ଦାଦନ ଖଟିବାକୁ ଯାଇଥିଲେ, ଚାଲିଗଲା ମହିଳାଙ୍କ ଜୀବନ

କୋକସରା,୧୫ା୬(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକରେ ଦାଦନ ଶ୍ରମିକଙ୍କ ଦୁର୍ଦ୍ଦଶା ଥମିବାର ନା ଧରୁନି। କେତେବେଳେ ଦାଦନ ଶ୍ରମିକମାନେ ଦଲାଲଙ୍କ ଶୋଷଣର ଶିକାର ହେଉଛନ୍ତି ତ ଆଉ କେତେବେଳେ ସେମାନଙ୍କୁ ଠିକାଦାରଙ୍କ ନିର୍ଯାତନାର ଶିକାର ହେବାକୁ ପଡୁଛି। କୋକସରା ବ୍ଲକ କନ୍ଦାବୁଟୁରା ଗ୍ରାମର ପୂର୍ଣ୍ଣମୀ ଛତ୍ରିଆ ଗତ ୫ ମାସ ତଳେ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଛି।
ସୂଚନା ଅନୁସାରେ, କୋକସରା ବ୍ଲକ କନ୍ଦାବୁଟୁରା ଗ୍ରାମର ହେମ ଛତ୍ରିଆ ଓ ତାଙ୍କ ସ୍ତ୍ରୀ ପୂର୍ଣ୍ଣମୀ ଛତ୍ରିଆ ହାଇଦ୍ରାବାଦ ନର୍ସିଙ୍ଗକୁ ଦାଦନ ଖଟିବାକୁ ଯାଇଥିଲେ। ତେବେ ହଠାତ୍‌ ପୂର୍ଣ୍ଣମୀଙ୍କ ଶରୀର ଅସୁସ୍ଥ ହୋଇପଡିବାରୁ ଗତ ସୋମବାର ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ଟିକେ ସୁସ୍ଥ ହେବାପରେ ନିଜ କାମ କରିବା ସ୍ଥାନକୁ ଫେରିଥିଲେ । ପୁଣି ରାତିରେ ହଠାତ୍‌ ପେଟ ଯନ୍ତ୍ରଣା ହେବାରୁ ସେ ପ୍ରାଣ ହରାଇଥିବା ଜଣାପଡିଛି। ଅର୍ଥ ଅଭାବରୁ ପୂର୍ଣ୍ଣମୀଙ୍କ ମୃତଦେହ ଗାଁକୁ ଆଣିପାରି ନ ଥିଲେ ହେମ। ବୁଧବାର ତାଙ୍କ ମୃତଶରୀରକୁ କାମ କରୁଥିବା ସ୍ଥାନରେ ସେ ପୋଡି ଦେଇଥିବା ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାବିନ ପୋଡ଼ି, ଠେଲା ଭାଙ୍ଗିଦେଲେ

ରିଷିଡ଼ା,୨୮ା୨ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ୍‌ ରିଷିଡ଼ା ତେରେସିଂହା (ଫଟାମୁଣ୍ତା) ଛକରେ କାଠରେ ତିଆରି ଏକ କ୍ୟାବିନକୁ କେହି ଜଣେ ଦୁର୍ବୃତ୍ତ ପୋଡ଼ିଦେଇଥିବା ଅଭିଯୋଗ…

ଇନ୍ଦ୍ରାବତୀ ଜଳଭଣ୍ଡାରରେ ଡଙ୍ଗା ବୁଡ଼ି: ଜଣେ ନିଖୋଜ, ୨ ଉଦ୍ଧାର

ଥୁଆମୂଳ ରାମପୁର, ୨୮ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ମାଛ ଧରିବାକୁ…

ଲାଞ୍ଚ ମାମଲା: ପୂର୍ବତନ ମୃତ୍ତିକା ସଂରକ୍ଷଣ ଅଧିକାରୀଙ୍କୁ ୩ବର୍ଷ ଜେଲ

ଭବାନୀପାଟଣା,୨୮ା୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ନର୍ଲା ଜଳଛାୟା ପ୍ରକଳ୍ପ -୧ର ପୂର୍ବତନ ପ୍ରକଳ୍ପ କାର୍ଯ୍ୟକାରୀ କର୍ତ୍ତୃପକ୍ଷ ତଥା କନିଷ୍ଠ ମୃତ୍ତିକା ସଂରକ୍ଷଣ ଅଧିକାରୀ ଅମର କୁମାର…

ଅନାଥ ଆଶ୍ରମରୁ ଶିଶୁ ବିକ୍ରି ଅଭିଯୋଗ: ଏତଲା ପରେ ତଦନ୍ତ ଆରମ୍ଭ

ଭବାନୀପାଟଣା, ୨୮।୨ (ଉତ୍ତମ କୁମାର ଦାଶ): ଅସହାୟ ଶିଶୁଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଶିଶୁ ବିକ୍ରି ଭଳି…

ଆଧ୍ୟାତ୍ମିକ ପରିବେଶରେ ଝୁମିଲା ଡାଳଗୁମା: ଖେଳିଗଲା ଖୁସିର ଲହରୀ

ଥୁଆମୂଳ ରାମପୁର,୨୭।୨ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କିଆପଦର ପଞ୍ଚାୟତର ଡାଳଗୁମା ଗ୍ରାମରେ ଏକ ଆଧ୍ୟାତ୍ମିକ ଜାଗରଣ ସୃଷ୍ଟି ହୋଇଛି। ବ୍ଲକ ପ୍ରଶାସନର…

ବିବାହ ବାର୍ଷିକୀରେ ଦମ୍ପତି ନେଲେ ବଡ଼ ନିଷ୍ପତ୍ତି: ଅଞ୍ଚଳରେ ଚର୍ଚ୍ଚା

ଭବାନୀପାଟଣା, ୨୭ା୨(ଉତ୍ତମ କୁମାର ଦାଶ):ଜନ୍ମଦିନ, ବିବାହ ବାର୍ଷିକୀ ଭଳି ଜୀବନର ସ୍ବତନ୍ତ୍ର ଦିନକୁ ସ୍ମରଣୀୟ କରିବାକୁ ଲୋକେ ବିଭିନ୍ନ ପଦକ୍ଷେପ ନିଅନ୍ତି ଲୋକେ। ଏଭଳି ଏକ ଘଟଣାକ୍ରମେ…

ଥୁଆମୂଳ ରାମପୁରରେ ମୋବାଇଲ୍ ପ୍ରଦୂଷଣ ଯାଞ୍ଚ ଶିବିର: ଆର୍‌ଟିଓ ଫାଇନ୍‌ରୁ ବଞ୍ଚିବା ପାଇଁ ଲୋକଙ୍କ ଭିଡ଼

ଥୁଆମୂଳ ରାମପୁର, ୨୬।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ସ୍ଥିତ ଜେଏମଏଫସି (JMFC) କୋର୍ଟ ସମ୍ମୁଖରେ ଗାଡ଼ି ମାଲିକଙ୍କ ସୁବିଧା ପାଇଁ…

ମଧୁପ୍ରିୟା ପଣ୍ଡା ଉତ୍କେଲା ପଞ୍ଚାୟତର ନୂତନ ସରପଞ୍ଚ, ଉପଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ…

ଭବାନୀପାଟଣା,୨୫।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଉତ୍କେଲା ପଞ୍ଚାୟତର ନୂତନ ଭାରପ୍ରାପ୍ତ ସରପଞ୍ଚ ଭାବେ ମଧୁପ୍ରିୟା ପଣ୍ଡା ନିଯୁକ୍ତ ହୋଇଛନ୍ତି। ଭବାନୀପାଟଣା ଉପଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri