ଆରମ୍ଭ ହେଲା ‘ଛାତ’ ଯୋଜନା

ଭୁବନେଶ୍ୱର,୧୩ା୮(ବ୍ୟୁରୋ): ଭୂତଳ ଜଳ ଉପରେ ନିର୍ଭରତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଥିଯୋଗୁ ଭୂତଳ ଜଳସ୍ତର ହ୍ରାସ ପାଇଚାଲିଛି। ସହରାଞ୍ଚଳରେ ଏହି ସ୍ଥିତି ଉତ୍କଟ ହେଲାଣି। ବର୍ଷା ଜଳକୁ ସଂରକ୍ଷଣ କରିବା ସହ ଭୂତଳ ଜଳ ସଞ୍ଚରଣ କରିବା ପାଇଁ ରାଜ୍ୟ ସରକାର ‘ଛାତ’ (କମ୍ୟୁନିଟି ହାରନେସିଂ ଆଣ୍ଡ ହାରଭେଷ୍ଟିଂ ରେନ୍‌ଓ୍ବାଟର ଆର୍ଟିିଫିସିଆଲି ଫ୍ରମ୍‌ ଟେରାସ ଟୁ ଆକ୍ୟୁଫାୟର) ନାମରେ ଏକ ନୂତନ ଯୋଜନା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ଯୋଜନାକୁ ଅନୁମୋଦନ କରାଯାଇଛି। ଛାତ ଉପରେ ବର୍ଷା ଜଳ ଅମଳ କରିବା ପାଇଁ ରାଜ୍ୟ ସରକାର ଏହି ଯୋଜନା ରାଜ୍ୟର ୫୨ ବ୍ଲକ ଓ ୨୨ ସହରାଞ୍ଚଳରେ କାର୍ଯ୍ୟକାରୀ କରିବେ। ଏ ବାବଦରେ ୨୭୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଆସନ୍ତା ୫ ବର୍ଷ ମଧ୍ୟରେ ୨୯ ହଜାର ବେସରକାରୀ କୋଠା ଏବଂ ୧୯୨୫ ସରକାରୀ କୋଠାରେ ଉକ୍ତ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏହି ଯୋଜନାରେ ଯେଉଁ ବ୍ୟକ୍ତି ନିଜ ଛାତ ଉପରେ ବର୍ଷା ଜଳ ଅମଳ ପ୍ରକଳ୍ପ କରିବେ ତାଙ୍କୁ ୫୫ ହଜାର ଟଙ୍କା ଅଥବା ୫୦ ପ୍ରତିଶତ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ଏହି ଯୋଜନା ଭୂତଳ ଜଳ ଉନ୍ନୟନ ନିର୍ଦ୍ଦେଶାଳୟଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯିବ। ଶୁକ୍ରବାର ଅପରାହ୍ନରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଟ ୧୭ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।
୩ ଜିଲାର ୭.୨୯ ଲକ୍ଷ ଲୋକଙ୍କୁ ମିଳିବ ପାନୀୟ ଜଳ
ଗ୍ରାମାଞ୍ଚଳ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି। ଜଳ ଜୀବନ ମିଶନ(ଜେଜେଏମ୍‌) ଯୋଜନାରେ ସରକାର ଢେଙ୍କାନାଳ, କେନ୍ଦ୍ରାପଡା ଓ ବାଲେଶ୍ୱର ଜିଲାର ୧୦ ବ୍ଲକର ୧୮୮ ପଞ୍ଚାୟତ ଅନ୍ତର୍ଗତ ୧୦୮୪ ଗ୍ରାମର ୭ ଲକ୍ଷ ୨୯ ହଜାର ୪୮୭ ଜଣଙ୍କୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବେ। ଏ ବାବଦରେ ୧୨୧୦.୦୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହି ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି। ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ଢେଙ୍କାନାଳ ଜିଲାର ୪ ବ୍ଲକର ୭୧ ପଞ୍ଚାୟତ ଅନ୍ତର୍ଗତ ୨୬୧ ଗ୍ରାମର ୩୨୨୦୪ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ। କାମାକ୍ଷାନଗର ବ୍ଲକର ୧୩ ପଞ୍ଚାୟତର ୪୬ ଗ୍ରାମର ୫୨୯୧୪ ଜଣ, ପରଜଙ୍ଗ ବ୍ଲକର ୨୯ ପଞ୍ଚାୟତର ୯୨ ଗ୍ରାମର ୧,୩୫,୨୪୩ ଜଣ, କଙ୍କଡ଼ାହାଡ଼ ବ୍ଲକର ୨୧ ପଞ୍ଚାୟତର ୧୦୬ ଗ୍ରାମର ୯୬,୯୭୩ ଜଣ ଓ ସଦର ବ୍ଲକର ୮ ପଞ୍ଚାୟତର ୨୭ ଗ୍ରାମର ୩୭,୦୭୪ ଜଣଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ। ଏହି ପାନୀୟ ଜଳ ପ୍ରକଳ୍ପର ୫୦୧ କୋଟି ୮୫ ଲକ୍ଷ ୮୧ ହଜାର ଟଙ୍କାର ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି। ପ୍ରକଳ୍ପଗୁଡିକ ୨୪ ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେହିପରି କେନ୍ଦ୍ରାପଡ଼ା ଜିଲାର ୩ ବ୍ଲକ ପଟ୍ଟାମୁଣ୍ଡାଇ, ରାଜନଗର ଓ ଗରଦପୁରର ୭୬ ପଞ୍ଚାୟତର ୫୨୨ ଗ୍ରାମର ୪,୩୫,୧୯୦ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ। ଏହି ପ୍ରକଳ୍ପ ପାଇଁ ଡକାଯାଇଥିବା ୪୧୬ କୋଟି ୫୭ ଲକ୍ଷ ୨୯ ହଜାର ୧୮୧ ଟଙ୍କାର ଟେଣ୍ଡରକୁ କ୍ୟାବିନେଟ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପ କାର୍ଯ୍ୟ ୨ ବର୍ଷରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ବାଲେଶ୍ୱର ଜିଲାର ୩ ବ୍ଲକ ବାଲେଶ୍ୱର, ରେମୁଣା ଓ ଖଇରାର ୪୧ଟି ପଞ୍ଚାୟତର ୩୦୧ ଗ୍ରାମର ୨,୬୨,୦୯୩ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ। ଏହି ପ୍ରକଳ୍ପ ପାଇଁ ଡକାଯାଇଥିବା ୨୯୧ କୋଟି ୬୨ ଲକ୍ଷ ୭୭ ହଜାର ଟଙ୍କାର ଟେଣ୍ଡରକୁ କ୍ୟାବିନେଟ ମୋହର ଲାଗିଛି। ପ୍ରକଳ୍ପଗୁଡିକ ୨୪ ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ତାଳଚେର ନିକଟରେ ହେବ ନଦୀଜଳ ସଂରକ୍ଷଣ ପ୍ରକଳ୍ପ
ନଦୀ ଗର୍ଭରେ ବୃହତ୍‌ ଜଳାଶୟ ସୃଷ୍ଟି କରିବା ଲାଗି ରାଜ୍ୟ ସରକାର ୨୦୧୯-୨୦ରୁ ୧୧,୭୦୦ କୋଟି ଟଙ୍କା ବ୍ୟୟରେ ନଦୀଗର୍ଭ ସୀମିତ ଜଳ ସଂରକ୍ଷଣ ଆନିକଟ ନିର୍ମାଣ ପ୍ରକଳ୍ପ ଯୋଜନା କରିଛନ୍ତି। ଏହି ପ୍ରକଳ୍ପ ଜରିଆରେ ଅନୁଗୋଳ ଜିଲାର ତାଳଚେର ବ୍ଲକର ଖଲପାଳ ଗ୍ରାମ ନିକଟରେ ଏକ ଆନିକଟ ସେତୁ ନିର୍ମାଣ ହେବ। ଏହି ପ୍ରକଳ୍ପ ପାଇଁ ୨୧୯ କୋଟି ୫୦ ଲକ୍ଷ ଟଙ୍କା ଏବଂ ୫ ବର୍ଷ ରକ୍ଷଣା ବେକ୍ଷଣ ପାଇଁ ଦେଢ଼ କୋଟି ଟଙ୍କାର ଟେଣ୍ଡରକୁ କ୍ୟାବିନେଟ ଅନୁମୋଦନ କରିଛି। ପ୍ରକଳ୍ପ କାର୍ଯ୍ୟ ୩୩ ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଉକ୍ତ ପ୍ରକଳ୍ପ ପରଜଙ୍ଗ ବ୍ଲକର ୨୨ ଗ୍ରାମ, ତାଳଚେର ବ୍ଲକର ୨୩ ଗ୍ରାମ ଓ ତାଳଚେର ସହର ଲୋକମାନଙ୍କ ନିମନ୍ତେ ପାନୀୟ ଜଳ ଯୋଗାଇବାରେ ସହାୟକ ହେବ। ଏହାଛଡ଼ା ଏହି ପ୍ରକଳ୍ପ ମାଛ ଚାଷ, ପଶୁଧନ ପାଳନ କାର୍ଯ୍ୟ, ସ୍ଥାନୀୟ ଲୋକଙ୍କର ସାମାଜିକ ଓ ଆର୍ଥିକ ଉନ୍ନତି ଦିଗରେ ସହାୟକ ହେବ।
ଜଳ ସଂରକ୍ଷଣ ପ୍ରକଳ୍ପ ତଦାରଖ ପାଇଁ ପିଏମ୍‌ସି ନିଯୁକ୍ତ ହେବେ
ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ନଦୀଗର୍ଭ ସୀମିିତ ଜଳ ସଂରକ୍ଷଣ ଆନିକଟ ନିର୍ମାଣ ପ୍ରକଳ୍ପ, ୬ଟି ବୃହତ୍‌ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ ଏବଂ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ଭୂତଳ ପାଇପ ଦ୍ୱାରା ଜଳସେଚନ ବ୍ୟବସ୍ଥାର ପର୍ଯ୍ୟବେକ୍ଷଣ ପାଇଁ ରାଜ୍ୟ ସରକାର ପ୍ରକଳ୍ପ ପରିଚାଳନା କନସଲଣ୍ଟାଣ୍ଟ (ପିଏମ୍‌ସିି) ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପିଏମ୍‌ସିି ପ୍ରକଳ୍ପଗୁଡିକର ଶେଷ ହେବା ପାଇଁ ଆବଶ୍ୟକ ବୈଷୟିକ ସହାୟତା, ଡିଜାଇନ ଓ ଆକଳନ, ନିର୍ମାଣ ଆଦି କାର୍ଯ୍ୟର ତଦାରଖ କରିବ। ଏହି ପ୍ରକଳ୍ପ ନିର୍ମାଣ ପାଇଁ ୧୧୫ କୋଟି ୭୬ ଲକ୍ଷ ୮୮ ହଜାର ଟଙ୍କାର ଟେଣ୍ଡରକୁ କ୍ୟାବିନେଟ ଅନୁମୋଦନ କରିଛି। ପ୍ରକଳ୍ପ ଆସନ୍ତା ୩୬ ମାସରେ ଶେଷ ହେବ।
ମିଲେଟ୍‌ ମିଶନ ପାଇଁ ୨୮୦୮. ୩୯ କୋଟି
ଆଦିବାସୀ ଅଞ୍ଚଳରେ ପୁଷ୍ଟିକର ଖାଦ୍ୟ ଶସ୍ୟର ବହୁଳ ଉତ୍ପାଦନ ପାଇଁ ରାଜ୍ୟ ସରକାର ୨୦୧୭-୧୮ରେ ମିଲେଟ୍‌ ମିଶନ ଆରମ୍ଭ କରିଥିଲେ। କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକ ସହଯୋଗରେ କୃଷକ ଉତ୍ପାଦ ସଂଘ (ଏଫପିଓ) ମାଧ୍ୟମରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି। ଏଥିପାଇଁ ରାଜ୍ୟ ଯୋଜନା, ଜିଲା ଖଣିଜ ପ୍ରତିଷ୍ଠାନ ଏବଂ ଓଡ଼ିଶା ଖଣିଜ ଅଞ୍ଚଳ ବିକାଶ ନିଗମ ମାଧ୍ୟମରେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ୨୦୨୨-୨୩ରେ ୧୯ ଜିଲାର ୧୪୨ ବ୍ଲକରେ ମିଲେଟ୍‌ ମିଶନ ପାଇଁ ଆସନ୍ତା ୬ ବର୍ଷ ସକାଶେ ୨୮୦୮. ୩୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। କୃଷି ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି।
କାଉନସିଲର ବର୍ଗରେ ସାମିଲ ହେବେ ମେୟର, ପୌରାଧ୍ୟକ୍ଷ
ପୌର ସଂସ୍ଥାର ନିର୍ବାଚିତ ଅଧ୍ୟକ୍ଷ ଓ ମେୟରମାନଙ୍କୁ ନିର୍ବାଚିତ କାଉନସିଲର ବର୍ଗରେ ଅନ୍ତର୍ଭୁକ୍ତ କରିବା ତଥା ଜିଲା ଯୋଜନା କମିଟିର ସଦସ୍ୟ ଭାବେ ନିର୍ବାଚନ ପ୍ରକ୍ରିୟାରେ ଭାଗ ନେବା ଏବଂ ଅସଦାଚାର କିମ୍ବା ଅନୈତିକ କାର୍ଯ୍ୟକଳାପ କାରଣରୁ ଜିଲା ଯୋଜନା କମିଟି ସଦସ୍ୟଙ୍କୁ ବହିଷ୍କାର କରିବା ଲାଗି ରାଜ୍ୟ ସରକାର ଓଡ଼ିିଶା ଜିଲା ଯୋଜନା କମିଟି ଅଧିନିୟମ ୧୯୯୮ର ସଂଶୋଧନ କରାଯାଇଛି। ଏଥିରେ ନୂତନ ସବସେକ୍ସନ (IV) ଅନ୍ତର୍ଭୁକ୍ତ କରାଯାଇଛି। କ୍ୟାବିନେଟ ଏହି ପ୍ରସ୍ତାବକୁ ଅନୁମୋଦନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

ଋଷିକୂଲ୍ୟା ରେଳ ବ୍ରିଜ ଉପରେ ଚଢ଼ିଗଲେ ଯୁବକ, ଓହ୍ଲାଇବାକୁ ନାକେଦମ ହେଲା ପୋଲିସ, ସ୍ଥାନୀୟ ଲୋକେ ପହଞ୍ଚି… 

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ ): ମାନସିକ ବିକୃତ ଯୁବକଙ୍କ ଉନ୍ମତ କାଣ୍ଡ। ତାଙ୍କ ପାଇଁ ନାକେଦମ ହେଲା ପୋଲିସ। ଏଭଳି ଏକ ଘଟଣା ଶନିବାର ଅପରାହ୍ନରେ ଗଞ୍ଜାମରେ...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri