ପାଇପ୍‌ ବିଛା ହୋଇଛି, ଜମି ପଡ଼ିଆ

କେନ୍ଦୁଝର,୧୨ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ୍‌ କୋଡ଼ିପଶା ପଞ୍ଚାୟତ କୋଡ଼ିପଶା ଜୁଆଙ୍ଗ ଗ୍ରାମରେ ହୋଇଥିବା ସୋଲାର ଉଠା ଜଳସେଚନ ପ୍ରକଳ୍ପ ଚାଷୀଙ୍କ କାମରେ ଲାଗୁନି। ଜିଲାର ପୁରାତନ ଜନଜାତି ଜୁଆଙ୍ଗମାନଙ୍କ ଚାଷଜମିକୁ ପାଇପ ବିଛାଇ ଏକ ନାଳରୁ ପାଣି ଉଠାଇ ଜଳସେଚନ ଲକ୍ଷ୍ୟରେ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ବିଲରେ ପାଇପ ତ ପଡ଼ିଛି, କିନ୍ତୁ ପାଣି ଆସୁନି। ଫଳରେ ସମସ୍ତ ବିଲ ପଡ଼ିଆ ପଡ଼ିଥିବା ଦେଖାଯାଇଛି। ମାତ୍ର କିଛି ଦିନ କାମ କରିବା ପରେ ବନ୍ଦ ରହିଛି। ଷ୍ଟାଣ୍ଡ ଓ ଜଳସେଚନ ପଏଣ୍ଟ ଫାଟି ଗଲାଣି। ଠିକ୍‌ ସ୍ଥାନରେ ପ୍ରକଳ୍ପ ନିର୍ମାଣ ହୋଇ ନ ଥିବାରୁ ଆବଶ୍ୟକତା ଅନୁଯାୟୀ ଜଳସେଚନ ହୋଇପାରୁନାହିଁ ବୋଲି ମନୋଜ ବେହେରାଙ୍କ ସମେତ ଅନ୍ୟ ଜୁଆଙ୍ଗମାନେ ମତବ୍ୟକ୍ତ କରିଛନ୍ତି।
ପ୍ରକାଶ ଯେ, ଜୁଆଙ୍ଗମାନଙ୍କ ଚାଷଜମିକୁ ବିଶେଷକରି ରବି ଋତୁରେ ଜଳସେଚନ ନିମନ୍ତେ ଜୁଆଙ୍ଗ ଉନ୍ନୟନ ସଂସ୍ଥା ପକ୍ଷରୁ ୩ ଲକ୍ଷ ୯୬ ହଜାର ୯୬୮ ଟଙ୍କା ବ୍ୟୟ ଅଟକଳରେ ୨୦୨୨-୨୩ରେ ଉକ୍ତ ପ୍ରକଳ୍ପ ନିର୍ମାଣ ହୋଇଛି। ଏହାଦ୍ୱାରା ପାଖାପାଖି ୧୦ ଏକର ଜମିକୁ ଜଳସେଚନ ଏବଂ ବର୍ଷାଦିନ ବ୍ୟତୀତ ଖରା, ଶୀତ ଋତୁରେ ଜମିକୁ ପାଣି ମଡ଼ାଇ ପନିପରିବା, ଆଳୁ ଆଦି ଚାଷ କରିବାର ଲକ୍ଷ୍ୟ ରଖାଯାଇଥିଲା। ତେବେ ପାଇପ୍‌ ସଂଯୋଗ ହୋଇଥିବା ନାଳରେ ଖରା ଓ ଶୀତ ଋତୁରେ ପାଣି ରହୁ ନ ଥିବାରୁ ଏହା କିଭଳି ସଫଳ ରୂପାୟନ ହୋଇପାରିବ ସେ ନେଇ ଜୁଆଙ୍ଗମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ଉକ୍ତ ନାଳରୁ ସୋଲାର ସଂଯୋଗରେ ପମ୍ପ ଯୋଗେ ପାଣି ଉଠାଇ ଏକ ଓଭରହେଡ୍‌ ଟାଙ୍କିରେ ରଖାଯାଇ ପ୍ରତ୍ୟେକ ଜମିକୁ ପାଣି ଯୋଗାଇଦେବା ବ୍ୟବସ୍ଥା ମଧ୍ୟ କରାଯାଇଛି। କିନ୍ତୁ ଯେତିକି ଉଚ୍ଚରେ ପାଣିଟାଙ୍କି ରହିଛି ସେଥିରୁ ଦୂରରେ ଥିବା ଚାଷଜମିକୁ ଜଳ ପହଞ୍ଚତ୍ପାରିବ ସେ ନେଇ ସନ୍ଦେହ ଉପୁଜିଛି। ନୂତନ ଭାବେ ନିର୍ମାଣ କରାଯାଇଥିବା ଓଭରହେଡ୍‌ ଟାଙ୍କିର କଂକ୍ରିଟ ଷ୍ଟାଣ୍ଡ୍‌ ଓ ଜଳସେଚନ ପଏଣ୍ଟ ଫାଟିଗଲାଣି। ଅନ୍ୟପକ୍ଷରେ ଗ୍ରାମଠାରୁ ବହୁ ଦୂରରେ ସୋଲାର ପ୍ଲେଟ୍‌, ପମ୍ପ ତଥା ପାଇପ ବିଛାଯାଇ ପ୍ରକଳ୍ପ ନିର୍ମାଣ କରାଯାଇଥିବାରୁ ଦେଖାରଖା ହୋଇ ନ ପାରିଲେ ଏସବୁ ଚୋରି ହେବା ଆଶଙ୍କା ରହିଛି। ପାଣିଟାଙ୍କି ଥିବା ସ୍ଥାନ ଫାଟିଯାଇଥିବାରୁ ଭୁଶୁଡ଼ି ପଡ଼ିବା ଆଶଙ୍କା ରହିଛି। ସେହିପରି ପ୍ରବଳ ବର୍ଷା ବା ବାତ୍ୟା ହେଲେ ଏହା କ୍ଷତିଗ୍ରସ୍ତ ହେବା ଆଶଙ୍କା ରହୁଛି। ଏ ନେଇ ବିଭାଗ ପକ୍ଷରୁ ଉଚିତ ପଦକ୍ଷେପ ନେବାକୁ ଦାବି ହୋଇଛି। ଜୁଆଙ୍ଗ ଉନ୍ନୟନ ସଂସ୍ଥାର କନିଷ୍ଠଯନ୍ତ୍ରୀ ଇଂ. ରାଜେଶ ମହାନ୍ତ କହିଛନ୍ତି, ପ୍ରକଳ୍ପ କାମ କରୁଛି। କେବଳ ଶୀତଦିନରେ ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା କରିବାକୁ ନିର୍ମାଣ କରାଯାଇଛି। ଠିକ୍‌ ଭାବରେ କାର୍ଯ୍ୟକ୍ଷମ ହେଉଛି। ଲୋକମାନେ ଏହାର ଦେଖାରଖା କରିବେ।

Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ମାଇଲଷ୍ଟୋନ ହାସଲ କଲେ ବୈଭବ ସୂର୍ଯ୍ୟବଂଶୀ: ବିଶ୍ୱର ସବୁଠୁ କନିଷ୍ଠ କ୍ରିକେଟର୍‌ ଭାବେ କଲେ…

ନୂଆଦିଲ୍ଲୀ,୧।୧୦: ଭାରତୀୟ କ୍ରିକେଟ୍‌ର ଉଦୀୟମାନ ତାରକା ତଥା ‘ୱଣ୍ଡରକିଡ’ ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ଯୋଡ଼ି ହୋଇଛି ଆଉ ଏକ ବଡ଼ ସଫଳତା। ମାତ୍ର ୧୫ ବର୍ଷ ବୟସରେ…

୦,୦,୦,୦,୦,୦… ଭାରତ ବିପକ୍ଷରେ ଶ୍ରୀଲଙ୍କାର ଲଜ୍ଜାଜନକ ରେକର୍ଡ, ଅଧା ଖେଳାଳି….

ନୂଆଦିଲ୍ଲୀ,୧।୧୦ : ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ୍‌ର ଦ୍ୱିତୀୟ ସେମିଫାଇନାଲରେ ଶ୍ରୀଲଙ୍କାକୁ ଏକତରଫା ଭାବେ ହରାଇ ଫାଇନାଲରେ ପହଞ୍ଚିଛି ଭାରତ । ଭାରତୀୟ ଦଳ ଶ୍ରୀଲଙ୍କାକୁ…

କେମିତି କରିବେ ସଞ୍ଚୟ ଆଉ କେମିତି ବଢ଼ିବ ଧନ, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ…

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆଜିର ସମୟରେ ବି ଅତ୍ୟନ୍ତ ଲୋକପ୍ରିୟ। ବିଶେଷକରି ଯୁବବର୍ଗଙ୍କ ପାଇଁ ଏହାକୁ ଜାଣିବା ଏବଂ ଜୀବନରେ ଆପଣାଇବା ଅତ୍ୟନ୍ତ ଆବଶ୍ୟକ। ମୌର୍ଯ୍ୟ ସାମ୍ରାଜ୍ୟର…

ଶ୍ରୀଲଙ୍କାକୁ ହରାଇ ଫାଇନାଲରେ ଭାରତ, ସ୍ବର୍ଣ୍ଣ ପଦକ ପାଇଁ ପାକିସ୍ତାନ ସହ ଲଢ଼ିବ…

ନୂଆଦିଲ୍ଲୀ,୧।୧୦: ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ୍ ଇଭେଣ୍ଟରେ ଟିମ୍ ଇଣ୍ଡିଆର ଦମଦାର ବିଜୟ ହୋଇଛି । ଗୁରୁବାର ଦ୍ୱିତୀୟ ସେମିଫାଇନାଲରେ ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ଭାରତ…

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବଡ଼ ଅଘଟଣ; ଲିଫ୍ଟରେ ଫସିଲେ ପୂର୍ବତନ ଏମପିଙ୍କ ପରିବାର, ଚେତାଶୂନ୍ୟ ହୋଇଗଲେ…

ନୂଆଦିଲ୍ଲୀ,୧।୧୦ : ରାଜଧାନୀ ଦିଲ୍ଲୀସ୍ଥିତ ଝାଡ଼ଖଣ୍ଡ ଭବନର ଲିଫ୍ଟରେ ବଡ଼ ଅଘଟଣ ଘଟିଛି । ପୂର୍ବତନ ଏମପି ଘୂରନ ରାମଙ୍କ ପରିବାର ଯାଉଥିବା ବେଳେ ଲିଫ୍ଟ ହଠାତ୍…

ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପୂର୍ବରୁ CJPର ବଡ଼ ବୟାନ, ଆମେ କାହାକୁ….

ନୂଆଦିଲ୍ଲୀ,୧।୧୦ : ଦେଶରେ ପରିବର୍ତ୍ତନ ସେତେବେଳେ ସମ୍ଭବ, ଯେତେବେଳେ ପ୍ରତ୍ୟେକ ନାଗରିକ ନିଜ ଭୂମିକା ନିଭାଇବେ । ଏଭଳି ମତ ରଖିଛନ୍ତି କକ୍ରୋଚ୍ ଜନତା ପାର୍ଟି (CJP)ର…

ସେତୁ ଆପ୍ରୋଚ ରାସ୍ତା ନ କରି ଖୋଲିଦେଲେ: ସ୍କୁଲ କଲେଜ ଯିବା ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରୀଛାତ୍ର

ରାଜନଗର, ୧ା୧୦(ଭାସ୍କର ରାଉତରାୟ): ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ଓ ସେତୁ ନିର୍ମାଣ କରାଯାଉଛି। ସେତୁ ତିଆରି ଓ ସେତୁ ଆପ୍ରୋଜ ରୋଡ କାମ ନ ସାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?