ବିନା ଶର୍ଟରେ ଭାଇଜାନଙ୍କ ଟାୱେଲ ପିନ୍ଧା ଫଟୋ ଭାଇରାଲ, ଭଉଣୀ ଲେଖିଲେ ଏମିତି

ସଲମାନ ଖାନଙ୍କୁ ପ୍ରାୟତଃ ଫିଲ୍ମରେ ଶର୍ଟଲେସ ଲୁକ୍‌ରେ ଦେଖିବାକୁ ମିଳିଥାଏ। ଏଥିରେ ସେ ଖୁବ୍‌ ସୁନ୍ଦର ଦିଶୁଛନ୍ତି। ସଲମାନଙ୍କ ଶର୍ଟଲେସ ଲୁକ୍‌କୁ ପ୍ରଶଂସା କରୁଥିବା ପ୍ରଶଂସକଙ୍କୁ ଭଉଣୀ ଅର୍ପିତା ଖାନ ଶର୍ମା ଏକ ବିଶେଷ ଉପହାର ଦେଇଛନ୍ତି ।

ଅର୍ପିତା ତାଙ୍କ ଇନଷ୍ଟାଗ୍ରାମରେ ଏହି ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସେ ଭାଇଙ୍କ ସହ ପୋଜ ଦେଉଥିବା ନଜର ଆସିଛନ୍ତି । ଏଥିରେ ସଲମାନ ବିନା ଶର୍ଟରେ ଟାୱେଲ ପିନ୍ଧିଥିବା ଦେଖିବାକୁ ମିଳିଛି। ଏହି ଫଟୋ ଅର୍ପିତାଙ୍କ ବିବାହ ସମୟରେ। ଏହାକୁ ଶେୟାର କରି ସେ କ୍ୟାପସନରେ ଲେଖିଛନ୍ତି- ‘ସ୍ମୃତି’ ।
ସଲମାନଙ୍କ ପରିବାରର ସମସ୍ତ ଭାଇଭଉଣୀଙ୍କ ମଧ୍ୟରୁ ଅର୍ପିତା ସବୁଠାରୁ କନିଷ୍ଠ ଏବଂ ଗେହ୍ଲୀ। ସେ ଲାଇମଲାଇଟ ଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି । ଅର୍ପିତା ଅଭିନେତା ଆୟୁଷ ଶର୍ମାଙ୍କୁ ବିବାହ କରିଛନ୍ତି। ତାଙ୍କର ଦୁଇଟି ସନ୍ତାନ ଅଛନ୍ତି।

Share