ପାର୍ବଣ ପରଠୁ ଶିଥିଳ ପୋଲିସ

ଅନୁଗୋଳ ଅଫିସ, ୧୩।୧୧: ମହିଳାଙ୍କ ସୁରକ୍ଷା ଓ ନିରାପତ୍ତାକୁ ଗୁରୁତ୍ୱ ଦେଇ ଅନୁଗୋଳ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା ନୂଆ ବ୍ୟବସ୍ଥା। ୨୦୨୧ ଏପ୍ରିଲ ୧ରୁ ସହରରେ ଗଡ଼ିଥିଲା ପିଙ୍କ ପାଟ୍ରୋଲିଂ ଗାଡ଼ି। କଲ୍‌ ପାଇବା ମାତ୍ରେ ଘଟଣାସ୍ଥଳରେ ଦୁଇ ପୁରୁଷ ଓ ଦୁଇ ମହିଳା ପୋଲିସ କର୍ମଚାରୀ ତତ୍‌କ୍ଷଣାତ ପହଞ୍ଚତ୍ବେ ବୋଲି କୁହାଯାଇଥିଲା। ଏଥିପାଇଁ ପାଟ୍ରୋଲିଂ ଟିମ୍‌କୁ ଆବଶ୍ୟକ ଗାଡ଼ି ମଧ୍ୟ ଯୋଗାଇ ଦିଆଯାଇଥିଲା। କିଛିମାସ ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟ ଦେଖିବାକୁ ମିଳିଥିଲା। ହେଲେ ଗତ ପାର୍ବଣ ପରଠାରୁ ସହରରେ ଶିଥିଳ ହୋଇଯାଇଛି ପୋଲିସ। ପୂର୍ବରୁ ବିଭିନ୍ନ ଛକରେ ପଇଁତରା ମାରୁଥିବା ଏହି ପାଟ୍ରୋଲିଂ ଟିମ୍‌କୁ ଏବେ ଆଉ ଦେଖିବାକୁ ପାଉନାହାନ୍ତି ସହରବାସୀ। ଏଣେ ସହରରେ ଆପରାଧିକ କାର୍ଯ୍ୟକଳାପ ବଢ଼ି ଚାଲିଥିବାରୁ ନିଜ ସୁରକ୍ଷାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଅନୁଗୋଳ ସହରର ମହିଳାମାନେ।
୨୦୨୧ ଏପ୍ରିଲ ୧ରେ ଅନୁଗୋଳର ଛେଳିଆପଡ଼ାସ୍ଥିତ ପୋଲିସ ରିଜର୍ଭ କାର୍ଯ୍ୟାଳୟରୁ ପିଙ୍କ ପାଟ୍ରୋଲିଂ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ଓଡ଼ିଶା ଦିବସ, ଜିଲା ପ୍ରତିଷ୍ଠା ଦିବସ ତଥା ଓଡ଼ିଶା ପୋଲିସର ୮୬ତମ ପ୍ରତିଷ୍ଠା ଦିବସରେ ଏହି ନୂଆ ବ୍ୟବସ୍ଥାକୁ ତତ୍‌କାଳୀନ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ସାର୍ଥକ ଷଡ଼ଙ୍ଗୀ ଓ ଅନୁଗୋଳ ଏସ୍‌ପି ଜଗମୋହନ ମୀନା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହାପରେ ୪ଟି ନାଲି ରଙ୍ଗର ସ୍କୁଟି ମହିଳା ପୋଲିସଙ୍କୁ ଓ ୪ଟି ଧଳା ରଙ୍ଗର ମୋଟରସାଇକେଲ ପୁରୁଷ ପୋଲିସ କର୍ମଚାରୀଙ୍କୁ ପ୍ରଦାନ କରାଯାଇଥିଲା। ଏହି ୪ଟି ପିଙ୍କ ସ୍କୁଟିରେ ୮ ଜଣ ମହିଳା ପୋଲିସ କର୍ମଚାରୀ ସହରରେ ପଇଁତରା ମାରିଥିଲେ। ଏଥିରେ ଜିପିଏସ୍‌, ଫୋନ୍‌ ବ୍ୟବସ୍ଥା ଥିବାରୁ ୧୧୨କୁ କୌଣସି ମହିଳା ଫୋନ କରିବା ମାତ୍ରେ ତୁରନ୍ତ ସେଠାରେ ୨ ମହିଳା ଓ ୨ ପୁରୁଷ ପୋଲିସ ପହଞ୍ଚିଯିବେ ବୋଲି କୁହାଯାଇଥିଲା। ପ୍ରଥମେ ଦୁଇଟି ସିଫ୍ଟରେ ଏହି ପାଟ୍ରୋଲିଂ କରାଯିବାର ବ୍ୟବସ୍ଥା ହୋଇଥିଲେ ହେଁ ପରେ ସହର ଲୋକଙ୍କ ମତାମତ କ୍ରମେ ସମୟ ପରିବର୍ତ୍ତନ କରାଯିବାର ଯୋଜନା ରଖାଯାଇଥିଲା। ସର୍ବସାଧାରଣ ସ୍ଥାନରେ ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କ ଉପରେ ଏହି ଟିମ୍‌ ସମ୍ପୂର୍ଣ୍ଣ ନଜର ରଖିବେ ବୋଲି ମଧ୍ୟ କୁହାଯାଇଥିଲା। ସହରର ଛେଳିଆପଡ଼ା, କଲେଜଛକ, ବଜାରଛକ ଓ ଶିମିଳିପଡ଼ାରେ ୨ ଜଣ ମହିଳା ଓ ୨ ପୁରୁଷ ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଥିଲା। ଏହି ପିଙ୍କ ପାଟ୍ରୋଲିଂ ଟିମ୍‌ର ରିପୋର୍ଟିଂ ଅଥରିଟି ଭାବେ ଅନୁଗୋଳ ଥାନାକୁ ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ଏହି ବ୍ୟବସ୍ଥା ସହରରେ ଯେପରି ଚାଲିବା କଥା ପାର୍ବଣ ପରଠାରୁ ତାହା ଦେଖିବାକୁ ମିଳୁ ନ ଥିବା ସହରବାସୀ ଅଭିଯୋଗ କରିଛନ୍ତି। କିଛିଦିନ ହେଲା ସହରରେ ଏରାଗୁଲା ଗ୍ୟାଙ୍ଗ ସକ୍ରିୟ ହୋଇପଡ଼ିବା ସହ ମହିଳାମାନଙ୍କୁ ଟାର୍ଗେଟ୍‌ କରି ଲୁଟ୍‌ପାଟ କରୁଛନ୍ତି। କେତେବେଳେ ଗହଣା ତ କେତେବେଳେ ଟଙ୍କା ଥିବା ପର୍ସ ଝାମ୍ପି ନେଇ ଚମ୍ପଟ ମାରୁଛନ୍ତି। ହେଲେ ପାଟ୍ରୋଲିଂ ଟିମ୍‌ର ଦେଖାଦର୍ଶନ ନ ଥିବା ବହୁ ମହିଳା ପ୍ରକାଶ କରିଛନ୍ତି। ଅଭିଯୋଗ ସମ୍ପର୍କରେ ଅନୁଗୋଳ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପିଙ୍କ ପାଟ୍ରୋଲିଂ ବନ୍ଦ ହୋଇନାହିଁ। କର୍ମଚାରୀଙ୍କ ଅନ୍ୟତ୍ର ଡିୟୁଟି ଥିବାରୁ ସେମାନଙ୍କୁ ନିୟୋଜିତ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓପିଏସସି କାର୍ଯ୍ୟାଳୟ ଆଗରେ ଡିଗ୍ରିଧାରୀ ଡାକ୍ତରୀ ଛାତ୍ରୀଛାତ୍ରଙ୍କ ଧାରଣା

କଟକ,୬।୪(ଶିଳ୍ପା ପ୍ରିୟଦର୍ଶିନୀ): କଟକ ଓପିଏସ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଡିଗ୍ରିଧାରୀ ଡାକ୍ତରୀ ଛାତ୍ରୀଛାତ୍ର ପ୍ରତିବାଦ କରିଛନ୍ତି। ନିଯୁକ୍ତି ପାଇ ନ ଥିବା ଶତାଧିକ ଏମ୍‌ବିବିଏସ୍‌ ଡାକ୍ତର ବିକ୍ଷୋଭ ପ୍ରଦର୍ଶନ…

ଆମେରିକା-ଇରାନ ବିବାଦ ଶେଷ ହେବ, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ? ପାକିସ୍ତାନ ପ୍ରସ୍ତୁତ କଲାଣି ଡ୍ରାପ୍ଟ – ସର୍ତ୍ତାବଳୀ କ’ଣ ଜାଣନ୍ତୁ

ତେହରାନ,୬।୪: ଆମେରିକା ଏବଂ ଇରାନ ମଧ୍ୟରେ ଏକ ମାସରୁ ଅଧିକ ସମୟ ଧରି ଚାଲିଥିବା ସଂଘର୍ଷ ଶେଷ ହେବାକୁ ଯାଉଛି ଏବଂ ହର୍ମୁଜ ପ୍ରଣାଳୀ ଖୁବ ଶୀଘ୍ର…

ପୁଣି ସରଣ୍ଡାରେ ବିସ୍ଫୋରଣ: କୋବ୍ରା ୨୦୫ ବାଟାଲିୟନର ଯବାନ ଆହତ

ବଣାଇଁ,୬।୪(ପ୍ରଦୀପ ତ୍ରିପାଠୀ): ଓଡ଼ିଶା-ଝାଡଖଣ୍ଡ ସୀମା ସଂଲଗ୍ନ ସରଣ୍ଡା ଜଙ୍ଗଲରେ ସୋମବାର ପୁଣି ବିସ୍ଫୋରଣର ଖବର ସାମ୍ନାକୁ ଆସିଛି। ଯାହା ସୁରକ୍ଷା ବ୍ୟବସ୍ଥା ଏବଂ ନକ୍ସଲ କାର୍ଯ୍ୟକଳାପକୁ ନେଇ…

ଯୁଦ୍ଧ ମଧ୍ୟରେ ଇରାନକୁ ଶକ୍ତ ଝଟକା: ଆମେରିକା-ଇସ୍ରାଏଲ ଆକ୍ରମଣରେ IRGC ଗୁପ୍ତଚର ମୁଖ୍ୟଙ୍କ ମୃତ୍ୟୁ

ତେହରାନ,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଇରାନକୁ ଏକ ଶକ୍ତ ଧକ୍କା ଲାଗିଛି। ସୋମବାର (ଏପ୍ରିଲ ୬) ସକାଳେ ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣରେ IRGCର ଗୁପ୍ତଚର ମୁଖ୍ୟ…

କଲେଜରୁ ଫେରୁଥବା ବେଳେ ଯୁବତୀଙ୍କୁ ଅପହରଣ: କାର ଭିତରକୁ ନେଇ..

ପାଟକୁରା,୬।୪(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଳକ ଅଧୀନ କୁଳତୁଠୀ ଅରକ୍ଷିତ ଦାସଙ୍କ ମନ୍ଦିର ନିକଟ ନଦୀ ବନ୍ଧଗଡା ନିକଟର ଜଣେ ଯୁବତୀଙ୍କୁ ଅପହରଣ କରାଯାଇଛି।…

ଆବେଲ ପୁରସ୍କାର-୨୦୨୬

ଆବେଲ ପୁରସ୍କାର ହେଉଛି ଗଣିତ ପାଇଁ ଏକ ଉଲ୍ଲେଖନୀୟ ସମ୍ମାନ। ଏହାକୁ ନୋବେଲ ପୁରସ୍କାର ସହ ସମାନ ମନେ କରାଯାଇଥାଏ। ନରଓ୍ବେର ବିଶିଷ୍ଟ ଗଣିତଜ୍ଞ ନିଲ୍‌ସ ହେନରିକ…

ହାଇଡ୍ରୋଜେନ ବଣ୍ଡିଂ: ଦୈନନ୍ଦିନ ଜୀବନର ଅଦୃଶ୍ୟ ସ୍ଥାପତ୍ୟ

କଥା ୧୯୧୯ ମସିହାର। ଆମେରିକାର କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ, ବର୍କଲେରେ ଗ୍ରାଜୁଏଶନ ସମୟ ପାଖେଇ ଆସୁଥିଲା ଏବଂ ମୋରିସ ହଗିନ୍ସ ନାମକ ଜଣେ ଛାତ୍ର ବହୁତ ଚିନ୍ତାରେ ଥିଲେ।…

ସରକାରଙ୍କ ବଡ଼ ପଦକ୍ଷେପ: ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ପୁରୁଣା ଗାଡ଼ି

କଟକ,୨।୪(କାର୍ତ୍ତିକ ସାହୁ): ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ପରିବହନ ବ୍ୟବସ୍ଥାକୁ ଉନ୍ନତ ଏବଂ ଯାତ୍ରୀମାନଙ୍କ ନିରାପତ୍ତାକୁ ସୁଦୃଢ଼ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri