ମୁହଁ ଫରାଉଛନ୍ତି ଖେଳାଳି, ଅଚାନକ ଷ୍ଟାଡିୟମ ପରିଦର୍ଶନ କଲେ ଜିଲାପାଳ

ଖୋର୍ଦ୍ଧା ଅଫିସ,୩୦।୪: ଖୋର୍ଦ୍ଧା ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଶନିବାର ଅଚାନକ ଖୋର୍ଦ୍ଧା ଷ୍ଟାଡିୟମରେ ପହଞ୍ଚି ପରିଦର୍ଶନ କରିଥିଲେ। ଏହି ସମୟରେ ଜିଲାପାଳଙ୍କ ସହ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ଉପାଧ୍ୟକ୍ଷ ଶୌର୍ଯ୍ୟରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଷ୍ଟ୍ରାଡିୟମର ପୁନରୁଦ୍ଧାର ପାଇଁ ଆଲୋଚନା ହୋଇଥିଲା। ଖେଳାଳିମାନଙ୍କ ସହ ଜିଲାପାଳ କଥା ମଧ୍ୟ ହୋଇଥିଲେ। ଖୋର୍ଦ୍ଧା ଏକମାତ୍ର ଷ୍ଟାଡିୟମ, ଯାହା ଦୀର୍ଘ ଦିନ ଧରି ଅବହେଳିତ ଅବସ୍ଥାରେ ରହିଛି। ଭିତ୍ତିଭୂମି ଅଭାବରୁ ଏବେ ଖେଳାଳି ସେଠାରୁ ମୁହଁ ଫେରାଉଛନ୍ତି।