Categories: ଖେଳ

ଆଇପିଏଲ୍‌ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଖେଳିବାକୁ ମନା କରିଦେଲେ ଏହି ଖେଳାଳି: ଦଳକୁ ଝଟ୍‌କା

ନୂଆଦିଲ୍ଲୀ,୨୧।୩: ଆଇପିଏଲ୍‌ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ରାଜସ୍ଥାନ ରୟାଲ୍ସକୁ ଏକ ବଡ଼ ଝଟ୍‌କା ଲାଗିଛି। ଦଳର ଷ୍ଟାର ଖେଳାଳି ଆଡାମ ଜାମ୍ପା ଆଇପିଏଲରୁ ଓହରି ଯାଇଛନ୍ତି। ଆଇପିଏଲ ୨୦୨୪ରେ ରାଜସ୍ଥାନ ରୟାଲ୍ସର ପ୍ରଥମ ମ୍ୟାଚ ଲକ୍ଷ୍ନୌ ସୁପର ଜିଆଣ୍ଟସ ବିପକ୍ଷରେ ରହିଛି। ଏହି ମ୍ୟାଚ ୨୪ ମାର୍ଚ୍ଚରେ ଜୟପୁରରେ ଖେଳାଯିବ।
ଅଷ୍ଟ୍ରେଲୀୟ ଖେଳାଳି ଆଡାମ ଜାମ୍ପାଙ୍କୁ ୧.୫୦ କୋଟିରେ ରାଜସ୍ଥାନ ଦଳ କିଣିଥିଲା। ରାଜସ୍ଥାନ ଏପର୍ଯ୍ୟନ୍ତ ଜାମ୍ପାଙ୍କ ସ୍ଥାନରେ ନୂଆ ଖେଳାଳି ଘୋଷଣା କରିନାହାଁନ୍ତି।
ବ୍ୟକ୍ତିଗତ କାରଣରୁ ଆଡାମ ଜାମ୍ପା ଏହି ତାଙ୍କ ନାମ ପ୍ରତ୍ୟାହାର କରି ନେଇଛନ୍ତି। ସେ ଜାମ୍ପା ଦୀର୍ଘ ସମୟ ଧରି କ୍ରିକେଟ ଖେଳୁଥିଲେ। ସେ ବିଗ ବାସ ଲିଗ, ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ, ନ୍ୟୁଜିଲାଣ୍ଡ ଏବଂ ବିଶ୍ୱକପ ୨୦୨୩ ବିପକ୍ଷରେ ସିରିଜ ଖେଳିଥିଲେ। ବର୍ତ୍ତମାନ ସେ ଏକ ବିରତି ନେଇଛନ୍ତି। ଜାମ୍ପାଙ୍କ ଅନୁପସ୍ଥିତି ରାଜସ୍ଥାନ ପାଇଁ କିଛି କ୍ଷତି ହୋଇପାରେ।

Share