ଖେଳାଳିଙ୍କ ବୁଟ୍‌ ବିଳମ୍ବରେ ପହଞ୍ଚିଲା

ଭୁବନେଶ୍ୱର, ୧୪ା୧୦:ଭାରତର ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ଦଳର ୪ଜଣ ସଦସ୍ୟାଙ୍କ ବୁଟ୍‌ ବିଳମ୍ବରେ ପହଞ୍ଚତ୍ଥିଲା। ଫଳରେ ସମ୍ପୃକ୍ତ ଖେଳାଳିମାନେ ଜୋତା ସହିତ ଅଭ୍ୟସ୍ତ ହୋଇପାରି ନ ଥିଲେ। ନୂଆ ଜୋତା ସହ ସେମାନେ ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍‌ଏ) ବିପକ୍ଷ ମ୍ୟାଚରେ ସେମାନେ ସିଧାସଳଖ ପଡ଼ିଆକୁ ଓହ୍ଲାଇଥିଲେ। ନୂଆ ବୁଟ୍‌ କାର୍ହିଁିକି ଠିକଣା ସମୟରେ ପହଞ୍ଚତ୍ଲାନି ସେ ନେଇ ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ମହାସଚିବ ଶାଜି ପ୍ରଭାକରନ ନ୍ୟାଶନାଲ ଟିମ୍‌ ଡିପାର୍ଟମେଣ୍ଟରୁ ରିପୋର୍ଟ ମାଗିଛନ୍ତି। ଆବଶ୍ୟକ ପଡ଼ିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ପ୍ରାଥମିକ ରିପୋର୍ଟ ମିଳିବା ପରେ ଘଟଣାର ତଦନ୍ତ କରାଯିବ। ଏଥିପାଇଁ ଦାୟୀ କିଏ ତାହା ଜାଣିବାକୁ ପଡ଼ିବ ବୋଲି ପ୍ରଭାକରନ କହିଛନ୍ତି। ଖବର ଅନୁସାରେ କେତେଜଣଙ୍କର ଜୋତା ନମ୍ବର ଠିକ୍‌ ନ ଥିଲା। ଫଳତଃ ସେମାନେ ଗତ ମାସରେ ନୂଆ ଜୋତା ଯୋଗାଇ ଦେବାପାଇଁ ଅନୁରୋଧ କରିଥିଲେ। କିନ୍ତୁ ସଡ଼କ ପରିବହନ ଜରିଆରେ ଆସିଥିବାରୁ ଜୋତା ପହଞ୍ଚତ୍ବାରେ ବିଳମ୍ବ ଘଟିଥିଲା। ଏପରି କାହିଁକି ଘଟିଲା ତା’ର କାରଣ ଜାଣିବା ପାଇଁ ରିପୋର୍ଟ ମଗାଯାଇଥିବା ସେ କହିଛନ୍ତି। ପ୍ରଭାକରନ କହିଛନ୍ତି, ତାଙ୍କ ନିକଟରେ ଯାହା ଖବର ରହିଛି ୩ରୁ ୪ଜଣ ଖେଳାଳି ଛୋଟ ସାଇଜ୍‌ର ବୁଟ୍‌୍‌ ବ୍ୟବହାର କରୁଥିଲେ, ସେମାନେ ବଡ଼ ସାଇଜ୍‌ର ବୁଟ୍‌ ଚାହିଁଥିଲେ। କିନ୍ତୁ ଏହି ବୁଟ୍‌ଗୁଡ଼ିକ ବିଳମ୍ବରେ ଆସି ପହଞ୍ଚତ୍ଲା। ଫୁଟ୍‌ବଲରମାନେ ନୂଆ ଜୋତା ବ୍ୟବହାର କଲାବେଳେ ପ୍ରଥମ ଦିବସରେ ସହଜ ଅନୁଭବ କରି ନ ଥାନ୍ତି। ନୂଆ ବୁଟ୍‌ ସହ ଅଭ୍ୟସ୍ତ ହେବାକୁ କିଛି ସମୟ ଲାଗିଥାଏ। ଭାରତ ମଙ୍ଗଳବାର ଓପନିଂ ମ୍ୟାଚରେ ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍‌ଏ)ଠାରୁ ୦-୮ଗୋଲରେ ପରାସ୍ତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri