Posted inଖେଳ

ପଡ଼ିଆରେ ଭୋ ଭୋ ହୋଇ କାନ୍ଦିଲେ ଖେଳାଳି

ଦୁବାଇ,୮।୯: ୟୁଏଇରେ ଖେଳାଯାଉଥିବା ଏସିଆ କପରେ ବୁଧବାର ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ରୋମାଞ୍ଜକର ମୁକାବିଲା ହୋଇଥିଲା। ଶେଷରେ ଏହି ମ୍ୟାଚ୍‌ରେ ବାଜି ମାରିନେଇଥିଲା ପାକିସ୍ତାନ। ପାକିସ୍ତାନ ମାତ୍ର ଗୋଟିଏ ଉଇକେଟରେ ଜିତିବାରେ ସଫଳ ହୋଇଥିଲା। ପ୍ରାୟ ଜିତିଥିବା ଖେଳକୁ ହାରିବା ପରେ ଆଫଗାନିସ୍ତାନ ଖେଳାଳିଙ୍କ ହୃଦୟ ଭାଙ୍ଗିଯାଇଥିଲା। ପଡ଼ିଆରେ ସେମାନେ କାନ୍ଦିବାକୁ ଲାଗିଥିଲେ।
ଆଫଗାନିସ୍ତାନର ୧୩୦ ରନ୍ର ବିଜୟ ଲକ୍ଷକୁ ପିଛା କରି ପାକିସ୍ତାନ ୧୯ ଓଭରରେ ୧୧୯ ରନରେ ୯ ଉଇକେଟ ହରାଇଥିଲା। ଜିତିବା ପାଇଁ ପାକିସ୍ତାନକୁ ଶେଷ ୬ ବଲରେ ୧୧ ରନ ଆବଶ୍ୟକ ଥିଲା। ଲାଗୁଥିଲା ଆଫଗାନିସ୍ତାନ ଏହି ମ୍ୟାଚକୁ କବଜା କରିବ। ମାତ୍ର ୨୦ ଓଭରର ପ୍ରଥମ ଦୁଇଟି ବଲରେ ନସିମ ଶାହା ଦୁଇଟି ଛକା ମାରି ପାକିସ୍ତାନକୁ ବିଜୟ ଦେଇଥିଲେ।
ନାସିମ ଶାହାଙ୍କ ଦ୍ୱିତୀୟ ଛକା ଦେଖିବା ପରେ ଆଫଗାନିସ୍ତାନର କ୍ରିକେଟରମାନେ ଅତ୍ୟନ୍ତ ନିରାଶ ହୋଇଥିଲେ। ଖେଳାଳିମାନେ ନିଜ କୋହ ଅଟକାଇ ପାରି ନ ଥିଲେ। ଅଧିକାଂଶ ଖେଳାଳି ପଡିଆରେ କାନ୍ଦିଥିଲେ। ଖେଳାଳିମାନେ ମଧ୍ୟ ପରସ୍ପରକୁ ଆଲିଙ୍ଗନ କରି ସେମାନଙ୍କର ଯନ୍ତ୍ରଣା ବାଣ୍ଟିବାକୁ ଚେଷ୍ଟା କରିଥିଲେ। ଆଫଗାନିସ୍ତାନ ଖେଳାଳିଙ୍କ କାନ୍ଦିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଏହି ମ୍ୟାଚରେ ଆଫଗାନିସ୍ତାନ ମଧ୍ୟ ଭାରତୀୟ ପ୍ରଶଂସକଙ୍କ ପୂର୍ଣ୍ଣ ସମର୍ଥନ ପାଇଥିଲା। ଯଦି ଆଫଗାନିସ୍ତାନ ପାକିସ୍ତାନକୁ ପରାସ୍ତ କରିବାରେ ସଫଳ ହୋଇଥାନ୍ତା, ତେବେ ଭାରତର ଫାଇନାଲରେ ପ୍ରବେଶ କରିବାର ସମ୍ଭାବନା ରହିଥାନ୍ତା। କିନ୍ତୁ ବର୍ତ୍ତମାନ ଶ୍ରୀଲଙ୍କା ପରେ ପାକିସ୍ତାନ ଦଳ ମଧ୍ୟ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଭାରତ ସହିତ ଆଫଗାନିସ୍ତାନର ଦଳ ମଧ୍ୟ ଟୁର୍ନାମେଣ୍ଟରୁ ବାଦ୍‌ ପଡ଼ିଛନ୍ତି। ସେପ୍ଟେମ୍ବର ୧୧ରେ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଟୁର୍ନାମେଣ୍ଟର ଅନ୍ତିମ ମ୍ୟାଚ ଖେଳାଯିବ।

https://twitter.com/KuchNahiUkhada/status/1567697272250732545


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri