ଏତଲା ରଖି ପୋଲିସ ଚୁପ୍‌

ଝୁମ୍ପୁରା,୯।୨(ଡି.ଏନ.ଏ.) କେନ୍ଦୁଝର ଜିଲା ଝୁମ୍ପୁରା ଓ ବାମେବାରୀ ଥାନା ଅଞ୍ଚଳରେ ଚୋରି ବଢ଼ି ଚାଲିଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ୨୦ନଂ.ଜାତୀୟ ରାଜପଥ ପାର୍ଶ୍ୱରେ ପାର୍କିଂ କରାଯାଇ ଥିବା ଟ୍ରକ ଓ ଝୁମ୍ପୁରା ବଜାର ଉପରେ ଛିଡ଼ା ହେଉଥିବା ଛୋଟ ବଡ଼ ଗାଡ଼ିଗୁଡ଼ିକରୁ ଡିଜେଲ,ବ୍ୟାଟେରି ଓ ଟାୟାର ଆଦି ଚୋରି ନିତିଦିନିଆ ଘଟଣାରେ ପରିଣତ ହେଲାଣି। ସନ୍ଧ୍ୟା ସମୟରେ ମଦ୍ୟପଙ୍କ ଉପତ୍ାତ ବଢ଼ିିବାରେ ଲାଗିଛି। ଗ୍ରାମାଞ୍ଚଳର ଛକ ଜାଗାରେ ଅସାମାଜିକ କାର୍ଯ୍ୟକଳାପ ବଢ଼ୁଥିବାରୁ ଲୋକେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ବିଶେଷ କରି ମହିଳାମାନେ ହାଟ,ବଜାରକୁ ଯିବାକୁ ଭୟ କରୁଛନ୍ତି। ଏହି ଅସାମାଜିକ କାର୍ଯ୍ୟକଳାପ ସହିତ ପଶ୍ଚିମବଙ୍ଗର କିଛି ଫେରି ବେପାରୀ ଜଡିତ ରହୁଥିବା କୁହାଯାଉଛି।
ଝୁମ୍ପୁରା ଥାନା ଅଧୀନ ଧାତିକା -କୁଟୁଗାଁ- ନହବେଡ଼ା ରାସ୍ତା, ଧାତିକା-କଙ୍କଡ଼ା ଯୋଡ଼ିଘାଟି-କଟଲପଶି ରାସ୍ତା ଦେଇ ଯୋଡ଼ା ଖଣି ମଣ୍ଡଳରୁ ପ୍ରତ୍ୟେହ ମାଙ୍ଗାନିଜ, ଲୁହାପଥର ଚାଲାଣ ହେଉଛି। ଉଭୟ ଥାନା ପୋଲିସ ଏହା ଜାଣି ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ଗତ ୨୭ତାରିଖରେ ଝୁମ୍ପୁରା ଅଞ୍ଚଳର ରଞ୍ଜନ ରାମଙ୍କର ହାଇୱା ଚୋରି ହୋଇଥିଲେ ମଧ୍ୟ ପୋଲିସ ଏତଲା ରଖି ଚୁପ୍‌ ବସିଛି। ଦୁଇ ସପ୍ତାହ ପୂର୍ବେ ଝୁମ୍ପୁରା ଗ୍ରାମର କମଳଲୋଚନ ସାହୁଙ୍କ ଟ୍ରକ୍‌ ରାସ୍ତା ପାର୍ଶ୍ୱରେ ପାର୍କିଂ ହୋଇଥିବା ବେଳେ ସେଥିରୁ ଡିଜେଲ ଓ ବ୍ୟାଟେରି ଚୋରି ହୋଇଥିଲା। କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ଯୋଗୁ ପୋଲିସ ଉପରୁ ଲୋକେ ଆସ୍ଥା ତୁଟାଇବାରେ ଲାଗିଛନ୍ତି। ଏ ସଂକ୍ରାନ୍ତରେ ବାମେବାରୀ ଥାନାଧିକାରୀ ମନୋରଞ୍ଜନ ବିଶି ଏବଂ ଝୁମ୍ପୁରା ଥାନାଧିକାରୀ ବୀରେନ୍ଦ୍ର ଶିଅଳଙ୍କୁ ପଚାରିବାରୁ ତଦନ୍ତ ଚାଲିଛି, ଚୋରି ର଼୍ୟାକେଟକୁ ଧରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମମିତାଙ୍କୁ ବଡ଼ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ଚାରିଆଡ଼ୁ ମିଳୁଛି ଶୁଭେଚ୍ଛା

ପାଟଣା,୬।୪(ବୀର କିଶୋର ଦାଶ):ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମମିତା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ( Special Development…

ଓଡ଼ିଆ ପକ୍ଷ ଅବସରରେ ଝାଡୁ ମାରି ସଫାକଲେ ପ୍ରଶାସନିକ ଅଧିକାରୀ

ପାଟଣା,୬।୪(ବୀର କିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଥିବାବେଳେ ସୋମବାର କେନ୍ଦୁଝର ଜିଲା ପାଟଣା ବ୍ଲକର ରାଜନଗର ରଘୁନାଥ ଜିଉ ମଠ, ଟାଙ୍ଗରପଡ଼ା ମଠ, ଭୀମକୁଣ୍ଡ…

ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର, ଗର୍ଭବତୀ ଜଣାପଡିବା ପରେ ଧାର୍ମିକସ୍ଥଳୀ ଭଙ୍ଗାରୁଜା

ଆନନ୍ଦପୁର,୬ା୪(ସୁଶାନ୍ତ କୁମାର ସାହୁ ): ଭିନ୍ନକ୍ଷମ ନାବାଳିକାଙ୍କୁ ୪ମାସ ତଳେ ବଳାତ୍କାର କରି ଫେରାର ହୋଇଯାଇଛି ଗାଁର ଜଣେ ସଂଖ୍ଯାଲଘୁ ସମ୍ପ୍ରଦାର ଯୁବକ । ଘଟଣା ପ୍ରଘଟ…

ଗୋଠଛଡ଼ା ଦନ୍ତାର ଉପଦ୍ରବ, ଦୁଇ ଘର ଭାଙ୍ଗି…..

କେନ୍ଦୁଝର,୫।୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଅନ୍ତର୍ଗତ କଟୁପଶି ଗ୍ରାମରେ ଗୋଠଛଡା ଦନ୍ତାର ଉପଦ୍ରବ । ଗୋଠଛଡା ଦନ୍ତା ଆକ୍ରମଣରେ ଦୁଇ ଜଣଙ୍କ ଘର ଭାଙ୍ଗିଛି ।…

‘ସୁରକ୍ଷିତ ରହିବ ଓଡ଼ିଶାର ଐତିହ୍ୟ-ପରମ୍ପରା’

ପାଟଣା,୫ା୪(ବୀରକିଶୋର ଦାଶ): ଓଡ଼ିଆ ପକ୍ଷ ଉପଲକ୍ଷେ ରବିବାର ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ତରଫରୁ ଏକ ଗଣଦୌଡ଼…

ଜଙ୍ଗଲରୁ ଜବତ ହେଲା ମଣିଷ ଖପୁରୀ ସହ ହାଡ଼, ମହିଳାଙ୍କ ଲୁଗା ପାଖରେ….

ପାଟଣା,୪।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଦାମାହୁଦା ପଞ୍ଚାୟତ ଅନ୍ତର୍ଗତ ସୁନାପଶି ଗ୍ରାମ ହୁଡ଼ିର ଜଙ୍ଗଲରୁ ଶନିବାର ପାଟଣା ପୋଲିସ ମଣିଷର ଖପୁରି ଓ…

ବାପା-ଝିଅ ଯାଉଥିବା ବେଳେ ରାସ୍ତା ମଝିରେ ହଠାତ୍‌  ଜଳିଲା ବାଇକ୍‌ 

କେନ୍ଦୁଝର,୪।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ପଦ୍ମପୁର ଗ୍ରାମ ନିକଟରେ ଏକ ଚଳନ୍ତା ବାଇକ୍‌ରେ ନିଆଁ ଲାଗିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।…

ଖଡ଼ିଛୁଆଁ, ପ୍ରବେଶ ଉତ୍ସବର ଶୁଭାରମ୍ଭ କଲେ ପାଟଣା ବିଧାୟକ

ପାଟଣା,୪ା୪(ବୀରକିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଛି। ଏହି ଅବସରରେ ଶନିବାର କେନ୍ଦୁଝର ଜିଲା ପାଟଣା ବ୍ଲକସ୍ତରୀୟ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ପାଟଣା ମୁଖ୍ୟାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri