ବଦଳିନି କୁମ୍ବିଖାରି ଗ୍ରାମର ଚିତ୍ର

ବୈପାରିଗୁଡ଼ା,୧୭।୨ (ଡି.ଏନ୍‌.ଏ.) ପ୍ରତି ୫ ବର୍ଷରେ ଥରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେଉଛି। ନିର୍ବାଚନ ବେଳେ ବିଭିନ୍ନ ରାଜନୈତିକ ଦଳର ନେତା ପଞ୍ଚାୟତର ବିକାଶ ପାଇଁ ବହୁ କଥା କହିଥାନ୍ତି। ମାତ୍ର ନିର୍ବାଚନ ପରେ ସବୁ ଭୁଲିଯାଆନ୍ତି। ଲୋକଙ୍କ ମୌଳିକ ସମାସ୍ୟା ପ୍ରତ ଆଖି ବୁଜିଦିଅନ୍ତି। ବିକାଶଠାରୁ ବହୁ ଦୂରରେ ରହିଛି ବୈପାରିଗୁଡ଼ା ବ୍ଲକ ରାମଗିରି ପଞ୍ଚାୟତର କୁମ୍ଭିଖାରି ଗ୍ରାମ।
ରାମଗିରିଠାରୁ ଗୁପ୍ତେଶ୍ୱର ଯିବା ବାଟରେ ଗଲେ ପଡ଼େ କୁମ୍ଭିଖାରି ଗ୍ରାମ। ଏହି ଗ୍ରାମକୁ ଲାଗି ଅନେକ ଛୋଟ ଆଦିବାସୀ ପଲ୍ଲୀ ଯଥା ଆମ୍ବଗନ୍ଦଲି, ଅଣ୍ଟାଲଗୁଡା, ବାଦୁଡି ପାହାଡ ଆଦି ରହିଛି। କୁମ୍ଭିଖାରି ଗ୍ରାମରେ ୧୫ ପରିବାର,ଅଣ୍ଟାଲଗୁଡ଼ାରେ ୧୩ ପରିବାର, ଆମ୍ବଗନ୍ଦଲିରେ ୨୫ ପରିବାର ଓ ବାଦୁଡି ପାହାଡ଼ଠାରେ ୭ ପରିବାର ବସବାସ କରୁଛନ୍ତି। ଏସବୁ ଗ୍ରାମ ଆମ୍ବଗନ୍ଦଲି ୱାର୍ଡରେ ରହିଛି। ତେବେ ଏସବୁ ଗ୍ରାମକୁ ଏପର୍ଯ୍ୟନ୍ତ ରାସ୍ତା,ପାନୀୟ ଜଳ ଓ ବିଦ୍ୟୁତ୍‌ ଆଲୋକ ପହଞ୍ଚତ୍ ପାରିନାହିଁ। କୁମ୍ଭିଖାରିଠାରୁ ଆମ୍ବଗନ୍ଦଲି ପର୍ଯ୍ୟନ୍ତ ରାସ୍ତା ନାହିଁ। ଦୁଇ ଗ୍ରାମ ମଧ୍ୟରେ ଦୂରତା ମାତ୍ର ଦେଢ କିଲୋ ମିଟର। ମାତ୍ର ଘାଟି ଥିବାରୁ ଯାତାୟାତରେ ସମସ୍ୟା ରହିଛି। ଗ୍ରାମ ଲୋକେ ବାରମ୍ବାର ପ୍ରଶାସନ ନିଟକରେ ରାସ୍ତା ପାଇଁ ଅନୁରୋଧ କରି ନିରାଶ ହୋଇ ଶେଷରେ ଘାଟି କାଟିବାକୁ ନିଷ୍ପତ୍ତି ନେଇ ପ୍ରତି ପରିବାରରୁ ଲୋକେ ବାହାରି ବିନା ପାରିଶ୍ରମିକରେ ୩ ମାସ ଧରି ଘାଟି କାଟିଲେ। ରାସ୍ତା ନ ଥିବାରୁ ଗ୍ରାମକୁ ଆମ୍ବୁଲାନ୍ସ ଯାଇପାରୁନାହିଁ। ଫଳରେ ରୋଗୀଙ୍କୁ ଖଟିଆରେ କାଉଡ଼ି କରି ଡାକ୍ତରଖାନା ଆଣିବାକୁ ପଡୁଛି। ଉପରୋକ୍ତ ଗ୍ରାମଗୁଡିକରେ ପାନୀୟ ଜଳ ବ୍ୟବସ୍ଥା ନାହିଁ। କୁମ୍ଭିଖାରୀ ଗ୍ରାମବାସୀ ନିଜସ୍ବ ଉଦ୍ୟମରେ ପାହାଡ ଉପରୁ ଝରଣାର ପାଣି ପାଇପ ବିଛାଇ ଗ୍ରାମକୁ ଆଣିଛନ୍ତି। ଏସବୁ ଗଁାକୁ ଏଯାଏ ବିଦ୍ୟୁତ୍‌ ଆଲୋକ ଆସିନାହିଁ। ଏ ସମ୍ପର୍କରେ ଗ୍ରାମବାସୀ ସୋମନାଥ ଗାଦବା, ମଙ୍ଗଳା ଗାଦବା, ସାଧୁ ଚରଣ ଶିଶା, କମୁଳୁ ଖରା, ବୃନ୍ଦାବତୀ ଖରା ଓ ଶଶୀ ଖରା କ୍ଷୋଭ ପ୍ରକାଶ କରି ସରକାରଙ୍କ ବିଭିନ୍ନ ଯୋଜନା ଆମପାଇଁ ମୂଲ୍ୟହୀନ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

ଲଗାଣ ବର୍ଷାରେ ଭୂସ୍ଖଳନ: ୬ ଟ୍ରେନ୍‌ ବାତିଲ

କୋରାପୁଟ,୨୫।୯(ଅମିତାଭ ବେହେରା ): ରାୟଗଡ଼ା ଡିଭିଜନ ଅଧୀନ ମୁନିଗୁଡ଼ା-ଚାଟିକୋଣା ଷ୍ଟେଶନ ଏବଂ କୋରାପୁଟ ଜୟପୁର ମଧ୍ୟରେ ଥିବା ମାଲିଗୁଡାଠାରେ ଭୂସ୍ଖଳନ ଯୋଗୁ ରେଳ ଚଳାଚଳ ପ୍ରଭାବିତ ହୋଇଛି।…

ଲଗାଣ ବର୍ଷାରେ ଘର ଭୁଶୁଡି ମହିଳା ଗୁରୁତର, ଜିଲା ଚିକିତ୍ସାଲୟରେ ଭର୍ତ୍ତି

କୁନ୍ଦୁରା,୨୪।୯,(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଫୁପୁଗାଁ ଗ୍ରାମ ପଞ୍ଚାୟତ ଚନ୍ଦ୍ରଶୁଣ୍ଢୀଗୁଡା ଠାରେ ଲଗାଣ ବର୍ଷାରେ ଘର ଭୁଶୁଡି ମହିଳା ଗୁରୁତରହୋଇଛନ୍ତି। ମହିଳା ଜଣକ ହେଲେ…

କୋଲାବ ନଦୀରେ ଭାସିଗଲେ ଶିକ୍ଷକ, ମାଛ ଧରୁଥିବା ବେଳେ…

କୋରାପୁଟ, ୨୪ା୯ (ଅମିତାଭ ବେହେରା): କୋଲାବ ନଦୀର ପ୍ରଖର ସ୍ରୋତରେ ଭାସିଯାଇ ଜଣେ ଶିକ୍ଷକ ନିଖୋଜ ହୋଇଛନ୍ତି । ନିଖୋଜ ଶିକ୍ଷକ ହେଲେ ବନ୍ଦଗୁଡ଼ା ଅଞ୍ଚଳର ଭୀମଧର…

ବାତ୍ୟା ଅର୍ଣ୍ଣବ ପ୍ରଭାବ: ପରିସ୍ଥିତିର ସମୀକ୍ଷା କରିବେ ବିଧାୟକ

କୋରାପୁଟ, ୨୪।୯ (ଅମିତାଭ ବେହେରା): ବାତ୍ୟା ଅର୍ଣ୍ଣବ ପ୍ରଭାବରେ କୋରାପୁଟ ଜିଲାରେ ଜାରି ରହିଛି ବର୍ଷା। ବୁଧବାର ସକାଳ ୮ଟାରୁ ଗୁରୁବାର ସକାଳ ୮ଟା ପର୍ଯ୍ୟନ୍ତ ୨୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?