Categories: ଖେଳ

ଆଇପିଏଲ୍‌ ପୂର୍ବରୁ ଆହତ ହେଲେ ଏହି ଖେଳାଳି, ୩ ଦଳର ବଢିଲା ଚିନ୍ତା

ଲଣ୍ଡନ,୩୧।୮: ନିକଟରେ ଦି ହଣ୍ଡ୍ରେଡ ଲିଗରେ ୨୭ ଟି ଛକା ଓ ୨୨ ଚୌକା ସହ ୩୫୮ ରନ ସ୍କୋର କରିଥିବା ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଲିଆମ ଲିଭିଙ୍ଗଷ୍ଟୋନ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଆଘାତ ଇଂଲଣ୍ଡ ଦଳ, କାଉଣ୍ଟି ଦଳ ଲାଙ୍କଶେୟାର ଏବଂ ଆଇପିଏଲ ଫ୍ରାଞ୍ଚାଇଜ ରାଜସ୍ଥାନ ରୟାଲ୍ସରକୁ ଚିନ୍ତାରେ ପକାଇଛି। ୱାର୍‌ଶେୟାର୍‌ ଏବଂ ଲାଙ୍କଶେୟାର ମଧ୍ୟରେ ଚାଲିଥିବା କାଉଣ୍ଟି ଚାମ୍ପିଅନସିପର ଡିଭିଜନ ୧ ମ୍ୟାଚରେ ଫିଲ୍ଡିଂ କରୁଥିବାବେଳେ ଲିଭିଙ୍ଗଷ୍ଟୋନ ଆହତ ହୋଇଥିଲେ। ସେ ବ୍ରାଉଣ୍ଡ୍ରି ପାଖରେ ବଲକୁ ଅଟକାଇବା ବେଳେ ତାଙ୍କ କାନ୍ଧରେ ଆଘାତ ଲାଗିଥିଲା । ଏହା ପରେ ଯନ୍ତ୍ରଣାରେ ଛଟପଟ ହୋଇ ପଡ଼ିଆ ବାହାରକୁ ଯାଇଥିଲେ। ତାଙ୍କ ସ୍ଥାନରେ ରିଚାର୍ଡ ଗ୍ଲାସନ ଫିଲ୍ଡି କରିଥିଲେ। ତାଙ୍କ ଆଘାତର ଗମ୍ଭୀରତାକୁ ନେଇ ଦଳ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଅପଡେଟ୍‌ ହୋଇନାହିଁ, କିନ୍ତୁ ଏହା ୩ ଟିମର ଟେନସନକୁ ବଢାଇ ଦେଇଛି।
ଆଇପିଏଲ୍‌ ଦ୍ୱିତୀୟ ପର୍ଯ୍ୟାୟ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଯାଉଛି। ଏଥି ସହ ଭାରତ ବିପକ୍ଷ ଓଭାଲ ଟେଷ୍ଟରେ ଇଂଲଣ୍ଡ ଦଳରେ ଲିଭିଙ୍ଗଷ୍ଟୋନ ସାମିଲ ହେବା ନେଇ ଚର୍ଚ୍ଚା ହୋଇଥିଲା। ଲିଭିଙ୍ଗଷ୍ଟୋନ ବିଷୟରେ ଇଂଲଣ୍ଡର ଚିନ୍ତା କେବଳ ଭାରତ ବିପକ୍ଷ ଟେଷ୍ଟ ସିରିଜ ନୁହେଁ, ୨ ରୁ ୩ ମାସ ମଧ୍ୟରେ ହେବାକୁ ଥିବା ଟି -୨୦ ବିଶ୍ୱକପ ମଧ୍ୟ। ଲିଭିଙ୍ଗଷ୍ଟୋନ ଏବେ ଚମତ୍କାର ଫର୍ମରେ ଅଛନ୍ତି। ଡାହାଣହାତୀ ବ୍ୟାଟ୍ସମ୍ୟାନ ଲିଭିଙ୍ଗଷ୍ଟୋନ ନିକଟରେ ବର୍ମିଂହାମ ଫିନିକ୍ସକୁ ଦି ହଣ୍ଡ୍ରେଡ୍‌ ଲିଗର ଫାଇନାଲକୁ ନେଇଥିଲେ। ଲିଭିଙ୍ଗଷ୍ଟୋନ ଟୁର୍ନାମେଣ୍ଟରେ ସର୍ବାଧିକ ୩୪୮ ରନ ସଂଗ୍ରହ କରିଥିଲେ।

Share