ବଦଳିନି କୁମ୍ବିଖାରି ଗ୍ରାମର ଚିତ୍ର

ବୈପାରିଗୁଡ଼ା,୧୭।୨ (ଡି.ଏନ୍‌.ଏ.) ପ୍ରତି ୫ ବର୍ଷରେ ଥରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେଉଛି। ନିର୍ବାଚନ ବେଳେ ବିଭିନ୍ନ ରାଜନୈତିକ ଦଳର ନେତା ପଞ୍ଚାୟତର ବିକାଶ ପାଇଁ ବହୁ କଥା କହିଥାନ୍ତି। ମାତ୍ର ନିର୍ବାଚନ ପରେ ସବୁ ଭୁଲିଯାଆନ୍ତି। ଲୋକଙ୍କ ମୌଳିକ ସମାସ୍ୟା ପ୍ରତ ଆଖି ବୁଜିଦିଅନ୍ତି। ବିକାଶଠାରୁ ବହୁ ଦୂରରେ ରହିଛି ବୈପାରିଗୁଡ଼ା ବ୍ଲକ ରାମଗିରି ପଞ୍ଚାୟତର କୁମ୍ଭିଖାରି ଗ୍ରାମ।
ରାମଗିରିଠାରୁ ଗୁପ୍ତେଶ୍ୱର ଯିବା ବାଟରେ ଗଲେ ପଡ଼େ କୁମ୍ଭିଖାରି ଗ୍ରାମ। ଏହି ଗ୍ରାମକୁ ଲାଗି ଅନେକ ଛୋଟ ଆଦିବାସୀ ପଲ୍ଲୀ ଯଥା ଆମ୍ବଗନ୍ଦଲି, ଅଣ୍ଟାଲଗୁଡା, ବାଦୁଡି ପାହାଡ ଆଦି ରହିଛି। କୁମ୍ଭିଖାରି ଗ୍ରାମରେ ୧୫ ପରିବାର,ଅଣ୍ଟାଲଗୁଡ଼ାରେ ୧୩ ପରିବାର, ଆମ୍ବଗନ୍ଦଲିରେ ୨୫ ପରିବାର ଓ ବାଦୁଡି ପାହାଡ଼ଠାରେ ୭ ପରିବାର ବସବାସ କରୁଛନ୍ତି। ଏସବୁ ଗ୍ରାମ ଆମ୍ବଗନ୍ଦଲି ୱାର୍ଡରେ ରହିଛି। ତେବେ ଏସବୁ ଗ୍ରାମକୁ ଏପର୍ଯ୍ୟନ୍ତ ରାସ୍ତା,ପାନୀୟ ଜଳ ଓ ବିଦ୍ୟୁତ୍‌ ଆଲୋକ ପହଞ୍ଚତ୍ ପାରିନାହିଁ। କୁମ୍ଭିଖାରିଠାରୁ ଆମ୍ବଗନ୍ଦଲି ପର୍ଯ୍ୟନ୍ତ ରାସ୍ତା ନାହିଁ। ଦୁଇ ଗ୍ରାମ ମଧ୍ୟରେ ଦୂରତା ମାତ୍ର ଦେଢ କିଲୋ ମିଟର। ମାତ୍ର ଘାଟି ଥିବାରୁ ଯାତାୟାତରେ ସମସ୍ୟା ରହିଛି। ଗ୍ରାମ ଲୋକେ ବାରମ୍ବାର ପ୍ରଶାସନ ନିଟକରେ ରାସ୍ତା ପାଇଁ ଅନୁରୋଧ କରି ନିରାଶ ହୋଇ ଶେଷରେ ଘାଟି କାଟିବାକୁ ନିଷ୍ପତ୍ତି ନେଇ ପ୍ରତି ପରିବାରରୁ ଲୋକେ ବାହାରି ବିନା ପାରିଶ୍ରମିକରେ ୩ ମାସ ଧରି ଘାଟି କାଟିଲେ। ରାସ୍ତା ନ ଥିବାରୁ ଗ୍ରାମକୁ ଆମ୍ବୁଲାନ୍ସ ଯାଇପାରୁନାହିଁ। ଫଳରେ ରୋଗୀଙ୍କୁ ଖଟିଆରେ କାଉଡ଼ି କରି ଡାକ୍ତରଖାନା ଆଣିବାକୁ ପଡୁଛି। ଉପରୋକ୍ତ ଗ୍ରାମଗୁଡିକରେ ପାନୀୟ ଜଳ ବ୍ୟବସ୍ଥା ନାହିଁ। କୁମ୍ଭିଖାରୀ ଗ୍ରାମବାସୀ ନିଜସ୍ବ ଉଦ୍ୟମରେ ପାହାଡ ଉପରୁ ଝରଣାର ପାଣି ପାଇପ ବିଛାଇ ଗ୍ରାମକୁ ଆଣିଛନ୍ତି। ଏସବୁ ଗଁାକୁ ଏଯାଏ ବିଦ୍ୟୁତ୍‌ ଆଲୋକ ଆସିନାହିଁ। ଏ ସମ୍ପର୍କରେ ଗ୍ରାମବାସୀ ସୋମନାଥ ଗାଦବା, ମଙ୍ଗଳା ଗାଦବା, ସାଧୁ ଚରଣ ଶିଶା, କମୁଳୁ ଖରା, ବୃନ୍ଦାବତୀ ଖରା ଓ ଶଶୀ ଖରା କ୍ଷୋଭ ପ୍ରକାଶ କରି ସରକାରଙ୍କ ବିଭିନ୍ନ ଯୋଜନା ଆମପାଇଁ ମୂଲ୍ୟହୀନ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟ ଏସ୍‌ପିଙ୍କୁ ପୁରସ୍କୃତ କରିବ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ

କୋରାପୁଟ,୧୩ା୮(ସ୍ବ.ପ୍ର.): କୋରାପୁଟ ଏସ୍‌ପି କନୱର ବିଶାଳ ସିଂ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀଙ୍କଠାରୁ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଅଗଷ୍ଟ ୧୫ରେ ଦିଲ୍ଲୀରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ...

ବିପଦସଙ୍କୁଳ ଚବେରି ନଦୀ ପୋଲ, ଭୁଶୁଡ଼ିବା ଆଶଙ୍କା

ଦଶମନ୍ତପୁର, ୨୭।୯(ଡି.ଏନ୍‌.ଏ.):କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅଧୀନ ଏ.ମାଲକାନଗିରି ପଞ୍ଚାୟତ ସଦର ମହକୁମାରୁ ମାତ୍ର ଅଧ କିମି ଦୂରରେ ଥିବା ଚବେରି ନଦୀ ପୋଲ ଏବେ...

ଆଦିବାସୀ ମାନ୍ୟତା ଦାବିନେଇ ଦୋରା ସମ୍ପ୍ରଦାୟର ଶୋଭାଯାତ୍ରା

ପଟ୍ଟାଙ୍ଗି,୧୫।୨(ଡି.ଏନ.ଏ): କୋରାପୁଟ ଜିଲାର ଦୋରା ସମ୍ପ୍ରଦାୟ ଆଦିବାସୀ ମାନ୍ୟତା ଦାବି ଉଠାଇ ପୁଣି ଆନ୍ଦୋଳନ ଆରମ୍ଭ କରିଛନ୍ତି। ଏନେଇ ମଙ୍ଗଳବର ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି।...

ନିର୍ମାଣ ପୂର୍ବରୁ ସରକାରୀ, ପରେ ବେସରକାରୀ

ନନ୍ଦପୁର,୩ା୩ (ଡି.ଏନ.ଏ.): କୋରାପୁଟ ଜିଲା ନନ୍ଦପୁର ବ୍ଲକ ପାଡୁଆ ପଞ୍ଚାୟତର ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଗୃହ ଗତ ୧୧ ବର୍ଷ ହେଲା ବିବାଦରେ ରହି ଅବ୍ୟବହୃତ...

ରେଳମନ୍ତ୍ରୀଙ୍କୁ ଧରାଇଲେ ଅଭିଯୋଗର ଲମ୍ବା ତାଲିକା

କୋରାପୁଟ/ଦାମନଯୋଡ଼ି/ସୁନାବେଡ଼ା,୨୦ା୮(ସ୍ବ.ପ୍ର.): ସବ୍‌କା ସାଥ୍‌, ସବ୍‌କା ବିକାଶକୁ ପାଥେୟକରି ଶୁକ୍ରବାର ରେଳ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦିନିକିଆ କୋରାପୁଟ ଜିଲା ଗସ୍ତକରି କେନ୍ଦ୍ର ସରକାରଙ୍କ...

ଗାଁ ଦାଣ୍ଡରେ ଚାଲିଛି ପିଲାଙ୍କ ପ୍ରାକ୍‌ଶିକ୍ଷା

ନନ୍ଦପୁର,୩ା୭ (ଶଙ୍କର ପୂଜାରୀ): ୦ରୁ ୬ ବର୍ଷ ଯାଏ ପିଲାଙ୍କୁ ଅଙ୍ଗନୱାଡ଼ି କେନ୍ଦ୍ରଗୁଡିକରେ ପୁଷ୍ଟିକର ଖାଦ୍ୟ, ଶୈକ୍ଷିକ ବାତାବରଣରେ ପ୍ରାକ୍‌ଶିକ୍ଷା ପ୍ରଦାନ ନେଇ ସରକାର ବ୍ୟବସ୍ଥା...

ଡକାୟତି ମାମଲାରେ ଫେରାର ଅଭିଯୁକ୍ତ ଗିରଫ

ଜୟପୁର, ୨୧।୭(ପବନ ପାଣଗ୍ରାହୀ): ଡକାୟତି ମାମଲାରେ ଫେରାର ଅଭିଯୁକ୍ତଙ୍କୁ ଜୟପୁର ସଦର ପୋଲିସ ଗିରଫ କରିଛି। ସେ ହେଲେ ଦାମାଗୁଡ଼ାର ସନ୍ତୋଷ ଖିଲ (୨୮)। ସନ୍ତୋଷଙ୍କ...

ଦାଦନ ଯାଇ ବଳିପଡିଲା ଦୁଃଖ

ନନ୍ଦପୁର,୧୫ା୯ (ଶଙ୍କର ପୂଜାରୀ): ୧୩ବର୍ଷ ତଳେ ପରିବାରର ଆର୍ଥିକ ଦୁର୍ଗତି ଯୋଗୁ ରୋଜଗାର ଖୋଜିବାକୁ ଆନ୍ଧ୍ର ଅଞ୍ଚଳକୁ ଗ୍ରାମର କିଛି ମହିଳାଙ୍କ ସହ ଦାଦନ ଖଟିବାକୁ...

Advertisement
Archives

Model This Week