ଖେଳପଡ଼ିଆ ପାଲଟିଛି ପାଣିପାଇପ୍‌ ଷ୍ଟକ୍‌ୟାର୍ଡ

କେନ୍ଦୁଝର,୮ା୪(ଦୀପକ ମିଶ୍ର): କେନ୍ଦୁଝର ଜିଲା ଧରଣୀଧର ବିଶ୍ୱବିଦ୍ୟାଳୟ ଖେଳ ପଡ଼ିଆ ଦୀର୍ଘଦିନ ଧରି ପାଣି ପାଇପ୍‌ ଷ୍ଟକୟାର୍ଡ ପାଲଟିଛି। ଏପରିକି କଡ଼ା ସୁରକ୍ଷା ମଧ୍ୟରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ସମୟରେ ବି ପାଇପ ଉଠି ନ ଥିଲା। ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷ ବାରମ୍ବାର ଚିଠି ଲେଖି ପ୍ରଶାସନକୁ ଅନୁରୋଧ କରିଥିଲେ ବି କେହି କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ କରିଛନ୍ତି। ଏହାକୁ ନେଇ ବୁଦ୍ଧିଜୀବୀ, ଅଭିଭାବକ ମହଲରେ କ୍ଷୋଭ ପ୍ରକାଶ ପାଇଛି।
ଜିଲାର ପ୍ରମୁଖ ଶିକ୍ଷାନୁଷ୍ଠାନ ଭାବେ ଧରଣୀଧର ସ୍ବୟଂଶାସିତ ବିଶ୍ୱବିଦ୍ୟାଳୟ ପରିଗଣିତ ହୋଇଥାଏ। ବିଶ୍ୱ ବିଦ୍ୟାଳୟ ପରିସରରେ ଅନେକ ଛାତ୍ରାବାସ, ଛାତ୍ରୀ ନିବାସ ସହିତ ଏସ୍‌ଟି, ଏସ୍‌ସି ବିଭାଗର ଅନ୍ବେଶା ହଷ୍ଟେଲ ରହିଛି। ପିଲାଙ୍କ ଖେଳକୁଦ ପାଇଁ ବିଶ୍ୱବିଦ୍ୟାଳୟର ନର୍ଥ କ୍ୟାମ୍ପସରେ ଥିବା ଗୋପବନ୍ଧୁ ଛାତ୍ରାବାସ ସମ୍ମୁଖରେ ଏକ ଖେଳପଡ଼ିଆ ରହିଛି। ମାତ୍ର କେନ୍ଦୁଝର ସହରପଟୁ ପ୍ରବେଶ ପଥର ବାମପଟେ ଥିବା ପଡ଼ିଆରେ ସହରକୁ ଜଳଯୋଗାଣ ପାଇଁ ବ୍ୟବହୃତ ପାଇପ ୪ ବର୍ଷରୁ ଊର୍ଦ୍ଧ୍ୱ ଦିନ ହେଲା ଗଦା କରି ରଖାଯାଇଛି। ସୁରକ୍ଷା ନିମେନ୍ତ କ୍ୟାମ୍ପ କରାଯାଇ ଗାଡ଼ି ସହିତ ଲୋକମାନେ ରହୁଛନ୍ତି। ପାଇପ ନେବା ଆଣିବାରେ ବଡ଼ ଗାଡ଼ି ଯାତାୟାତ କରୁଥିବାରୁ ପଡ଼ିଆରେ ଖାଲ ସୃଷ୍ଟି ହୋଇ ଅସୁରକ୍ଷିତ ହୋଇପଡ଼ିଛି। ପାଇପ ଗଚ୍ଛିତ ଯୋଗୁ ପରିସରର ସୌନ୍ଦର୍ଯ୍ୟହାନୀ ଘଟିବା ସହିତ ବିପଦପୂର୍ଣ୍ଣ ପରିବେଶ ସୃଷ୍ଟି କରିଛି। ପାଖରେ ଅନ୍ବେଶା ହଷ୍ଟେଲ, ବାଳିକା ହଷ୍ଟେଲ, ବାଳକ ହଷ୍ଟେଲ ରହିଛି। ଏଠାରେ ଲୋକେ କ୍ୟାମ୍ପ କରି ରହୁଥିବାରୁ ଯଦି କିଛି ଅଘଟଣ ଘଟେ ସେଥିପାଇଁ କିଏ ଦାୟୀ ରହିବ ବୋଲି ପ୍ରଶ୍ନ ହେଉଛି। ବିଶ୍ୱ ବିଦ୍ୟାଳୟ ହେବା ପୂର୍ବରୁ କଲେଜ ଅଧ୍ୟକ୍ଷ ପାଇପ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଜନସ୍ବାସ୍ଥ୍ୟ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କୁ ଚିଠି (ନଂ. ୧୩୫୦,୧୮/୬/୨୦୨୨) ଲେଖିଥିଲେ ମଧ୍ୟ କିଛି ଫଳ ମିଳିଲା ନାହିଁ। ଦୀର୍ଘ ବର୍ଷ ଧରି ଶିକ୍ଷାନୁଷ୍ଠାନ ପରିସରରେ ଏଭଳି ଷ୍ଟକୟାର୍ଡ ହେବାକୁ ନେଇ ଅବିଭାବକ, ପୁରାତନ ଛାତ୍ରୀଛାତ୍ର ଏବଂ ଛାତ୍ରୀଛାତ୍ରମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବିଶ୍ୱ ବିଦ୍ୟାଳୟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଧା ଦାସ କହିଛନ୍ତି, ସହରାଞ୍ଚଳ ଜଳ ଯୋଗାଣ ବିଭାଗକୁ ବାରମ୍ବାର ଜଣାଇଲେ ମଧ୍ୟ ସେମାନେ ଶୁଣୁନାହାନ୍ତି। ସହରାଞ୍ଚଳ ଜଳ ଯୋଗାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ନାରଦ ରଥ କହିଛନ୍ତି, କାନ୍‌ଝରୀ ଡ୍ୟାମରୁ ସହରକୁ ଆଉ ଗୋଟିଏ ଜଳ ଯୋଗାଣ ପାଇଁ ପାଇପ ବିଛା ହେବାର ଅଛି। ତାହା ହୋଇଗଲେ ପାଇପ ସବୁ ଉଠିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରା ମାଲିକ ନାଣ୍ଡୁଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ସାଇଙ୍କ ମା’, କହିଲେ ମୋ ପୁଅକୁ…

ଭୁବନେଶ୍ୱର,୬।୨: ଯାତ୍ରା ମାଲିକ ନାଣ୍ଡୁ ଧଳଙ୍କ ନାଁରେ ଏଫଆଇଆର ଆଣିଛନ୍ତି ଯାତ୍ରା ଖଳନାୟକ ସାଇ ସତ୍ୟଜିତ୍‌ଙ୍କ ମା’ ପଦ୍ମିନୀ ଦାଶ। ଏନେଇ ସାଇଙ୍କ ମା’ ବାଲିପାଟଣା ଥାନାରେ…

ପାକିସ୍ତାନର ଦୋମୁହାଁ ନୀତି: କ୍ରିକେଟରେ ରାଜନୀତି, ‘ଡଲାର’ ପାଇଁ ଭାରତୀୟ ବଂଶୋଦ୍ଭବଙ୍କୁ ଭବ୍ୟ ସ୍ୱାଗତ

ନୂଆଦିଲ୍ଲୀ,୬।୨: ପାକିସ୍ତାନର ଦୋମୁହାଁ ଚରିତ୍ର ଏବେ ସାରା ବିଶ୍ୱ ଆଗରେ ପୁଣିଥରେ ପ୍ରକଟ ହୋଇଛି। ଗୋଟିଏ ପଟେ ପାକିସ୍ତାନ ଭାରତ ବିରୋଧରେ କ୍ରିକେଟକୁ ଅସ୍ତ୍ର କରି ଟି-୨୦…

ଯାତ୍ରା ମଝିରେ ଷ୍ଟେଜ୍‌ରେ ଗଳିପଡିଲେ ସାଇ, ରାତି ଅଧରେ ଗଲେ ମେଡିକାଲ

ଭୁବନେଶ୍ୱର,୬।୨: ଅସୁସ୍ଥ ହେଲେ ତୁଳସୀ ଗଣନାଟ୍ୟର ମୁଖ୍ୟ ଖଳନାୟକ ସାଇ ସତ୍ୟଜିତ୍‌ ପଣ୍ଡା। ଅଧାରୁ ବନ୍ଦ ହେଲା ଯାତ୍ରା। ଯାତ୍ରା ଅଧାରୁ ସାଇଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା…

ଅବକାରୀ ଥାନାଠାରୁ ଅନତି ଦୂରରେ ଚାଲିଛି ଚୋରାମଦ କାରବାର, ପ୍ରତିବାଦରେ ମହିଳା…

ଧର୍ମଶାଳା,୬ା୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଜାରକା ଅଞ୍ଚଳର ଶତାଧିକ ମହିଳା ଚୋରା ମଦ ବିକ୍ରି ପ୍ରତିବାଦରେ ଧର୍ମଶାଳା ଅବକାରୀ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି। ଜାରକା…

ସମ୍ବଲପୁର ସର୍କଲ ଜେଲ୍‌ରେ ରାଜସ୍ଥାନ ପୋଲିସ

ସମ୍ବଲପୁର,୬।୨: ରାଜସ୍ଥାନ ପୋଲିସର ଏକ ଟିମ୍‌ ଶୁକ୍ରବାର ସମ୍ବଲପୁର ସର୍କଲ ଜେଲ୍‌ରେ ପହଞ୍ଚି ପୋଲିସ ଅଧିକାରୀଙ୍କୁ ଭେଟିଛନ୍ତି। ଏହି ଅବସରରେ ରାଜସ୍ଥାନ ପୋଲିସ ଜେଲ୍‌ରେ ଥିବା ଦୁର୍ଦ୍ଦାନ୍ତ…

RCB ମହିଳା ଟିମକୁ ଶୁଭେଚ୍ଛା ଜଣାଉ ଜଣାଉ ପୁରୁଷ ଟିମକୁ ଏମିତି କହିଲେ ବିଜୟ ମାଲ୍ୟା, ଯାହା ହେଉଛି ଭାଇରାଲ

ନୂଆଦିଲ୍ଲୀ,୬।୨: ମହିଳା ପ୍ରିମିୟର ଲିଗ ୨୦୨୬ର ଫାଇନାଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ଟାଇଟଲ ଜିତିଛି। ସ୍ମୃତି ମନ୍ଧାନାଙ୍କ ନେତୃତ୍ୱରେ RCB…

ଭାଲେଣ୍ଟାଇନ୍‌ ଡେ’ରୁ ଏହି ରାଶିର ଆରମ୍ଭ ହେବ ଭଲ ଦିନ, ଖୋଲିବ ବନ୍ଦ ଭାଗ୍ୟର ତାଲା

ଫେବୃଆରୀ ମାସ ମିଥୁନ ରାଶି ପାଇଁ ବିଶେଷ ହୋଇପାରେ। ୧୩ ଫେବୃଆରୀ ପରେ, ମିଥୁନ ରାଶିର ଭାଗ୍ୟ ସେମାନଙ୍କ ପାଇଁ ଅନୁକୂଳ ହୋଇପାରେ। ରାଶିର ଅଧିଷ୍ଠାତ୍ରୀ ଦେବତା…

ଆମେରିକା ସହିତ ‘ସିକ୍ରେଟ୍‌ ଟାରିଫ୍‌ ଡିଲ୍‌’ କରିବାକୁ ଯାଉଛି ବାଂଲାଦେଶ, ଭାରତ ପାଇଁ ବଢିଲା ଟେନସନ୍‌

ନୂଆଦିଲ୍ଲୀ,୬।୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଆମେରିକା ସହିତ ଏକ ଗୁପ୍ତ ଟାରିଫ୍‌ ଚୁକ୍ତି କରିବାକୁ ଯୋଜନା କରୁଛି। ଦେଶର ସଂସଦୀୟ ନିର୍ବାଚନର ମାତ୍ର ତିନି ଦିନ ପୂର୍ବରୁ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri