Categories: ଖେଳ

ସେହ୍ବାଗଙ୍କ ବିସ୍ଫୋରକ ସଟ୍‌ ଦେଖି ଡରିଯାଉଥିଲେ ଏହି ଖେଳାଳି, କହୁଥିଲେ…

ଭାରତୀୟ ଦଳର ପୂର୍ବତନ ବିସ୍ଫୋରକ ଓପନର୍‌ ବୀରେନ୍ଦ୍ର ସେହ୍ବାଗ୍‌ ଯଦିଓ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କରିସାରିଛନ୍ତି କିନ୍ତୁ ଆଜି ବି ତାଙ୍କ ବ୍ୟାଟିଂକୁ ଦର୍ଶକ ଭୁଲି ପାରିନାହାନ୍ତି। ନିକଟରେ ସେ ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ନେଇ ଏକ ରୋଚକ ତଥ୍ୟ ଉନ୍ମୋଚନ କରିଛନ୍ତି। ସେ କହିଛନ୍ତି, ମୁଁ ଯେ ବି ଗାଙ୍ଗୁଲିଙ୍କ ସହ ବ୍ୟାଟିଂ କରିଥାଏ ସେତେବେଳେ ସେ ଏତେ ଭୟଭୀତ ହୋଇଯାନ୍ତି ଯେ, ମୋତେ ଧିମା ଖେଳିବାକୁ ପ୍ରବର୍ତ୍ତାଇ ଥାନ୍ତି। କିନ୍ତୁ ମୁଁ ତାଙ୍କ କଥା ନ ଶୁଣି ମୋ ଚିରାଚରିତ ଖେଳ ପ୍ରଦର୍ଶନ କରେ। କହିବାକୁ ଗଲେ ମୋତେ ଧିମା ଖେଳିବା ପସନ୍ଦ ନୁହେଁ। ତେଣୁ ମୁଁ ଆଉଟ୍‌ ହୋଇଯିବାର ଡର ନ ଥାଏ। ନିଜ ଇଚ୍ଛା ଅନୁସାରେ ସଟ୍‌ ମାରେ ବୋଲି ସେହଓ୍ବାଗ୍‌ କହିଛନ୍ତି।

Share