ମାହାରଙ୍କ ନେତୃତ୍ୱରେ ରଣପୁର ଓ ଚାନ୍ଦପୁର ପୋଲିସ ମିଳିତ ଭାବେ ବେଆଇନ ଖଣି ପାଖରେ ପ୍ଲଟ ନଂ. ୧୬୮୯ ଓ ଖାତା ନଂ. ୪୯୫ରେ ଖଣି ବ୍ୟବସାୟୀଙ୍କ ଘରକୁ ଜେସିବି ଲଗାଇ ଉଚ୍ଛେଦ କରାଯାଇଛି।
ସୂଚନା ଅନୁଯାୟୀ, ମୟୂରଝାଲିଆ ମୌଜାର ୧୬୮୯ ପ୍ଲଟରୁ ୪ ଏକର ମାଙ୍କଡ଼ା ପଥର ଖଣି ପାଇଁ ଚାନ୍ଦପୁର ଥାନା ଚମ୍ପାଗଡ଼ର ସୁଶାନ୍ତ କୁମାର ବରାଡ଼ଙ୍କୁ ୫ ବର୍ଷିଆ ଲିଜ୍‌ ସୂତ୍ରରେ ଦିଆଯାଇଥିଲା। ସେହିଭଳି ଅଗ୍ରୱାଲା ଇନ୍‌ଫ୍ରାବିଲ୍‌ଡ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଶଶାଙ୍କ ଅଗ୍ରଓ୍ବାଲଙ୍କୁ ସାଧାରଣ ମାଟି ଖନନ ଓ ପରିବହନ ନିମନ୍ତେ ୨ ଏକର ଜମିରୁ ସାମୟିକ ପରମିଟ୍‌ ଦିଆଯାଇଥିଲା। ସେମାନେ ଉକ୍ତ ପ୍ଲଟ ନିକଟସ୍ଥ ଅନ୍ୟତ୍ର ଜାଗାରୁ ବେଆଇନ ଭାବେ ମାଙ୍କଡ଼ା ପଥର ଓ ମୋରମ ଚାଲାଣ କରିବା ସହ ଗ୍ରାମ୍ୟ ଜଙ୍ଗଲ ନଷ୍ଟ କରୁଥିଲେ। ଏ ବାବଦରେ ଏନ୍‌ଜିଟି କୋଲକାତାଙ୍କ ନିକଟରେ ବଜ୍ରକୋଟର ଦିଲୀପ କୁମାର ସାମନ୍ତରାୟ, ଓସ୍ତପଡ଼ାର ଦୀପକ କୁମାର ରାଉତରାୟ କେସ ନଂ-ଓଏ ୮୩/୨୦୨୨ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗ ପରେ ମାମଲା ବିବାଦୀୟ ହୋଇଥିଲା। ଏନ୍‌ଜିଟଙ୍କ ଛାଟ ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?