Categories: ଖେଳ

ଗୋଟିଏ ଦିନରେ ୭୪୩ କୋଟି ଟଙ୍କା ରୋଜଗାର କଲେ ଏହି ଖେଳାଳି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଦୁନିଆର ସବୁଠାରୁ ଧନୀ କ୍ରିକେଟର ଭାବେ ଜଣାଶୁଣା। କୋହଲିଙ୍କ ବାର୍ଷିକ ଆୟ ୨୦୦ କୋଟି। କିନ୍ତୁ ଆପଣ ଜାଣନ୍ତି କି ଜଣେ ଖେଳାଳି ମଧ୍ୟ ଅଛନ୍ତି ଯିଏ କେବଳ ଗୋଟିଏ ମ୍ୟାଚରେ ଭାରତୀୟ ଅଧିନାୟକଙ୍କ ବାର୍ଷିକ ରୋଜଗାରଠାରୁ ୫୪୩ କୋଟି ଟଙ୍କା ଅଧିକ ରୋଜଗାର କରିଛନ୍ତି। ଆମେରିକୀୟ ପେସାଦାର ବକ୍ସର ଫ୍ଲଏଡ ମେୱେଦର ଗତ ମାସରେ ୟୁଟ୍ୟୁବର୍‌ ଲୋଗାନ ପଲଙ୍କ ସହ ଲଢେଇରେ ୧୦୦ ମିଲିୟନ ଡଲାର୍‌ ରୋଜଗାର କରିଥିଲେ। ଅର୍ଥାତ ଭାରତୀୟ ଟଙ୍କା, ଫ୍ଲଏଡ କେବଳ ଗୋଟିଏ ମ୍ୟାଚରେ ୭୪୨ କୋଟି ଟଙ୍କା ରୋଜଗାର କରିଥିଲେ।


ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଫ୍ଲଏଡ ଏବଂ ଲୋଗାନ ମଧ୍ୟରେ ଏହି ଲଢେଇ ନକଲି ଥିଲା। ଫ୍ଲଏଡ ନିଜେ ଏହା ପ୍ରକାଶ କରିଛନ୍ତି। ଫ୍ଲଏଡଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ କହିଛନ୍ତି ଯେ, ଏକ ନକଲି ଲଢେଇରୁ ସେ ୧୦୦ ମିଲିୟନ ଡଲାର ରୋଜଗାର କରିଛନ୍ତି। ଜୁନ ୬ରେ ଫ୍ଲଏଡ ଏବଂ ଲୋଗାନ ପଲ ମଧ୍ୟରେ ଏକ ମ୍ୟାଚ ହୋଇଥିଲା। ଏହି ମ୍ୟାଚ ୮ ରାଉଣ୍ଡ ପର୍ଯ୍ୟନ୍ତ ଚାଲିଥିଲା ଏବଂ ଫ୍ଲଏଡ ଲୋଗାନ ପଲ୍‌ଙ୍କୁ ନକ୍‌ଆଉଟ୍‌ କରିପାରି ନ ଥିଲେ। ଏହି ମ୍ୟାଚ ପରେ ଫ୍ଲଏଡଙ୍କୁ ସମଗ୍ର ବିଶ୍ୱରେ ସମାଲୋଚନା କରାଯାଇଥିଲା କିନ୍ତୁ ଫ୍ଲଏଡ କହିଛନ୍ତି ଯେ, ସେ ଏହି ଲଢେଇରୁ ୭୪୨ କୋଟି ରୋଜଗାର କରିଥିବାରୁ ସେ ଏହି ସବୁ ଜିନିଷ ପ୍ରତି ଧ୍ୟାନ ଦିଅନ୍ତି ନାହିଁ।


ଫ୍ଲଏଡ ତାଙ୍କ ବୃତ୍ତିଗତ ବକ୍ସିଂ କ୍ୟାରିୟରରେ ଗୋଟିଏ ବି ମ୍ୟାଚ ହାରି ନ ଥିଲେ। ସେ ୨୦୧୭ ରେ ଅବସର ନେଇଥିଲେ ଏବଂ ସେ ତାଙ୍କ କ୍ୟାରିୟରର ସମସ୍ତ ୫୦ ଟି ମ୍ୟାଚ ଜିତିଥିଲେ। ଫ୍ଲଏଡ ୨୦୨୦ ସୁଦ୍ଧା ୪୫୦ ମିଲିୟନ ଡଲାର ରୋଜଗାର କରିଥିଲେ, କିନ୍ତୁ ଚଳିତ ବର୍ଷ ମେ ମାସରେ ସେ ଦାବି କରିଛନ୍ତି ଯେ ସେ ତାଙ୍କ କ୍ୟାରିୟରରେ ୧.୨ ବିଲିୟନ ଡ଼ଲାର୍‌ ଟଙ୍କା ରୋଜଗାର କରିଛନ୍ତି। ଫ୍ଲଏଡ ମଧ୍ୟ ଅନେକ ବିଳାସପୂର୍ଣ୍ଣ ଗାଡିର ମାଲିକ। ତାଙ୍କ ପାଖରେ ବୁଗାଟୀ ଗ୍ରାଣ୍ଡ ସ୍ପୋର୍ଟ, ବୁଗାଟୀ ଭେରନ, ଲମ୍ବୋର୍ଗିନି ଆଭେଣ୍ଟାଡୋର, ଫେରେରୀ ୫୯୯ ଜିଟିବି ଫିଓରାନୋ ଭଳି ଗାଡି ଅଛି। ଏହା ବ୍ୟତୀତ ତାଙ୍କର ଅନେକ ରୋଲ୍ସ ରୋଏସ ଏବଂ ବେଣ୍ଟଲେ ମଧ୍ୟ ଅଛି। ଫ୍ଲଏଡଙ୍କ ଅନେକ ଘରୋଇ ଜେଟ ଅଛି ଯାହାର ମୂଲ୍ୟ ୩୩୪ କୋଟି ଟଙ୍କା। ଫ୍ଲଏଡ ମଧ୍ୟ ଘଣ୍ଟାକୁ ଭଲ ପାଆନ୍ତି ଏବଂ ତାଙ୍କର ପ୍ରାୟ ୫୦ କୋଟି ମୂଲ୍ୟର ଘଣ୍ଟା ଅଛି।

Share