୮ଜଣଙ୍କୁ ବାନ୍ଧିଲା ପୋଲିସ

ଢେଙ୍କାନାଳ ଅଫିସ, ୫।୫: ଢେଙ୍କାନାଳ ଜିଲା ଓଡ଼ାପଡ଼ା ତହସିଲ ଇନ୍ଦିପୁର ଗୁଣ୍ଡୁରାପଶି ପଥର ଖଣିରେ ଚଢ଼ାଉ ବେଳେ ପ୍ରଶାସନିକ ଅଧିକାରୀଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ୮ଜଣ ବନ୍ଧା ହୋଇଛନ୍ତି। ସେମାନେ ହେଲେ ସଦର ଥାନା ମଧୁସାହୁପାଟଣା ଗ୍ରାମର ସୁବାସ ଚନ୍ଦ୍ର ସାହୁ ଓରଫ କାଳିଆ (୪୪), ଇନ୍ଦିପୁର ଗ୍ରାମର ପ୍ରିୟବ୍ରତ ନାୟକ ଓରଫ୍‌ ଲିପୁ (୪୭), ନୂଆସାହିର ଗୌରାଙ୍ଗ ସାହୁ ଓରଫ ଗଉରା, ଉପର ନୂଆସାହିର କୃତ୍ତିବାସ ସାହୁ (୪୧), ପ୍ରତାପ ବେହେରା ଓରଫ୍‌ ପତି (୪୧), ଜିତେନ୍ଦ୍ର ସାହୁ (୩୯), କାଣ୍ଡବିନ୍ଧା ଗ୍ରାମର ରମେଶ ପ୍ରଧାନ ଏବଂ କଟକ ଜିଲା ତିଗିରିଆ ଥାନା ମହୁଲଡିହ ଗ୍ରାମର ବିଜୟ ପ୍ରଧାନ (୩୨)। ଉପଜିଲାପାଳ ବିଭୂତି ଭୂଷଣ ନାୟକଙ୍କ ଅଭିଯୋଗ ଆଧାରରେ ସଦର ଥାନାରେ ନଂ. ୨୧୨/୨୨, ଦଫା ୧୪୭, ୧୪୮, ୩୪୧, ୩୨୩, ୩୨୪, ୩୨୫, ୩୦୭,୩ ୩୨, ୩୩୩, ୩୫୩, ୪୨୭, ୧୮୬, ୧୪୯, ୩୯୫, ୩୯୭ ଓ ୨୫ ଓ ୨୭ ଆର୍ମସ ଆକ୍ଟରେ ମାମଲା ରୁଜୁ କରାଯାଇଛି। ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
ସୂଚନାଯୋଗ୍ୟ, ଗତ ସୋମବାର ବିଳମ୍ବିତ ରାତିରେ ଉକ୍ତ ଖଣିରେ ଚଢ଼ାଉ କରାଯାଇଥିଲା। ଏହି ସମୟରେ ପଥର ମାଫିଆ ଏବଂ ସେମାନଙ୍କ ସହଯୋଗୀଙ୍କ ସଂଘବଦ୍ଧ ଆକ୍ରମଣରେ ଉପଜିଲାପାଳଙ୍କ ସମେତ ୪ ସରକାରୀ କର୍ମଚାରୀ ଗୁରୁତର ହୋଇଥିଲେ। ଏଥିପୂର୍ବରୁ ବେଆଇନ ଖଣି ଖାଦାନରେ ଚଢ଼ାଉ ସମ୍ପର୍କରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଟାସ୍କଫୋସର୍ର୍ ଗଠନ କରାଯାଇଥିଲା। ପ୍ରଶାସନ, ପୋଲିସ, ବନ ବିଭାଗର ମିଳିତ ସମନ୍ବୟରେ ଏଭଳି ଲଘୁ ଖଣିଜ ଚୋରା ଚାଲାଣ ରୋକିବା ଲାଗି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା। ତେବେ ଉକ୍ତ ଦିନ କେବଳ ପ୍ରଶାସନିକ ଅଧିକାରୀମାନେ ଚଢ଼ାଉରେ ସାମିଲ ହୋଇଥିଲେ। ଏପରି କି ସଦର ଥାନାଠାରୁ ମାତ୍ର ୫ କିମି ଦୂରରେ ଉକ୍ତ ବେଆଇନ ଖାଦାନ ଚାଲିଥିବାବେଳେ ଚଢ଼ାଉ ପୂର୍ବରୁ ପୋଲିସ ସହାୟତା ନ ଦେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୋଲିସ ଏବଂ ପ୍ରଶାସନ ମଧ୍ୟରେ ସମନ୍ବୟ ଅଭାବରୁ ବିଭିନ୍ନ ସମୟରେ ଚଢ଼ାଉରେ ସାମିଲ ହୋଇଥିବା ଅଧିକାରୀମାନେ ପଥର ମାଫିଆଙ୍କ ଆକ୍ରମଣର ଶିକାର ହେଉଛନ୍ତି। ଏସବୁ ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ସେଭଳି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ମାଷ୍ଟର ମାଇଣ୍ଡ୍‌କୁ ଧରିବା ବଦଳରେ ସହଯୋଗୀଙ୍କୁ ଗିରଫ କରି ପୋଲିସ ନିଜର ଦାୟିତ୍ୱ ସାରିଦେଉଛି। ତେଣୁ ଚୋରା ପଥର ବ୍ୟବସାୟୀଙ୍କ ଆଧିପତ୍ୟ ବଢ଼ିଥିବା ଚର୍ଚ୍ଚା ହେଉଛି।
ଏ ସଂକ୍ରାନ୍ତରେ ଜିଲାପାଳ ସରୋଜ କୁମାର ସେଠୀ କୁହନ୍ତି, ନିର୍ବାଚନ ଥିବାରୁ ବେଆଇନ ପଥର ଖଣିରେ ମିଳିତ ଚଢ଼ାଉ ହୋଇପାରି ନ ଥିଲା। ସୋମବାର ବିଳମ୍ବିତ ରାତିର ଘଟଣା ଏକ ଅତର୍କିତ ଚଢ଼ାଉଥିଲା। ପୋଲିସ ସହିତ ଆମର କୌଣସି ସମସ୍ୟା ନାହିଁ। ସେମାନେ ଆମକୁ ସହଯୋଗ କରୁଛନ୍ତି। ଅଧିକାରୀଙ୍କ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ସୂଚନା ମିଳିବା ପରେ ତୁରନ୍ତ ଏସ୍‌ପିଙ୍କୁ ଅବଗତ କରାଯାଇଥିଲା। ଏହାପରେ ଏସ୍‌ଡିପିଓ, ଥାନାଧିକାରୀ ଘଟଣାସ୍ଥଳକୁ ଯାଇ କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ। ଏହି ଘଟଣାରେ ୮ଜଣ ଗିରଫ ହୋଇଛନ୍ତି। ଆହୁରି ୬-୭ଜଣ ଫେରାର ଅଛନ୍ତି। ସରକାରଙ୍କ ରାଜସ୍ବ କ୍ଷତିକୁ ବରଦାସ୍ତ କରାଯିବ ନାହିଁ। ଚଢ଼ାଉ ସମୟରେ ପ୍ରତିରୋଧ କଲେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଗକୁ ଟାସ୍କ ଫୋର୍ସ ଜରିଆରେ ମିଳିତ ଚଢ଼ାଉ ଜୋରଦାର କରାଯିବ। ଇନ୍ଦିପୁର ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ଦ୍ୱାରା ବ୍ୟବହୃତ ଯାନବାହନକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

ପୂର୍ବ ଶତୃତାରୁ ଛୁରାମାଡ଼, ଯୁବକ ଗୁରୁତର

ଭୁବନ ୧୪।୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ରୋଡଙ୍ଗ ଗ୍ରାମର କୈଳାଶ ମଳିକଙ୍କ ପୁଅ ଚନ୍ଦନ ଭଳି (୧୯)ଙ୍କୁ ଶୁକ୍ରବାର ସନ୍ଧ୍ୟାରେ କେତେଜଣ…

ଜଙ୍ଗଲକୁ କାଠ ସଂଗ୍ରହ ଯାଇଥିବାବେଳେ ଆକ୍ରମଣ କଲା ଦନ୍ତା: ୩ ମୃତ, ୩ ଗୁରୁତର

ଢେଙ୍କାନାଳ,୧୦।୨(ରତନ ନାୟାର): ଢେଙ୍କାନାଳ ସଦର ରେଞ୍ଜ ପାଟପୁରା ଗ୍ରାମ ଜଙ୍ଗଲ ନିକଟରେ ବଡ଼ ଅଘଟଣ ଘଟିଛି । ସଦର ରେଞ୍ଜ ଲୋଚାପଲି ଗ୍ରାମର କିଛି ମହିଳା ଓ…

ଜିଲାସ୍ତରୀୟ ପ୍ରେରଣା ଉତ୍ସବ, ସରାଙ୍ଗ ନବୋଦୟ ବିଦ୍ୟାଳୟ…

ପରଜଙ୍ଗ,୯ା୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ସରାଙ୍ଗ ସ୍ଥିତ ପିଏମଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟ ପରିସରରେ ସୋମବାର ଜିଲାସ୍ତରୀୟ ପ୍ରେରଣା ଉତ୍ସବ ପାଳିତ ହୋଇଯାଇଛି ।…

ପୁଅଙ୍କୁ ଛୁରି ଭୁସି ମାରିଦେଲେ ପିଶାଚ ବାପା

କାମାକ୍ଷାନଗର,୮।୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କମ୍ପୁଲେଇ ପୁରୁଣାସାହି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ନିଜ ପୁଅଙ୍କୁ ଛୁରି ଭୁସି…

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

ହନୁ ମାଙ୍କଡ଼ ଉପଦ୍ରବରେ ଆତଙ୍କିତ ଅଞ୍ଚଳବାସୀ, କାବୁ କରିବାରେ ବନ କର୍ମଚାରୀ ବିଫଳ

ପରଜଙ୍ଗ,୮।୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ପାଟରପଦା ନୂଆସାହି ଏବଂ ଆଖପାଖ ଅଞ୍ଚଳ କଟାବାହାଳ, ମେଣ୍ଢାପଦା, ଖଳିବାହାଳ, ମାଧପୁର ଗ୍ରାମବାସୀ ମାଙ୍କଡ ଆତଙ୍କରେ ଆତଙ୍କିତ…

ଜଙ୍ଗଲ ଜମି ଜବରଦଖଲ ଉଚ୍ଛେଦ: ପ୍ରଭାବଶାଳୀ ଗଳାବାଟ ଖୋଜୁଥିବା ବେଳେ ନିରୀହ ପଡୁଛନ୍ତି ବଳି

ପରଜଙ୍ଗ,୫।୨(ନିଗମାନନ୍ଦ ଦଳବେହେରା):ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ କୁଆଳୋ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅନ୍ତର୍ଗତ କୁଆଳୋ ମୌଜାରେ ଦୁଇ କିସମ ଜଙ୍ଗଲ ଜମି ଜବରଦଖଲ ଉଚ୍ଛେଦ ନେଇ ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri