Categories: ଖେଳ

ଶତକ ନ ମାରି ବି କ୍ରିକେଟରେ ସର୍ବାଧିକ ରନ୍‌ କରିଛନ୍ତି ଏହି ଖେଳାଳି: ଆଜି ବି ଭାଙ୍ଗିନି ରେକର୍ଡ

ନୂଆଦିଲ୍ଲୀ,୨୬।୬: କ୍ରିକେଟ ଇତିହାସରେ ଅନେକ ଖେଳାଳି ଏଭଳି ଅଛନ୍ତି ଯିଏ ନିଜର ଅଜବ ରେକର୍ଡକୁ ନେଇ ଆଜିବି ପରିଚିତ। ସେଭଳି ଜଣେ ହେଲେ ଅଷ୍ଟ୍ରେଲିଆର ଅଭିଜ୍ଞ ସେନ୍‌ ଓ୍ବାର୍ନ। ଉଇକେଟ ସହ ରନ୍‌ କରିବାକୁ ନେଇ ସେ ଚର୍ଚ୍ଚାରେ ରହୁଥିଲେ ହେଁ ଗୋଟିଏ ବି ଶତକ ମାରିନାହାନ୍ତି। ଏଣୁ ସେ ବିନା ଶତକରେ ଟେଷ୍ଟ କ୍ରିକେଟରେ ସର୍ବାଧିକ ରନ୍‌ କରିଥିବା ଖେଳାଳି ଭାବେ ବିବେଚିତ ହୋଇଥାନ୍ତି।

ଅଷ୍ଟ୍ରେଲିଆର ଏହି ପୂର୍ବତନ ମହାନ କ୍ରିକେଟର ଦଳ ପାଇଁ ୧୯୯୨ରୁ ୨୦୦୭ ଯାଏ କ୍ରିକେଟ ଖେଳିଥିଲେ। ସେ ୧୪୫ ଟେଷ୍ଟ ମ୍ୟାଚ୍‌ର ୧୯୯ ପାଳିରେ ୩୧୫୪ରନ୍‌ କରିଛନ୍ତି। ହେଲେ ସେଥିରେ ଗୋଟିଏ ମଧ୍ୟ ଶତକ ନାହିଁ। ଏକଦା ତାଙ୍କ ପାଖରେ ଶତକ ମାରିବାର ସୁଯୋଗ ଥିଲା। ହେଲେ ସେ ଗୋଟିଏ ରନ୍‌ ପଛରେ ରହିଯାଇଥିଲେ। ଏଣୁ ଏବେ ବି ୯୯ ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ଭାବେ ରହିଛି।

ଟେଷ୍ଟ କ୍ରିକେଟରେ ବିନା ଶତକ କରି ସର୍ବାଧିକ ରନ୍‌ କରିଥିବା ଟପ୍‌ ୫ ଖେଳାଳି:
ସେନ୍‌ ଓ୍ବାର୍ନ-୩୧୫୪ରନ୍‌
ଚେତନ ଚୌହାନ-୨୦୮୪ରନ୍‌
ନିରୋଶନ ଡିକବେଲା-୨୦୬୪ରନ୍‌
ଡିଏଲ୍‌ ମୁରେ-୧୯୯୩ରନ୍‌
ମେଲକମ୍‌ ମାର୍ଶଲ-୧୮୧୦ ରନ୍‌

 

Share