ଖୁବ୍‌ଶୀଘ୍ର ଉତ୍‌କେଲା, ଜୟପୁରରୁ ବିମାନ ଉଡ଼ିବ

ଭୁବନେଶ୍ୱର,୪ା୭(ବ୍ୟୁରୋ): ରାଜ୍ୟର ଆଉ ୨ଟି ଏୟାରଷ୍ଟ୍ରିପ୍‌ ଭବାନୀପାଟଣା ନିକଟସ୍ଥ ଉତ୍‌କେଲା ଓ ଜୟପୁରରୁ ଖୁବ୍‌ଶୀଘ୍ର ବିମାନ ଉଡ଼ାଣ ହେବ। ଏହି ଦୁଇଟି ବିମାନବନ୍ଦରକୁ କେନ୍ଦ୍ର ସରକାରଙ୍କ ଉଡାନ ସ୍କିମ୍‌ ସହାୟତାରେ ବିକଶିତ କରାଯାଉଛି। ଭୁବନେଶ୍ୱରରୁ ଉତ୍‌କେଲା, ଉତ୍‌କେଲାରୁ ଜୟପୁର, ଭୁବନେଶ୍ୱରରୁ ଜୟପୁର ଏବଂ ଜୟପୁରରୁ ଉତ୍‌କେଲାକୁ ବିମାନ ଚଳାଚଳ କରିବ। ଏ ନେଇ ଉଡାନ ଯୋଜନାରେ ଟେଣ୍ଡର ଆହ୍ବାନ କରାଯାଇଛି। ଶନିବାର ଖାରବେଳ ଭବନଠାରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଉଷା ପାଢ଼ୀ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ସଚିବ ମଧୁସୂଦନ ପାଢ଼ୀ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ସହିତ ଏ ନେଇ ବିସ୍ତୃତ ଆଲୋଚନା କରିଛନ୍ତି। ରାଜ୍ୟର ପୁରୀ, ରାଉରକେଲା, ଭବାନୀପାଟଣା ଏବଂ ଜୟପୁର ବିମାନବନ୍ଦର ସମ୍ପର୍କରେ ବୈଠକରେ ଆଲୋଚନା ହୋଇଛି। ଆସନ୍ତା କିଛି ମାସ ମଧ୍ୟରେ ଏହି ଏୟାରଷ୍ଟ୍ରିପ୍‌ଗୁଡ଼ିକରୁ ବିମାନ ଚଳାଚଳ କରିବ ବୋଲି ଉଷା ପାଢ଼ୀ କହିଛନ୍ତି। ରାଜ୍ୟରେ ରାଉରକେଲା, ଉତ୍‌କେଲା ଓ ଜୟପୁର ଛୋଟ ବିମାନବନ୍ଦର ରହିଛି। ଉତ୍‌କେଲା ଓ ଜୟପୁରକୁ ଉଡାନ ଯୋଜନାରେ ସାମିଲ କରାଯାଇଥିବାବେଳେ ରାଉରକେଲା ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ(ଏଏଆଇ)ଙ୍କ ଦ୍ୱାରା ଏହା ପରିଚାଳିତ ହେଉଛି। ରାଉରକେଲା ଏବଂ ଜୟପୁର ବିମାନ ବନ୍ଦର ନିର୍ମାଣ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଲାଣି।