Posted inଖେଳ

ଏହି ଖେଳାଳିଙ୍କ ଆଇପିଏଲ୍‌ ଖେଳିବା ସ୍ବପ୍ନ ଚୁର୍‌ମାର୍‌

ନୂଆଦିଲ୍ଲୀ,୧୨।୨: ସ୍ପଟ ଫିକ୍ସିଂ ଅଭିଯୋଗରୁ ମୁକ୍ତ ହେବା ପରେ କ୍ରିକେଟକୁ ଫେରିଥିବା ଏସ୍‌.ଶ୍ରୀସନ୍ତଙ୍କୁ ଆଉ ଏକ ଝଟ୍‌କା ଲାଗିଛି। ଆଇପିଏଲର ୧୪ତମ ସିଜନ ପାଇଁ କୌଣସି ଫ୍ରାଞ୍ଚଇଜ ତାଙ୍କୁ ନିଲାମରେ ତାଲିକାଭୁକ୍ତ କରିନାହାଁନ୍ତି। ଫେବୃଆରୀ ୧୮ରେ ଚେନ୍ନାଇରେ ଖେଳାଳି ନିଲାମ ହେବାକୁ ଯାଉଛି। ଏଥର ନିଲାମରେ ୩୮ ବର୍ଷୀୟ କେରଳ ଖେଳାଳି ଶ୍ରୀସନ୍ତ ତାଙ୍କର ସର୍ବନିମ୍ନ ମୂଲ୍ୟ ୭୫ଲକ୍ଷ ଟଙ୍କା ରଖିଥିଲେ। ସ୍ପଟ ଫିକ୍ସିଂ ନିଷେଧାଦେଶରୁ ମୁକ୍ତ ହେବା ପରେ ନିକଟରେ ସୟଦ ମୁସ୍ତାକ ଅଲି ଟ୍ରଫିରୁ ଫେରିଥିବା ଶ୍ରୀସନ୍ତ ପୁନର୍ବାର ଆଇପିଏଲରେ ଖେଳିବାର ସ୍ବପ୍ନ ଦେଖିଥିଲେ, ଯାହା ଚୁର୍‌ମାର୍‌ ହୋଇଯାଇଛି। ସୂଚନାଯୋଗ୍ୟ, ଆଇପିଏଲ ୨୦୨୧ ନିଲାମ ପାଇଁ ଖେଳାଳିଙ୍କ ଅନ୍ତିମ ତାଲିକା ପ୍ରକାଶ ପାଇଛି । ଏଥର ନିଲାମରେ ୨୯୨ ଖେଳାଳି ଟେଣ୍ଡର ଦେଖିବେ। ଏଥିରେ ୧୬୪ ଭାରତୀୟ, ୧୨୫ ବିଦେଶୀ ଏବଂ ସହଯୋଗୀ ଦେଶରୁ ତିନି ଖେଳାଳି ସାମିଲ ହେବେ। ଏଥର ନିଲାମରେ ଟିମ ଇଣ୍ଡିଆର ଭେଟେରାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ମଧ୍ୟ ସାମିଲ ହେବେ। ବାମହାତୀ ଦ୍ରୁତ ବୋଲର ଅର୍ଜୁନଙ୍କର ମୂଳ ମୂଲ୍ୟ ୨୦ ଲକ୍ଷ ଟଙ୍କା ରହିଛି। ଏଥି ସହିତ ମିଚେଲ ଷ୍ଟାର୍କ ଏବଂ ଇଂଲଣ୍ଡର ଟେଷ୍ଟ ଅଧିନାୟକ ଜୋ ରୁଟ ଚଳିତ ବର୍ଷର ନିଲାମରୁ ନିଜକୁ ଦୂରେଇ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍‌ପି

ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...

ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ...

ସ୍କୁଟି ଆରୋହୀଙ୍କ ଉପରେ ଚଢ଼ିଗଲା ୧୦ ଚକିଆ ଟ୍ରକ, ଟାୟାର ଜାଳି ରାସ୍ତାକୁ ଓହ୍ଲାଇଲେ ଲୋକେ

ବଲାଙ୍ଗିର,୨୮ା୧୨: – ବଲାଙ୍ଗିର ୨୬ନମ୍ୱର୍ ଜାତୀୟ ରାଜପଥ ଶାସ୍ତ୍ରୀ ନଗର ଛକରେ ସଡ଼କ ଦୁର୍ଘଟଣା ହୋଇଛି ।୧୦ଚକିଆ ମାଲ ବୋଝେଇ ଟ୍ରକ ଜଣେ ସ୍କୁଟି ଆରୋହୀ...

ଜିଲା ବିଜେଡି ପାଇଁ ୫୧ କର୍ମକର୍ତ୍ତାଙ୍କ ନାଁ ଘୋଷଣା: ୧୪ ବରିଷ୍ଠ ନେତା ହେଲେ ଉପସଭାପତି

କେନ୍ଦୁଝର,୨୮ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବିଜୁ ଜନତା ଦଳର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷିତ ହୋଇଛି। ଜିଲା ସଭାପତି ଆଶିଷ ଚକ୍ରବର୍ତ୍ତୀଙ୍କ ଅନୁମୋଦନ କ୍ରମେ...

ବୁଦ୍ଧଖୋଲ ଚଳଚଞ୍ଚଳ: ବଣଭୋଜି ପାଇଁ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ବୁଗୁଡ଼ା,୨୮ା୧୨(କାଳିଚରଣ ଦାଶ): ପ୍ରସିଦ୍ଧ ଐତିହାସିକ ଶୈବପୀଠ ତଥା ପର୍ଯ୍ୟଟନସ୍ଥଳୀ ବୁଦ୍ଧଖୋଲ ପାଦଦେଶ ଏବେ ବଣଭୋଜି କରିବା ପାଇଁ ପ୍ରକୃଷ୍ଟ ସ୍ଥଳ ପାଲଟି ଥିବାରୁ ଏହା ଚଳଚଞ୍ଚଳ...

ଓଡ଼ିଶାରେ ପଶ୍ଚିମବଙ୍ଗ ପୋଲିସର ତନାଘନା

ସମ୍ୱଲପୁର,୨୮।୧୨: ସମ୍ୱଲପୁର ଜିଲା ଅଇଁଠାପାଲି ଥାନାରେ ରବିବାର ପଶ୍ଚିମବଙ୍ଗ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳରେ ଜଣେ ଶ୍ରମିକଙ୍କୁ ହତ୍ୟା କରାଯାଇଥିଲା।...

ଶ୍ୱଶୁର ଘରୁ ଫେରିବା ବେଳେ ବାଟରେ ବିଷ ଖାଇ ସ୍ୱାମୀ ମୃତ-ସ୍ତ୍ରୀ ଗୁରୁତର, ରାତିସାରା ଜଙ୍ଗଲରେ ଜଗି ରହିଲା ୫ ବର୍ଷର ପୁଅ

ଦେବଗଡ,୨୮|୧୨(ଶଶାଙ୍କ ଶେଖର ଝାଙ୍କର): ପାରିବାରିକ କଳହର କରୁଣ ପରିଣତି । ନିଛାଟିଆ ଜଙ୍ଗଲ ଭିତରେ ବିଷ ପିଇ ସ୍ୱାମୀର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri