ବାଇକକୁ ଧକ୍କା ଦେଲା ପିକଅପ ଭ୍ୟାନ: ଚାଲିଗଲା ୨ ସାଙ୍ଗଙ୍କ ଜୀବନ

ବାଲିକୁଦା, ୧୫ା୮(ଡି.ଏନ.ଏ.): ୫୫ନଂ. ଜାତୀୟ ରାଜପଥର ଜଗତ୍‌ସିଂହପୁର ଜିଲା ବାଲିକୁଦା ଥାନା ବାରିଲୋ ନିକଟରେ ଶନିବାର ସଡ଼କ ଦୁର୍ଘଟଣା ଘଟି ୨ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ପୁଷ୍ପକ କାଣ୍ଡି ଓ ଅନ୍ୟଜଣେ ତାଙ୍କ ବନ୍ଧୁ। ଉଭୟଙ୍କ ଘର ଏରସମା ଥାନା ମଠସାହି ପଦ୍ମପୁର ଗାଁରେ। ସେମାନେ ବାଇକ୍‌ (ଓଡି୨୧ଜି-୦୮୪୯) ଯୋଗେ ବାଲିକୁଦାରୁ ଗାଁକୁ ଫେରୁଥିଲେ। ଏହି ସମୟରେ ବୋରିକିନାରୁ ବାଲିକୁଦା ଆସୁଥିବା ପିକ୍‌ଅପ୍‌ ଭ୍ୟାନ (ଓଡି୨୧ଜି-୧୦୧୧) ସେମାନଙ୍କୁ ଧକ୍କାଦେଇ ସେଠାରୁ ଫେରାର ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ପହଞ୍ଚତ୍ ମୃତଦେହ ଜବତ କରି ବାଲିକୁଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ଏହାସହ ଦୁର୍ଘଟଣା ଘଟାଇଥିବା ଭ୍ୟାନ୍‌ ପିଛାକରି ବାଲିକୁଦାଠାରେ ଧରିଥିବା ଖବର ମିଳିଛି।