ନାଟ୍ୟକାର, କଳାକାରଙ୍କ ମନରେ ଉତ୍ସାହ ନାହିଁ

ଭୁବନେଶ୍ୱର,୨୭।୩(ବ୍ୟୁରୋ): କେବଳ ମନୋରଞ୍ଜନ ନୁହେଁ, ନାଟକ ମାଧ୍ୟମରେ ସମାଜରେ ଘଟୁଥିବା ବିଭିନ୍ନ ଘଟଣାକୁ ଦର୍ଶକଙ୍କ ସମ୍ମୁଖକୁ ଆଣୁଥିବା କଳାକାର ଆଜି ଅସହାୟ ହୋଇପଡିଛନ୍ତି। ମଞ୍ଚରେ ଠିଆ ହେବାକୁ ଆଉ ସେମାନଙ୍କର ଜୁ’ ପାଉନି। ନାଟକ ଲେଖୁଥିବା ନାଟ୍ୟକାର, ମଞ୍ଚ ଆଉ କଳାକାରଙ୍କୁ ସଜାଉଥିବା ଶିଳ୍ପୀଙ୍କ ମନରେ ବି ଆଉ ସେପରି ଉତ୍ସାହ ନାହିଁ। କରୋନା କଷଣ ସହ ଅଧିକାରୀଙ୍କ ଅଣଦେଖା, ଅବହେଳା ମଧ୍ୟରେ ସେମାନଙ୍କ ମନକୁ ଭାଙ୍ଗିଦେଇଛି। ଏପରି ସ୍ଥିତିରେ ଓଡ଼ିଶାରେ ନାଟକ ସଂସ୍କୃତିର ପ୍ରଚାର, ପ୍ରସାର ଓ ବିକାଶ ବାଟବଣା ହେବାରେ ଲାଗିଛି। ରବିବାର ବିଶ୍ୱ ନାଟ୍ୟ ଦିବସ। ନାଟକ, ନାଟ୍ୟକାର, କଳାକାର, ଶିଳ୍ପୀ ଆଉ ସମାଜ ପାଇଁ ଏଭଳି ଦିବସ ବେଶ୍‌ ଗୁରୁତ୍ୱ ବହନ କରୁଥିଲେ ମଧ୍ୟ କାହା ମୁହଁରୁ ଖୁସିର କଥା ପଦେ ବାହାରିପାରୁନାହିଁ। ଆଜି ଭବିଷ୍ୟତକୁ ନେଇ ସେମାନଙ୍କ ମନରେ ଅନେକ ଅସମାହିତ ପ୍ରଶ୍ନ ଉଙ୍କି ମାରୁଛି। ବର୍ଷ ବର୍ଷ ଧରି ସମାଜକୁ ବୁଝି ବୁଝାଇବାକୁ ନାଟକ ଲେଖୁଛି, ହେଲେ ନାଟ୍ୟକାର ପାଉଛି କ’ଣ? ବାସ୍ତବତାକୁ ପରିବେଷଣ କରି ସମାଜକୁ ସୁଧାରିବାକୁ କଳାକାରଟିଏ କେତେ କ’ଣ ହରାଉଛି, ହେଲେ ନିଜ ପାଇଁ କରୁଛି କ’ଣ? ନାଟକର ପରିଭାଷା, ନାଟକର ଉନ୍ନତି, ବର୍ତ୍ତମାନ ସ୍ଥିତି ଏସବୁକୁ ନେଇ ଚିନ୍ତାକଲେ କିଛି ଅଲଗା ପରି ଲାଗୁଛି। ଓଡ଼ିଶାର କଳା, ସଂସ୍କୃତି, ଯାନିଯାତ୍ରା ସହ ଜଡ଼ିତ ମଞ୍ଚ ନାଟକ ପରିବେଷଣକୁ କୋଭିଡ୍‌ ମହାମାରୀ ପାଇଁ ବନ୍ଦ କରି ଦିଆଯାଇଥିଲା। ନାଟ୍ୟକାର, କଳାକାର ୨ବର୍ଷ ଧରି ପେଟରେ ଓଦା କପଡ଼ା ପକାଇ ଜୀବନ ଅତିବାହିତ କଲେ। ବଞ୍ଚତ୍ବା ପାଇଁ ସରକାରୀ ସ୍ତରରେ ସେପରି କିଛି ପଦକ୍ଷେପ ହୋଇ ନ ଥିଲା। ଏବେ କୋଭିଡ୍‌ ଦୁଃଖ ଯାଇଛି। ସ୍ଥିତି ବଞ୍ଚାଇ ରଖିବାକୁ ଲଢ଼େଇ କରୁଥିବାବେଳେ ବାଧକ ସାଜିଛି ଭିତ୍ତିଭୂମିର ଅଭାବ ଓ ଅଧିକାରୀଙ୍କ ଅସହଯୋଗ ମନୋବୃତ୍ତି।
ସଂସ୍କୃତି ବିଭାଗ, ସଙ୍ଗୀତ ନାଟକ ଏକାଡେମୀ କରୁଛି କ’ଣ?
