Categories: ଜାତୀୟ

ଉଡାଣର କିଛି ସମୟ ପରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଫେରିଆସିଲା ବିମାନ

କୋଲକାତା,୧୮।୧୧: କୋଲକାତା ବିମାନବନ୍ଦରରୁ ଶୁକ୍ରବାର ସକାଳେ ଉଡ଼ାଣ ଭରିଥିବା ଏକ ଇଣ୍ଡିଗୋ ବିମାନ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ପରେ ବିମାନଟି ପୁଣି କୋଲକାତା ବିମାନବନ୍ଦର ଫେରି ଆସିଥିବା ଜଣାପଡିଛି। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସକାଳ ୧୦.୦୫ରେ ୧୫୬ ଜଣ ଯାତ୍ରୀଙ୍କୁ ନେଇ ବିମାନଟି ମୁମ୍ବାଇ ଅଭିମୁଖେ ବାହାରିଥିଲା। ଉଡାଣର କିଛି ସମୟ ମଧ୍ୟରେ ପାଇଲଟ ଏୟାର ଟ୍ରାଫିକ୍‌ ନିୟନ୍ତ୍ରଣକୁ ସୂଚନା ଦେଇଥିଲେ ବିମାନରେ କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁ ସେ ଫେରିବାକୁ ଚାହୁଁଛନ୍ତି। ଏହାପରେ ବିମାନଟି କୋଲକାତା ବିମାନବନ୍ଦରରେ ଅବତରଣ କରିଛି। ଇଞ୍ଜିନିୟରମାନେ ଯାନ୍ତ୍ରିକ ତ୍ରୁଟି ଯାଞ୍ଚ କରୁଛନ୍ତି।

Share