ଅଜ୍ଞାତବାସରେ ୧୫ସମିତି ସଦସ୍ୟ, ଭାଇରାଲ ହେଲା ଫଟୋ

ଦାରିଙ୍ଗବାଡି,୩।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ସମିତିର ଅଧ୍ୟକ୍ଷ ପଦ ହାତେଇବାକୁ ପ୍ରୟାସ ଜୋରଦାର ଆରମ୍ଭ ହୋଇଛି । ବିଜେଡି ପକ୍ଷରୁ ଶ୍ରାନିକେତା ସମିତିସଭ୍ୟ ତଥା ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନଙ୍କ ସାନଭାଇ ସୁଶାନ୍ତ କୁମାର ପ୍ରଧାନଙ୍କୁ ପ୍ରାର୍ଥୀ କରାଯାଉଥିବା ଜଣାପଡିଛି। ମୋଟ ୨୫ ପଞ୍ଚାୟତ ମଧ୍ୟରୁ ୧୩ ସମିତି ସଦସ୍ୟ ଯାହାକୁ ଭୋଟ ଦେବେ ସେ ବ୍ଳକ ଅଧ୍ୟକ୍ଷ ନିର୍ବାଚିତ ହେବେ । ଏଥି ପାଇଁ କଂଗ୍ରେସ ଏବଂ ବିଜେଡି ମଧ୍ୟରେ ଲଢେଇ ହେବାକୁ ରହିଥିବା ବେଳେ କଂଗ୍ରେସର ଗଦାପୁର ସମିତିସଭ୍ୟା ରୁଦା ମଲ୍ଲିକ କିମ୍ବା ସିିର୍କାବର୍ଗ ସମତିସଭ୍ୟ ଶ୍ୟାମଘନ ପ୍ରଧାନଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି। ହେଲେ ଏ କ୍ଷେତ୍ରରେ ବିଜେଡି ଆଗରେ ରହିଥିବା ଜଣାପଡିଛି । ବିଜେଡି ସମର୍ଥିତ ୧୫ ସଦସ୍ୟ ନିଜ ପଞ୍ଚାୟତ ଛାଡି ଏବେ ବିଜେଡି ଶିବିରରେ ରହିଥିବା ଏକ ବିଶେଷ ସୂତ୍ରରୁ ଜଣାପଡିଛି ।