ଏନ୍‌ଟିପିସିର ଯୋଜନାବଦ୍ଧ ଚକ୍ରାନ୍ତ

ତାଳଚେର,୨୪ା୩ (ନି.ପ୍ର.) – ଶ୍ରମିକମାନେ କାମକୁ ନ ଆସିବାରୁ ତାଳଚେର ଥର୍ମାଲ ପାଓ୍ବାର ଷ୍ଟେଶନ (ଟିଟିପିଏସ୍‌)ର ସମସ୍ତ ୟୁନିଟ୍‌ ବନ୍ଦ କରାଯିବାକୁ ନେଇ ଶ୍ରମିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହା ଏନ୍‌ଟିପିସି କର୍ତ୍ତୃପକ୍ଷଙ୍କ ଯୋଜନାବଦ୍ଧ ଚକ୍ରାନ୍ତ ବୋଲି ଶ୍ରମିକମାନଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି। ଶ୍ରମିକ ଏକତା ମଞ୍ଚ ପକ୍ଷରୁ କୁହାଯାଇଛି ଯେ, କୋଇଲା ଫିଡ଼ିଙ୍ଗ ହୋଇ ନ ପାରିବା କେବଳ ଏକ ବାହାନା। ଅନେକ ସମୟରେ ତାଳଚେରରେ ଆନ୍ଦୋଳନ ହୁଏ। ଏଥିଯୋଗୁ ଟ୍ରକ୍‌ ଓ ଟେନ୍‌ରେ କୋଇଲା ପରିବହନ ଦିନ ଦିନ ଧରି ବନ୍ଦ ରହିଥାଏ। ତଥାପି ଟିଟିପିଏସ୍‌ରୁ ବିଦ୍ୟୁତ୍‌ ଉତ୍ପାଦନ କୌଣସି ଦିନ ସମ୍ପୂର୍ଣ୍ଣ ବନ୍ଦ ହୋଇ ନ ଥିଲା। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଦେଶ କାର୍ଯ୍ୟକାରୀ ନ କରି ଏନ୍‌ଟିପିସି କର୍ତ୍ତୃପକ୍ଷ ଟିଟିପିଏସ୍‌ର ଏହି ପୁରୁଣା ପ୍ଲାଣ୍ଟକୁ ବେଆଇନ ଭାବେ ବନ୍ଦ କରିବାକୁ ଯାଇ ଶ୍ରମିକମାନଙ୍କ ମୁଣ୍ଡରେ ଦୋଷ ଲଦୁଛନ୍ତି। ଏ ନେଇ ଅତି ଗୋପନୀୟ ଭାବେ ପୂର୍ବରୁ ପଦକ୍ଷେପ ନିଆଯାଉଥିଲା। ଏପ୍ରିଲ୍‌ ୧ରୁ କାର୍ଯ୍ୟକୁ ନ ଆସିବାକୁ ଠିକା ଶ୍ରମିକମାନଙ୍କୁ ଠିକାଦାରଙ୍କ ମାଧ୍ୟମରେ ନୋଟିସ ଦିଆଯାଇଥିଲା। ସେହିପରି ଗତ ଶନିବାର ପ୍ଲାଣ୍ଟର ୭୮ ଜଣ କର୍ମଚାରୀଙ୍କୁ ରାତିଅଧିଆ ଅନ୍ୟତ୍ର ବଦଳି କରିଦିଆଯାଇଥିଲା। ତେଣୁ ଟିଟିପିଏସ୍‌କୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଏହା କର୍ତ୍ତୃପକ୍ଷଙ୍କ ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି ଏକତା ମଞ୍ଚ ପକ୍ଷରୁ କୁହାଯାଇଛି।

ଏକଚ୍ଛତ୍ରବାଦ ନିଷ୍ପତ୍ତି
ବହୁ ସଂଖ୍ୟକ ଶ୍ରମିକ, କର୍ମଚାରୀଙ୍କ ଭବିଷ୍ୟତ ସମ୍ପର୍କରେ ଚିନ୍ତା ନ କରି ଗଣତନ୍ତ୍ରରେ ଏକଚ୍ଛତ୍ରବାଦ ନିଷ୍ପତ୍ତି ଭବିଷ୍ୟତ ପାଇଁ ଶୁଭଙ୍କର ନୁହେଁ। ଏହାଦ୍ୱାରା ଶ୍ରମିକମାନେ ରୋଜଗାର ହରାଇବେ। ତାଳଚେରର ଅର୍ଥନୀତି ପ୍ରଭାବିତ ହେବ।
-ମହେଶ ସାହୁ, ଏମ୍‌ପି ଢେଙ୍କାନାଳ
ନୂଆ ୟୁନିଟ୍‌ ସ୍ଥାପନ କରାଯାଉ
ଟିଟିପିଏସ୍‌ର ପୁରୁଣା ପ୍ଲାଣ୍ଟ ଚାଲୁ ରଖିବା ସହ ନୂତନ ପ୍ଲାଣ୍ଟ ନିର୍ମାଣ କରାଯିବା ପାଇଁ ସୁରକ୍ଷା ମଞ୍ଚ ପକ୍ଷରୁ ଦାବି କରାଯାଇଥିଲା। କିନ୍ତୁ ଏନ୍‌ଟିପିସି କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେଲେନାହିଁ। କେନ୍ଦ୍ର ସରକାର ନୂଆ ୟୁନିଟ୍‌ ସ୍ଥାପନ ପାଇଁ ପଦକ୍ଷେପ ନେଲେ ଭଲ ହେବ।
– ମୁରଲୀଧର ସାହୁ, ସୁରକ୍ଷାମଞ୍ଚ ସଭାପତି
ବେଆଇନ ପଦକ୍ଷେପ
ଶ୍ରମିକ, ପ୍ରଶାସନକୁ ଅବଗତ ନ କରି ଯେଭଳି ଭାବେ ଟିଟିପିଏସ୍‌ରୁ ବିଦ୍ୟୁତ୍‌ ଉତ୍ପାଦନ ବନ୍ଦ ରଖାଯାଇଛି, ତାହା ବେଆଇନ ଓ ଜନବିରୋଧୀ ପଦକ୍ଷେପ। ଏନ୍‌ଟିପିସି କର୍ତ୍ତୃପକ୍ଷ ଏପରି କାର୍ଯ୍ୟରୁ ନିବୃତ୍ତ ରହିଲେ ଶ୍ରମିକ ଓ ରାଜ୍ୟବାସୀଙ୍କ ମଙ୍ଗଳ ହେବ।
-ଛବି ସାହୁ, ଓକିଲ ସଂଘ ତଥା ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି
ଶ୍ରମିକଙ୍କୁ ଦୋଷ ଦେବା ନିନ୍ଦନୀୟ
ଠିକାଦାରଙ୍କଠାରୁ ନୋଟିସ ପାଇବା ପରେ ମଧ୍ୟ ଶ୍ରମିକମାନେ ଆଗ୍ରହର ସହିତ କାମ କରୁଥିଲେ। କିନ୍ତୁ ଶ୍ରମିକମାନେ କାମକୁ ନ ଆସିବାରୁ ପ୍ଲାଣ୍ଟରୁ ବିଦ୍ୟୁତ୍‌ ଉତ୍ପାଦନ ବନ୍ଦ ରହିଥିବା ନେଇ କର୍ତ୍ତୃପକ୍ଷ ସଫେଇ ଦେବା ନିନ୍ଦନୀୟ।
-ସରୋଜ କୁମାର ନାଥ, କାର୍ଯ୍ୟକାରୀ ସଭାପତି, ଏକତା ମଞ୍ଚ
ବିଭେଦ ସୃଷ୍ଟି ଉଦ୍ୟମ
ଏନ୍‌ଟିପିସି କର୍ତ୍ତୃପକ୍ଷ ନିଜେ ପ୍ଲାଣ୍ଟ ବନ୍ଦ କରିଥିବାବେଳେ ଶ୍ରମିକଙ୍କ ମୁଣ୍ଡରେ ଦୋଷ ଲଦୁଛନ୍ତି। ଏମିତି କରି ଶ୍ରମିକମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି ସହ ଫାଇଦା ନେବାକୁ ଅପଚେଷ୍ଟା କରାଯାଉଛି। ସେଥିରୁ ନିବୃତ୍ତ ରହି ଶ୍ରମିକଙ୍କୁ କର୍ମସଂସ୍ଥାନ ଯୋଗାଇଦିଅନ୍ତୁ।
-ବିନୋଦ ସାମଲ, ସଭାପତି
ଏନ୍‌ଟିପିସି ଅନ୍ୟାୟ କରିଛି
ଟିଟିପିଏସ୍‌ ଅଧିଗ୍ରହଣ ଏବଂ ହସ୍ତାନ୍ତର ଧାରା ୧୯୯୪ ବଳରେ ତାଳଚେର ଥର୍ମାଲକୁ ଏନ୍‌ଟିପିସିକୁ ହସ୍ତାନ୍ତର କରାଯାଇଥିଲ। ପରିବେଶଜନିତ ସମସ୍ତ ଅସୁବିଧା ଦୂରକରି ପ୍ଲାଣ୍ଟର କାର୍ଯ୍ୟକାଳ ବଢ଼ାଇବାକୁ ଉକ୍ତ ଧାରାରେ ଉଲ୍ଲେଖ ଥିଲା। କନ୍ତୁି ଏନ୍‌ଟିପିସି ଅନ୍ୟାୟ କରିଛି।
-ସମର ସାହୁ, ସମ୍ପାଦକ, ଏନ୍‌ଟିପିସି ପାୱାର ୱାର୍କର୍ସ ୟୁନିୟନ


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

ଥୁଆମୂଳ ରାମପୁରରେ ବାଘ ଆତଙ୍କ: ଜନଗହଳିପୂର୍ଣ୍ଣ ସାପ୍ତାହିକ ବଜାର ନିକଟରେ ବୁଲୁଛି ମହାବଳ, ଭୟଭୀତ ଅଞ୍ଚଳବାସୀ…

ଥୁଆମୂଳ ରାମପୁର, ୨୪।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜଲା ଥୁଆମୂଳ ରାମପୁର ବ୍ଲକ ତଳଆମ୍ବ ପଦର ପଞ୍ଚାୟତ ଅଞ୍ଚଳରେ ଏବେ ବାଘ ଆତଙ୍କ ଖେଳିଯାଇଛି। ମୁଖ୍ୟ ରାସ୍ତା…

ଥୁଆମୂଳ ରାମପୁରରେ ମା’ ଗଙ୍ଗାଦୀଙ୍କ ଚୈତ୍ର ଯାତ୍ରା ଆରମ୍ଭ: ଅନ୍ଧାରରେ ମା’ଙ୍କ ପରିକ୍ରମା, ପୂଜା କମିଟିର ଅବ୍ୟବସ୍ଥାକୁ ନେଇ …

ଥୁଆମୂଳ ରାମପୁର, ୨୪।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପାରମ୍ପରିକ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମା’ ଗଙ୍ଗାଦୀ ଠାକୁରାଣୀଙ୍କ ପ୍ରସିଦ୍ଧ ୮…

ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଉତ୍ସବମୁଖର ତିଳେଶ୍ୱର ଗାଁ: ପୋଷ୍ୟ ଗ୍ରାମ ଘୋଷଣା କଲା ବ୍ଲକ ପ୍ରଶାସନ

ଦିଗପହଣ୍ଡି, ୨୪।୩ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତର ଐତିହାସିକ ଗ୍ରାମ ତିଳେଶ୍ୱର ଏବେ ଉତ୍ସବମୁଖର। ମଙ୍ଗଳବାରଠାରୁ ଗ୍ରାମଦେବତୀ ମା’ ବୁଢ଼ୀ…

ରେଳମନ୍ତ୍ରୀଙ୍କୁ ଭେଟିଲେ ଏମପି ପ୍ରଦୀପ ପୁରୋହିତ: ପଶ୍ଚିମ ଓଡ଼ିଶାର ରେଳ ସମସ୍ୟାର ସମାଧାନ ପାଇଁ…

ବରଗଡ,୨୪।୩(ପ୍ରେମାନନ୍ଦ ଖମାରୀ) – ପଶ୍ଚିମ ଓଡ଼ିଶାରେ ରେଳ ବିକାଶ ନେଇ ବରଗଡ଼ ଲୋକସଭା ସାଂସଦ(ଏମପି) ପ୍ରଦୀପ ପୁରୋହିତ ମଙ୍ଗଳବାର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କଠାରେ ଦାବି କରିଛନ୍ତି।…

ପାଣି ଟାଙ୍କିରେ ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଫିଙ୍ଗି ଦେଇଥିବା ସନ୍ଦେହ, ଖୋଳତାଡ଼ କରୁଛି…

ବଲାଙ୍ଗୀର, ୨୪।୩ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ଡୁଙ୍ଗିବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଚେକ୍‌ ଡ୍ୟାମ…

ପୁଣି ଅଶାନ୍ତ ବରଗଡ଼: ଅଟୋ ଚାଳକଙ୍କୁ ସାଇଡ୍‌ ଦେବାକୁ କହିବାରୁ ଭୁଜାଲି ମାଡ଼, ଭୟଭୀତ ସହରବାସୀ…

ବରଗଡ଼, ୨୪।୩ (ପ୍ରେମାନନ୍ଦ ଖମାରୀ): କିଛି ଦିନର ଶାନ୍ତି ପରେ ବରଗଡ଼ ସହର ପୁଣି ଅଶାନ୍ତ ହୋଇପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଟାଉନ ଥାନା ସମ୍ମୁଖ ହାଟପଦା…

ଭଞ୍ଜନଗରରେ ବଢୁଛି ଦୁର୍ଘଟଣା: ୪ ଘଣ୍ଟାରେ ୩ ଦୁର୍ଘଟଣା, ଜଣେ ମୃତ, ଦୁଇ ଗୁରୁତର…

ଭଞ୍ଜନଗର, ୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ଦୁର୍ଘଟଣା ହାର ବଢ଼ିବାରେ ଲାଗିଛି। ମଙ୍ଗଳବାର ମାତ୍ର ୪ ଘଣ୍ଟା ମଧ୍ୟରେ ଘଟିଥିବା ତିନୋଟି ପୃଥକ ପୃଥକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri