ବାହାଘରକୁ ଯାଉଥିବା ବେଳେ ଓଲଟିଲା ପିକ୍‌ଅପ୍‌: ୧୫ରୁ ଊର୍ଦ୍ଧ୍ୱ ଆହତ, ୭ ଗୁରୁତର

ପାରଳାଖେମୁଣ୍ଡି,୨୭ା୪(ଡି.ଏନ୍‌.ଏ.): ଗଜପତି ଜିଲା ରାୟଗଡ଼ ଥାନା ଅନ୍ତର୍ଗତ ମାର୍ଲବା ଘାଟିରେ ପିକ୍‌ଅପ୍‌ ଓଲଟି ପଡ଼ିଛି। ଫଳରେ ୧୫ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲା ବେଳେ ୭ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ରାୟଗଡ଼ ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଇ ଗୁରୁତରଙ୍କୁ ପାରଳାଖେମୁଣ୍ଡିସ୍ଥିତ ଜିଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।