ଏହି ପ୍ରସିଦ୍ଧ ଅଭିନେତ୍ରୀ ସିଗାରେଟ୍‌ ଟାଣୁଥିବା ଫଟୋ ଭାଇରାଲ

ସାଉଥ ଇଣ୍ଡଷ୍ଟ୍ରି ହେଉ କି ବଲିଉଡ ଚମତ୍କାର ଅଭିନୟ ପ୍ରଦର୍ଶନ କରି ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ଅଭିନେତ୍ରୀ କାଜଲ ଅଗ୍ରୱାଲ। କାଜଲ ଅନେକ ବଡ ତାରକାଙ୍କ ସହ କାମ କରିଛନ୍ତି ଏବଂ ତାଙ୍କ ଅଭିନୟରେ ଲକ୍ଷ ଲକ୍ଷ ଦର୍ଶକଙ୍କୁ ପ୍ରଭାବିତ କରିଛନ୍ତି। ନିକଟରେ କାଜଲ ସିଗାରେଟ ଟାଣୁଥିବାର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସେ ଧୂମପାନ କରୁଥିବା ଫଟୋ ଦେଖି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କିଛି ଦିନ ପୂର୍ବରୁ କାଜଲ ଇନଷ୍ଟାଗ୍ରାମରେ ନିଜର ଆସ୍ଥମା ରୋଗ ବିଷୟରେ ଏକ ପୋଷ୍ଟ ଲେଖିଥିଲେ। ଏହି ପୋଷ୍ଟରେ ସେ କହିଥିଲେ ଯେ ଆଜମା କାରଣରୁ ତାଙ୍କୁ ଚକୋଲେଟ ଏବଂ ଦୁଗ୍ଧଜାତ ଦ୍ରବ୍ୟ ତ୍ୟାଗ କରିବାକୁ ପଡିବ। ତାଙ୍କୁ ସିଗାରେଟ୍‌ ଫଟୋ ଦେଖି ପ୍ରଶଂସକ କହିଛନ୍ତି ଆସ୍ଥମା ରୋଗୀ କାଜଲଙ୍କୁ ସିଗାରେଟ୍‌ ଟାଣିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି କି? ତାଙ୍କୁ ଆଇକନ ବୋଲି ଭାବୁଥିବା ପ୍ରଶଂସକମାନେ ସିଗାରେଟ ଟାଣିବାକୁ ବିରୋଧ କରୁଛନ୍ତି। ତେବେ କାଜଲଙ୍କ ଧୂମପାନ ପଛରେ ଥିବା ସତ୍ୟ ଆଉ କିଛି ରହିଛି। ଭାଇରାଲଗୁଡ଼ିକ କାଜଲଙ୍କ ଆଗାମୀ ୱେବ ସିରିଜର ଏକ ଅଂଶ। ଶୁଟିଂ ସମୟରେ କାଜଲ ପ୍ରକୃତରେ ସିଗାରେଟ ଟାଣିଥିଲେ।

ବି.ଦ୍ର: ଧୂମପାନ କରିବା ଶରୀର ପକ୍ଷେ ହାନିକାରକ

Share