ଓଡ଼ିଶାରେ ନାଟ୍ୟ ପରମ୍ପରା, ସଂସ୍କୃତିର ପ୍ରଚାର ପ୍ରସାର ସହ କଳାକାରଙ୍କୁ ପ୍ରୋତ୍ସାହିତ ପାଇଁ ଓଡ଼ିଆ, ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ କାର୍ଯ୍ୟ କରୁଛି। ହେଲେ ଏବେ ଦାୟିତ୍ୱରେ ଥିବା ଅଧିକାରୀଙ୍କ କାର୍ଯ୍ୟଧାରାକୁ ନେଇ ଅଭିଯୋଗ ବଢ଼ିବାରେ ଲାଗିଛି। ଭୁବନେଶ୍ୱରରେ ବିଶେଷକରି ଦୁଇଟି ପ୍ରେକ୍ଷାଳୟ ରବୀନ୍ଦ୍ର ମଣ୍ଡପ ଓ ଭଞ୍ଜକଳା ମଣ୍ଡପରେ ସର୍ବାଧିକ ନାଟକ ପରିବେଷଣ କରାଯାଇଥାଏ। ଆବଶ୍ୟକ ଭିତ୍ତିଭୂମି ନ ଥିବାରୁ ଗୋଟିଏ ଗୋଟିଏ ନାଟକ ପରିବେଷଣ ପାଇଁ ନାଟ୍ୟସଂସ୍ଥାଗୁଡ଼ିକୁ ମାସ ମାସ ଅପେକ୍ଷା କରିବାକୁ ପଡ଼ୁଛି। ପୁଣି ନାଟକ ଚୟନ ବେଳେ ପ୍ରିୟାପ୍ରୀତି ତୋଷଣ କରାଯାଉଛି। କେତେକ ନିର୍ଦ୍ଦିଷ୍ଟ ନାଟକ ସଂସ୍ଥା ନାଟକ ପରିବେଷଣ କରୁଥିବା ଦେଖାଯାଉଛି। କୋଭିଡ ପରେ ଆୟୋଜିତ ହେଉଥିବା ନାଟକଗୁଡ଼ିକୁ ଲକ୍ଷ୍ୟ କଲେ ଜଣାଯାଏ ଯେ, ନାଟ୍ୟ ସଂସ୍ଥାକୁ ସୁଯୋଗ ଦେବା ପରିବର୍ତ୍ତେ ବିଭାଗ ଓ ଏକାଡେମୀ ଦ୍ୱାରା ନାଟକ ପରିବେଷଣ କରାଯାଉଛି। ନାଟ୍ୟକାର ଶଙ୍କର ପ୍ରସାଦ ତ୍ରିପାଠୀ କହିଛନ୍ତି, ଏହି ସମସ୍ୟା ଆଜିର ନୁହେଁ। ବହୁ ବର୍ଷ ଧରି ଏଭଳି କାର୍ଯ୍ୟଧାରା ଦେଖୁଛୁ। ଏ ଦିଗରେ ପଦକ୍ଷେପ ନେବା ପାଇଁ ଅଧିକାରୀଙ୍କ ପ୍ରତିଶ୍ରୁତି କେବଳ କଥାରେ ରହିଯାଇଛି।
ପୂର୍ଣ୍ଣାଙ୍ଗ ହୋଇପାରୁନାହିଁ କଳାମଣ୍ଡପ ଅଡିଟୋରିୟମ
ଅନ୍ୟପକ୍ଷରେ ନାଟକ ଲାଗି ବଡ଼ ପ୍ଲାଟ୍‌ଫର୍ମ ପାଇଁ ଗଜପତି ନଗରଠାରେ କଳାମଣ୍ଡଳ ଅଡିଟୋରିୟମର ରୂପରେଖ ୨୦୦୩ରୁ ପ୍ରସ୍ତୁତ ହୋଇଥିଲା। କେନ୍ଦ୍ର ସରକାର ଏଥିପାଇଁ ୨ କୋଟି ୩୦ଲକ୍ଷ ଯୋଗାଇଥିଲେ। କିନ୍ତୁ ପରେ ଜମି ବିବାଦ ଦେଖାଦେବାରୁ ବହୁ ବିଳମ୍ବ ହୋଇଥିଲା। ୨୦୧୮ରେ ଏହାର ନିର୍ମାଣ କାମ ଆରମ୍ଭ ହେବାବେଳକୁ ବ୍ୟୟ ଅଟକଳ ୫୯ କୋଟି ୭୫ ଲକ୍ଷରେ ପହଞ୍ଚତ୍ଥିଲା। ୨୦୨୧ ଡିସେମ୍ବର ୧ ପୂର୍ବରୁ କାମ ସରିବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ତତ୍‌କାଳୀନ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ସୂଚନା ଦେଇଥିଲେ। ଏବେ ନାଟକ ଭିତ୍ତିଭୂମି ଓ ଉକ୍ତ ମେଗା ଅଡିଟୋରିୟମ ସମ୍ପର୍କରେ ଓଡ଼ିଶା ସଙ୍ଗୀତ ଏକାଡେମୀ ସଚିବ ପ୍ରବୋଧ ରଥ ଖାମଖିଆଲ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, କାମ ଦୁଇବର୍ଷ ହେବ ଆରମ୍ଭ ହୋଇଛି। କୋଭିଡ୍‌ ପାଇଁ କାମରେ ବାଧା ଉପୁଜିଛି। ଏହା ଖୁବ୍‌ଶୀଘ୍ର ଶେଷ ହେବ। ଏକାଡେମୀ ନାଟକ ପ୍ରତି ଯତ୍ନବାନ ଅଛି ଓ ନାଟକ ଇତିହାସକୁ ସ୍ବର୍ଣ୍ଣାକ୍ଷରରେ ଲେଖିବା ପାଇଁ କାର୍ଯ୍ୟରତ ବୋଲି ସେ କହିଛନ୍ତି। ତେବେ ଦେଖିବାକୁ ବାକି ରହିଲା ଅଡିଟୋରିୟମର କାମ କେବେ ସରୁଛି।

କ’ଣ କୁହନ୍ତି ଏମାନେ…

ସରକାର, ନାଟ୍ୟସଂସ୍ଥା ଧ୍ୟାନ ଦିଅନ୍ତୁ
ଦୀର୍ଘ ସମୟ ଧରି ନାଟକ ବନ୍ଦ ରହିଥିବାରୁ ଏବେ ନାଟ୍ୟସଂସ୍ଥା ଓ ଦଳମାନଙ୍କୁ ପ୍ରସ୍ତୁତିରେ ସମୟ ଲାଗୁଛି। ନାଟ୍ୟକାରଙ୍କ ମାନସିକ ସ୍ଥିତିରେ ପରିବର୍ତ୍ତନ ଘଟିଛି। ଭର୍ଚୁଆଲ ମୋଡରେ ଅନେକ ନାଟକ ପରିବେଷଣ ହୋଇଥିଲେ ମଧ୍ୟ ଏହା ମଞ୍ଚ ନାଟକ ପରି ନୁହଁ। ବର୍ତ୍ତମାନ ମଧ୍ୟ ଅନେକ କଳାକାରଙ୍କ ମାନସିକ ଓ ଆର୍ଥିକ ଅବସ୍ଥା ସୁଧୁରି ନାହିଁ। ଏଥିପ୍ରତି ସରକାର ଓ ଅନ୍ୟ ନାଟ୍ୟସଂସ୍ଥା ଧ୍ୟାନ ଦେବା ସହ ସହଯୋଗ କରିବା ଆବଶ୍ୟକ।
-ସୁବୋଧ ପଟ୍ଟନାୟକ, ନାଟ୍ୟକାର।
ଶିଶୁ ନାଟକ ହେବା ଦରକାର
ନାଟ୍ୟସଂସ୍ଥାର କୌଣସି ନିୟମିତ ରୋଜଗାର ନାହିଁ। ତେଣୁ ସରକାର କିମ୍ବା ପବ୍ଲିକ ଅନୁଦାନ ମିଳିଲେ ଏସବୁ ଚାଲିପାରନ୍ତା। ଏଥିସହ ପିଲାଙ୍କୁ ନେଇ ନାଟକ କେବଳ ସ୍କୁଲ ଛୁଟି ସମୟରେ ହିଁ କରିହେବ। ଅଭ୍ୟାସ ପାଇଁ ସମୟ ଦେଲେ ସେମାନେ ନାଟକ ଶିଖି ପାରିବେ। ପଢ଼ୁଥିବା ଅନେକ ବିଷୟ ନାଟକ ମାଧ୍ୟମରେ ମଧ୍ୟ ଶିଖିହେବ। ବାଜିରାଉତ, ଧର୍ମପଦ, ଶିବାଜୀ ପ୍ରମୁଖଙ୍କୁ ସେମାନେ ନାଟକରୁ ହିଁ ଭଲ ଭାବରେ ବୁଝିପାରିବେ। ଶିଶୁନାଟକ ହେବା ଦରକାର। ଏଥିପାଇଁ ଶିଶୁନାଟ୍ୟ ଲେଖକ ମଧ୍ୟ ଅଛନ୍ତି। ଶିଶୁଙ୍କୁ ନେଇ ନାଟକ ହେଲେ ପରିବାର ସହ ସମ୍ପର୍କୀୟମାନେ ମଧ୍ୟ ଦେଖିବେ। ଦର୍ଶକଙ୍କ ସଂଖ୍ୟା ବଢ଼ିବ। କିନ୍ତୁ ଏଭଳି କିଛି ସମସ୍ୟା ପାଇଁ ଶିଶୁ ନାଟକ କମିବାରେ ଲାଗିଛି।
-ଧିରେନ୍ଦ୍ର ନାଥ ମଲ୍ଲିକ, ନାଟ୍ୟ ନିର୍ଦ୍ଦେଶକ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri